ଭୁବନେଶ୍ଵର : ସାରା ରାଜ୍ୟରେ ଗ୍ରୀଷ୍ମ ଲହରି ଜାରି ରହିଛି । ତେବେ ଉପକୂଳ ଓଡ଼ିଶାରେ ଆଜି ତାପମାତ୍ରା ସାମାନ୍ୟ ହ୍ରାସ ପାଇଥିବା ବେଳେ ରାଜ୍ୟର ପଶ୍ଚିମ ଭାଗରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି। ପଶ୍ଚିମ ଓଡ଼ିଶାରେ ଅଗ୍ନିବର୍ଷା ଭଳି ପ୍ରବଳ ଖରା ହୋଇଛି। ଝାରସୁଗୁଡ଼ା ସହରରେ ଆଜି ୪୬ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି। ଚଳିତ ବର୍ଷ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ଝାରସୁଗୁଡ଼ାରେ ରେକର୍ଡ କରାଯାଇଛି। ସମ୍ବଲପୁର: ୪୫.୩, ସୋନପୁର: ୪୩.୯ ଡିଗ୍ରି, ବରଗଡ଼: ୪୩.୮ ଡିଗ୍ରି, ଟିଟିଲାଗଡ଼: ୪୩. ୫ ଡିଗ୍ରି ରହିଥିଲା । ଝାରସୁଗୁଡା ଆଜି ପୂର୍ବ ଭାରତର ସର୍ବାଧିକ ତାତିଲା ସହର ଭାବେ ବିବେଚିତ ହୋଇଛି।
କିଛି ଦିନ ଧରି ମଝିରେ ମଝିରେ କାଳବୈଶାଖୀ ବର୍ଷା ସାଙ୍ଗକୁ କୋହଳା ପାଗ ପାଇଁ ଗରମରୁ କିଛିଟା ଆଶ୍ବସ୍ତି ମିଳିଥିଲା। ହେଲେ ଗତ ପ୍ରାୟ ୪ ଦିନ ହେଲା ତାପମାତ୍ରା ଦ୍ରୁତ ଗତିରେ ବଢିବାରେ ଲାଗିଛି। ଗତକାଲି ୪୪.୬ ଡିଗ୍ରି ଥିବା ବେଳେ ଆଜି ସିଧା ତାହା ୪୬ ଛୁଇଁଛି।


