କେନ୍ଦ୍ରପଡା : ଘର ଆଗରୁ ଗ୍ରୋସରି ଭର୍ତ୍ତି ପିକଅପ ଭ୍ୟାନକୁ ଲୁଟି ନେଇଥିବାର ଆଭିଯୋଗ ହୋଇଛି । ସଦର ଥାନା ଛଘରିଆ ଗାଁରେ ବିଲମ୍ବିତ ରାତିରେ ଚୋରୀ । ମାଲ ଗୋଦାମରୁ ଗ୍ରୋସରୀ ଆଣି ଗାଡିରେ ରଖିଥିଲେ । ସକାଳୁ ଅନଲୋଡ ହେବା ପୂର୍ବରୁ ଦୁବୁର୍ତ୍ତ ଲୁଟି ନେଇଛନ୍ତି । ଥାନାରେ ବ୍ୟବସାୟୀ ଅଭିଯୋଗ କରିବା ପରେ ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି ।


