Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୪୮୫ କିଲୋୱାଟ୍ପି ରୁଫଟପ୍ ସୌର ବିଦ୍ୟୁତ୍ ପ୍ଲାଣ୍ଟ ଉଦଘାଟନ କଲେ ରାଜ୍ୟପାଳ
ଆଜିର ଖବର

୪୮୫ କିଲୋୱାଟ୍ପି ରୁଫଟପ୍ ସୌର ବିଦ୍ୟୁତ୍ ପ୍ଲାଣ୍ଟ ଉଦଘାଟନ କଲେ ରାଜ୍ୟପାଳ

June 7, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Governor inaugurates 485 kW solar plant at Lok Bhavan
Governor inaugurates 485 kW solar plant at Lok Bhavan

ଭୁବନେଶ୍ଵର: ଲୋକ ଭବନରେ ୪୮୫ କିଲୋୱାଟ୍ପି (kWp) ରୁଫଟପ୍ ସୌର ବିଦ୍ୟୁତ୍ ପ୍ଲାଣ୍ଟ ଶନିବାର ଦିନ ଓଡ଼ିଶାର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟିଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି। ଏଥି ସହିତ ଲୋକ ଭବନ କ୍ୟାମ୍ପସ୍ ସବୁଜ ଓ ନବୀକରଣଯୋଗ୍ୟ ଶକ୍ତି ବ୍ୟବହାର ଦିଗରେ ଆଗକୁ ଆଉ ଏକ ବଡ଼ ପଦକ୍ଷେପ ନେଇଛି। ଏହି ନୂତନ ସୌର ପ୍ରକଳ୍ପ ଯୋଗୁଁ ଲୋକ ଭବନର ମୋଟ ସୌର ବିଦ୍ୟୁତ୍ କ୍ଷମତା ୬୩୫ କିଲୋୱାଟ୍ ହୋଇଛି, ଯାହା ରାଜ୍ୟର ସରକାରୀ ଅନୁଷ୍ଠାନଗୁଡ଼ିକ ପାଇଁ ଏକ ଉଲ୍ଲେଖନୀୟ ଉଦାହରଣ ସୃଷ୍ଟି କରିଛି।

ଲୋକ ଭବନ ପରିସର ମଧ୍ୟରେ ବିଭିନ୍ନ କୋଠାରେ ଏହି ସୌର ପ୍ରକଳ୍ପ ସ୍ଥାପନ କରାଯାଇଛି। ସର୍ବାଧିକ ୧୯୧ କିଲୋୱାଟ୍ପି ସୌର ପ୍ୟାନେଲ୍ ଅଭିଷେକ୍ ବାଙ୍କ୍ୱେଟ୍ ହଲ୍ରେ ସ୍ଥାପନ କରାଯାଇଛି। ଏହା ପରେ କ୍ୟାମ୍ପସ୍ ଗ୍ୟାରେଜ୍ (୮୫ କିଲୋୱାଟ୍ପି), ପ୍ରଶାସନିକ ଭବନ (୬୪ କିଲୋୱାଟ୍ପି), ରାଜ୍ୟପାଳଙ୍କ ନିବାସ (୫୪ କିଲୋୱାଟ୍ପି), ଏନର୍ଜି ପାର୍କ (୪୭ କିଲୋୱାଟ୍ପି), ପୋଲିସ୍ ଏଡିସି ନିବାସ (୨୦ କିଲୋୱାଟ୍ପି), ନୌସେନା ଏଡିସି ନିବାସ (୧୪ କିଲୋୱାଟ୍ପି) ଏବଂ ୱେଲନେସ୍ ସେଣ୍ଟରରେ (୧୦ କିଲୋୱାଟ୍ପି) ସୋର ପ୍ୟାନେଲ ସ୍ଥାପନ କରା ଯାଇଛି।

ଏହି ପ୍ରକଳ୍ପକୁ ଏନ୍ବିସିସି (ଇଣ୍ଡିଆ) ଲିମିଟେଡ୍ ଦ୍ୱାରା କାର୍ଯ୍ୟକାରୀ କରାଯାଇଛି। ଉଦଘାଟନ ଉତ୍ସବରେ ଏନ୍ବିସିସିର ଚେୟାରମ୍ୟାନ୍-କମ୍-ମ୍ୟାନେଜିଂ ଡାଇରେକ୍ଟର ଶ୍ରୀ କେ.ପି. ମହାଦେବସ୍ୱାମୀ ସମେତ ଲୋକ ଭବନର ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ଥିଲେ। ଉଦଘାଟନ ଅବସରରେ ରାଜ୍ୟପାଳ କହିଛନ୍ତି ଯେ, ବିଶ୍ୱବ୍ୟାପୀ ଶକ୍ତି ସଙ୍କଟ ଏବଂ ମୂଲ୍ୟ ବୃଦ୍ଧିକୁ ଦୃଷ୍ଟିରେ ରଖି ନବୀକରଣଯୋଗ୍ୟ ଶକ୍ତି ଆଡ଼କୁ ଯିବା ଆବଶ୍ୟକ। ଆମଦାନୀ ହେଉଥିବା ଅଶୋଧିତ ତୈଳ ଉପରେ ନିର୍ଭରଶୀଳତା କମ କରି ସବୁଜ ଶକ୍ତିକୁ ପ୍ରୋତ୍ସାହନ ଦେବା ଉପରେ ରାଜ୍ୟପାଳ ଗୁରୁତ୍ୱାରୋପ କରିଛନ୍ତି ।

ଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକୁ ଉଲ୍ଲେଖ କରି ନାଗରିକମାନଙ୍କୁ ଇଲେକ୍ଟ୍ରିକ୍ ଯାନ ବ୍ୟବହାର କରିବା ଏବଂ ପେଟ୍ରୋଲ୍-ଡିଜେଲ୍ ବ୍ୟବହାର କମ୍ କରିବା ପାଇଁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି। ଇଭି ବ୍ୟବହାର ବଢ଼ୁଥିବା ସତ୍ତ୍ୱେ ବଢ଼ୁଥିବା ବିଦ୍ୟୁତ୍ ଚାହିଦାକୁ ସୌର ଶକ୍ତି ଭଳି ସବୁଜ ଉତ୍ସ ଦ୍ୱାରା ପୂରଣ କରିବା ଆବଶ୍ୟକ ବୋଲି ରାଜ୍ୟପାଳ କହିଛନ୍ତି। ପିଏମ୍ ସୂର୍ଯ୍ୟ ଘର ଯୋଜନା ଏବଂ ଓଡ଼ିଶା ସରକାରଙ୍କ ସବସିଡି ସହାୟତା ବିଷୟରେ ଉଲ୍ଲେଖ କରି ରାଜ୍ୟପାଳ କହିଛନ୍ତି ଯେ, ଏହି ଯୋଜନାଗୁଡ଼ିକ ଦ୍ୱାରା ଘରୋଇ ଏବଂ ଅନୁଷ୍ଠାନଗୁଡ଼ିକୁ କମ ଖର୍ଚ୍ଚରେ ରୁଫଟପ୍ ସୌର ପ୍ରଣାଳୀ ସ୍ଥାପନ କରିବା ସମ୍ଭବ ହେଉଛି । ଏଥି ସହିତ ଇଥାନଲ୍ ବ୍ଲେଣ୍ଡିଂ (E20 ଓ E85), ଫ୍ଲେକ୍ସ-ଫ୍ୟୁଏଲ୍ ଯାନ ପରି ପଦକ୍ଷେପ ମାଧ୍ୟମରେ ଜୀବାଶ୍ମ ଇନ୍ଧନ ନିର୍ଭରତା କମ କରାଯାଇ ପାରୁଛି ବୋଲି ରାଜ୍ୟପାଳ କହିଥିଲେ।

ଗତ ଏକ ବର୍ଷ ମଧ୍ୟରେ ଲୋକ ଭବନ ସୌର ଶକ୍ତି ବ୍ୟବହାରକୁ ବିସ୍ତାରିତ କରି ତା’ର ସବୁଜ ପ୍ରୟାସକୁ ମଜବୁତ କରିପାରିଛି । ରାଜ୍ୟପାଳଙ୍କ ଅଫିସିଆଲ୍ କାରକେଡକୁ ପୂର୍ବରୁ ଇଲେକ୍ଟ୍ରିକ୍ ଯାନକୁ ରୂପାନ୍ତରିତ କରାଯାଇଛି। ଏହି ସମସ୍ତ ପଦକ୍ଷେପ ଲୋକ ଭବନକୁ ନେଟ୍ ଜିରୋ (Net Zero) ଲକ୍ଷ୍ୟ ଆଡ଼କୁ ଆଗେଇ ନେଇଛି ଏବଂ ପରିବେଶ ଦାୟିତ୍ୱ ସହ ପ୍ରଶାସନିକ ଦକ୍ଷତାକୁ ସମନ୍ବିତ କରୁଛି।

Lok Bhavan solar plant ଓଡ଼ିଶାର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଲୋକ ଭବନ
Share. Facebook Twitter LinkedIn Email WhatsApp Copy Link

Related Posts

ମହିଳାଙ୍କ ଶରୀରରୁ ସଫଳତାର ସହ ବଡ଼ ଟ୍ୟୁମରକୁ ବାହାର କଲେ ଏମ୍ସ ଡାକ୍ତର

June 7, 2026

ଚ଼ିଲିକା ବିଜେପିର ମିଶ୍ରଣ ପର୍ବ: ଯୋଗଦେଲେ ପୂର୍ବତନ ସରପଞ୍ଚଙ୍କ ସମେତ ଶତାଧିକ ବିଜେଡି କର୍ମକର୍ତ୍ତା

June 7, 2026

ୱାୟନାଡରେ ଚିନ୍ତାଜନକ ଘଟଣା: ସ୍କୁଲର ୧୫୦ ଛାତ୍ରଛାତ୍ରୀ ଅସୁସ୍ଥ

June 7, 2026

AIADMKକୁ ବଡ଼ ଝଟକା, TVKରେ ୩୦୦ରୁ ଅଧିକ ନେତାଙ୍କ ଯୋଗଦାନ

June 7, 2026
Latest News

୪୮୫ କିଲୋୱାଟ୍ପି ରୁଫଟପ୍ ସୌର ବିଦ୍ୟୁତ୍ ପ୍ଲାଣ୍ଟ ଉଦଘାଟନ କଲେ ରାଜ୍ୟପାଳ

June 7, 2026

ଇଣ୍ଡି ମେଣ୍ଟରେ ଅସନ୍ତୋଷର ଝଡ଼: ଜୁନ୍ ୮ ବୈଠକରୁ ଦୂରେଇ ରହିବେ ସିପିଆଇ(ଏମ୍) ଓ ଜେଏମ୍‌ଏମ୍‌, କଂଗ୍ରେସ ନେତୃତ୍ୱ ଉପରେ ପ୍ରଶ୍ନ

June 7, 2026

ମହିଳାଙ୍କ ଶରୀରରୁ ସଫଳତାର ସହ ବଡ଼ ଟ୍ୟୁମରକୁ ବାହାର କଲେ ଏମ୍ସ ଡାକ୍ତର

June 7, 2026

ଚ଼ିଲିକା ବିଜେପିର ମିଶ୍ରଣ ପର୍ବ: ଯୋଗଦେଲେ ପୂର୍ବତନ ସରପଞ୍ଚଙ୍କ ସମେତ ଶତାଧିକ ବିଜେଡି କର୍ମକର୍ତ୍ତା

June 7, 2026

ବିସ୍ତୃତ ରାଶିଫଳ: ଜୁନ ୭ ତାରିଖ ରବିବାରରେ ୭ଟି ରାଶି ଉପରେ ମା’ ଲକ୍ଷ୍ମୀଙ୍କ ରହିଛି ଆର୍ଶିବାଦ

June 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.