ଭୁବନେଶ୍ବର : ବସ ଭଡା ବୃଦ୍ଧି ନହେଲେ ଗାଡି ଗଡିବନି ବୋଲି ଚେତାବନୀ ଦେଇଛନ୍ତି ରାଜ୍ୟ ଘରୋଇ ମାଲିକ ସଂଘ । ଆଜି ରାଜ୍ୟ ଘରୋଇ ବସ ମାଲିକ ସଂଘର କାର୍ଯ୍ୟକାରୀ କମିଟି ବୈଠକରେ ବଡ଼ ନିଷ୍ପତ୍ତି ନିଆଯାଇଛି । ବସ ଭଡା ବୃଦ୍ଧି ନକଲେ ରାଜ୍ୟରେ ଘରୋଇ ବସ ଚଳାଚଳ ବନ୍ଦ ହେବ । ଆଗାମୀ 10 ଦିନ ମଧ୍ୟରେ ଏହି ଦିଗରେ ନିଷ୍ପତ୍ତି ନେବାକୁ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛି ସଂଘ । ରାଜ୍ୟରେ ଦିନକୁ ଦିନ ଡିଜେଲ ଦର ବୃଦ୍ଧି ହେବା ପରେ ବସ ଚଳାଇବା ଆମ ପାଇଁ କଷ୍ଟ ସାଧ୍ୟ ହୋଇପଡିଛି ବୋଲି କହିଛନ୍ତି ଘରୋଇ ବସ ମାଲିକ ସଂଘର ସମ୍ପାଦକ ଦେବେନ୍ଦ୍ର ସାହୁ । ଗତ 25 ତାରିଖରୁ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଥିଲେ ସୁଦ୍ଧା ଏଯାବତ କୌଣସି ସୁଫଳ ମିଳି ପାରିଲା ନାହିଁ । ସେଥିପାଇଁ ସରକାରଙ୍କୁ ଦଶ ଦିନିଆ ଡେଡଲାଇନ ଦେଇଛନ୍ତି ରାଜ୍ୟ ଘରୋଇ କର୍ମଚାରୀ ବସ ମାଲିକ ସଂଘ ।


