ଭୁବନେଶ୍ଵର : ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ପୂର୍ବାହ୍ନ ୧୧ଟାରୁ ଅପରାହ୍ନ୩ଟା ପର୍ଯ୍ୟନ୍ତ କାମ ବନ୍ଦ ପାଇଁ ନିର୍ଦ୍ଦେଶ । ଶ୍ରମିକ ମାନଙ୍କୁ କାମରେ ନିୟୋଜିତ ନ କରିବାକୁ ପୂର୍ତ୍ତ ବିଭାଗର ନିର୍ଦ୍ଦେଶ । ଶ୍ରମିକଙ୍କ ପାଇଁ ରେଷ୍ଟ ସେଡ଼, ପାନୀୟ ଜଳ ଓ ଫାଷ୍ଟ ଏଡ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି ।
ରାଜ୍ୟର ୬ଟି ସହର ୪୫ ଡିଗ୍ରୀ ଉପରେ ରହିଛି। ହିଟୱେଭକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୨୮ ଯାଏଁ ତାତିରୁ ନିସ୍ତାର ନାହିଁ ବୋଲି ପାଣିପାଗ ବିଭାଗ କହିଛି ।


