ନୂଆଦିଲ୍ଲୀ: ଆମେରିକା ବିଦେଶ ମନ୍ତ୍ରୀ ମାର୍କୋ ରୁବିଓ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି।
ବିଦେଶ ମନ୍ତ୍ରୀ ରୁବିଓ ପ୍ରଧାନମନ୍ତ୍ରୀଙ୍କୁ ପ୍ରତିରକ୍ଷା, ରଣନୀତିକ ପ୍ରଯୁକ୍ତି, ବ୍ୟବସାୟ ଓ ନିବେଶ, ଊର୍ଜା ସୁରକ୍ଷା, ଯୋଗାଯୋଗ, ଶିକ୍ଷା ଓ ନାଗରିକ ସମ୍ପର୍କ ସମେତ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗରେ ହୋଇଥିବା ନିରନ୍ତର ପ୍ରଗତି ବିଷୟରେ ସୂଚନା ଦେଇଥିଲେ।
ବିଦେଶ ମନ୍ତ୍ରୀ ରୁବିଓ ପଶ୍ଚିମ ଏସିଆ ସ୍ଥିତି ସମେତ ବିଭିନ୍ନ କ୍ଷେତ୍ରୀୟ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗରେ ଆମେରିକାର ଦୃଷ୍ଟିକୋଣ ବ୍ୟକ୍ତ କରିଥିଲେ।
ପ୍ରଧାନମନ୍ତ୍ରୀ ଶାନ୍ତି ପ୍ରୟାସ ଲାଗି ଭାରତର ନିରନ୍ତର ସମର୍ଥନକୁ ଦୋହରାଇଥିଲେ। ଆପୋସ ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ସଂଘର୍ଷର ଶାନ୍ତିପୂର୍ଣ୍ଣ ସମାଧାନ ଲାଗି ସେ ପୁଣିଥରେ ଆହ୍ୱାନ କରିଥିଲେ।
ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କୁ ହାର୍ଦ୍ଦିକ ଶୁଭକାମନା ଜଣାଇବା ଲାଗି ବିଦେଶ ମନ୍ତ୍ରୀ ରୁବିଓଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଅନୁରୋଧ କରିଥିଲେ ଏବଂ କହିଥିଲେ ସେମାନଙ୍କ ମଧ୍ୟରେ ନିୟମିତ ଆଲୋଚନା ଜାରି ରହିବ।


