ନୂଆଦିଲ୍ଲୀ : ବିଳମ୍ବିତ ରାୟକୁ ନେଇ ସୁପ୍ରିମକୋର୍ଟ କଡା ଆଭିମୁଖ୍ୟ ଗ୍ରହଣ କରଛନ୍ତି। CJI ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଉଦ୍ ବେଗ ପ୍ରକାଶ କରିଛନ୍ତି। ରାୟ ସଂରକ୍ଷିତର ସର୍ବାଧିକ ୩ ମାସ ମଧ୍ୟରେ ଫୈସଲା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଭିନ୍ନ ହାଇକୋର୍ଟରେ ବିଳମ୍ବିତ ରାୟକୁ ନେଇ ସୁପ୍ରିମକୋର୍ଟଙ୍କ ଉଦବେଗ ପ୍ରକାଶ କରିବା ସହିତ ବ୍ୟକ୍ତିଗତ ସ୍ବାଧୀନତା ମାମଲାରେ ସମୟସୀମା ଆହୁରି କମାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜାମିନ ଶୁଣାଣି ଉପରେ ବି କଡ଼ା ଟାଇମ୍ ଲାଇନ୍ ଜାରି କଲେ ସର୍ବୋଚ୍ଚ କୋର୍ଟ। ଜାମିନ ଆବେଦନ ଶୁଣାଣି ସେହିଦିନ କିମ୍ବା ପରଦିନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜାମିନ ଶୁଣାଣିର ଆଦେଶ ତୁରନ୍ତ ଜେଲ୍ ପ୍ରଶାସନକୁ ଜଣାଇବାକୁ ନିର୍ଦ୍ଦେଶ। ଧାରା ୧୪୨ ଅନୁଯାୟୀ ନିଜ କ୍ଷମତା ବ୍ୟବହାର କରି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।
ଜାମିନ ପାଇଥିବା ବିଚାରାଧୀନ କଏଦୀଙ୍କୁ ସେହି ଦିନ ମୁକ୍ତ କରାଯିବା ଉଚିତ୍ ବୋଲି ଖଣ୍ଡପୀଠ କହିଛନ୍ତି। ସମସ୍ତ ରାୟ ୨୪ ଘଣ୍ଟାରେ ହାଇକୋର୍ଟ ୱେବସାଇଟ୍ ରେ ଅପଲୋଡ୍ ହେବା ଆବଶ୍ୟକ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।


