ଫିଲିପାଇନ୍ସ: ଫିଲିପାଇନ୍ସର ମିଣ୍ଡାନାଓ ଅଞ୍ଚଳ ନିକଟରେ ସୋମବାର ଭୋରେ ଶକ୍ତିଶାଳୀ ଭୂମିକମ୍ପ ଆଘାତ ହୋଇଛି। ଏକ ଘଣ୍ଟା ମଧ୍ୟରେ ତିନିଥର ଭୂମିକମ୍ପ ଅନୁଭୂତ ହେବାରୁ ଲୋକମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ପ୍ରଥମ ଝଟକାର ତୀବ୍ରତା ୭.୭ ରୁ ୭.୮ ମଧ୍ୟରେ ରେକର୍ଡ ହୋଇଥିବା ବେଳେ ପରବର୍ତ୍ତୀ ଆଫ୍ଟରଶକ୍ଗୁଡ଼ିକ ୬ ରୁ ଅଧିକ ତୀବ୍ରତାର ଥିଲା। ଏହା ପରେ ଫିଲିପାଇନ୍ସ, ଇଣ୍ଡୋନେସିଆ ଏବଂ ଜାପାନର କିଛି ଉପକୂଳ ଅଞ୍ଚଳ ପାଇଁ ସୁନାମି ସତର୍କତା ଜାରି କରାଯାଇଛି। କିଛି ସ୍ଥାନରେ ୧ରୁ ୩ ମିଟର ଉଚ୍ଚ ତରଙ୍ଗ ଉଠିପାରେ ବୋଲି ସତର୍କ କରାଯାଇଛି। ପ୍ରଶାସନ ସମୁଦ୍ରକୂଳ ଅଞ୍ଚଳର ଲୋକଙ୍କୁ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର ହେବାକୁ ପରାମର୍ଶ ଦେଇଛି।


