ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୫ ଜୁନ୍, ୨୦୨୬ରେ ଗୁଜରାଟ ଏବଂ ଦାମନ ଗସ୍ତ କରିବେ। ଦିନ ପ୍ରାୟ ୨ଟା ୩୦ ମିିନିଟରେ, ପ୍ରଧାନମନ୍ତ୍ରୀ ସୁରଟ ଜିଲ୍ଲାର ହାଜିରା ଗସ୍ତ କରିବେ ଏବଂ ଚାଲୁଥିବା ଔଦ୍ୟୋଗିକ କାର୍ଯ୍ୟ ଓ ଭିତ୍ତିଭୂମିର ସମୀକ୍ଷା କରିବେ। ଅପରାହ୍ନ ପ୍ରାୟ ୪ଟା ୧୫ରେ ପ୍ରଧାନମନ୍ତ୍ରୀ ସୁରଟରେ ପ୍ରାୟ ୧୮,୮୦୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ, ଶିଳାନ୍ୟାସ ଓ ଲୋକାର୍ପଣ କରି ଉପସ୍ଥିତ ସମାବେଶକୁ ସମ୍ବୋଧିତ କରିବେ।
ପ୍ରଧାନମନ୍ତ୍ରୀ ତା’ପରେ ଦାମନ ଯାତ୍ରା କରିବେ, ଯେଉଁଠାରେ ସନ୍ଧ୍ୟା ପ୍ରାୟ ୬ଟା ୧୫ରେ ଦାମନରେ ସେ ନମୋ ବିମାନବନ୍ଦରର ନୂତନ ଟର୍ମିନାଲ କୋଠାର ଉଦଘାଟନ କରିବେ। ଏହାପରେ ଦାମନରେ ନମୋ ହସପିଟାଲକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରାଯିବ। ସନ୍ଧ୍ୟା ପ୍ରାୟ ୭ଟା ୧୫ରେ ପ୍ରଧାନମନ୍ତ୍ରୀ ଦାମନରେ ପ୍ରାୟ ୨,୯୭୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ, ଲୋକାର୍ପଣ ଓ ଶିଳାନ୍ୟାସ ମଧ୍ୟ କରିବେ। ସେ କେନ୍ଦ୍ରଶାସିତ ଅଞ୍ଚଳ ଲାକ୍ଷାଦ୍ୱୀପ ପାଇଁ ପ୍ରାୟ ୮୮୫ କୋଟି ଟଙ୍କାର ଚାରୋଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରିବେ। ଏହି ଅବସରରେ ସେ ଉପସ୍ଥିତ ସମାବେଶକୁ ସମ୍ବାଧିତ କରିବେ।


