ଭୁବନେଶ୍ଵର : ବର୍ଷକୁ ୧୦ ଦିନ ବିନା ବ୍ୟାଗରେ ସ୍କୁଲ ଆସିବେ ପିଲା । ଜାତୀୟ ଶିକ୍ଷା ନୀତି -୨୦୨୦କୁ ସ୍କୁଲ ସ୍ତରରେ ଲାଗୁ ହେବା ନେଇ ନିଷ୍ପତ୍ତି ନିଆଯାଇଛି । ଏନଇପି -୨୦୨୦ ଅନୁଯାୟୀ ପାଠ୍ୟକ୍ରମ ରୂପରେଖରେ ବି ପରିବର୍ତ୍ତନ । ଏଣିକି ଏନଇପି ଆଧାରରେ ସ୍କୁଲରେ ପାଠପଢା ହେବ । ସପ୍ତମ ଶ୍ରେଣୀରେ ପିଲାଙ୍କ ବିଷୟବସ୍ତୁ ଉପରୁ ଭାର ହ୍ରାସ ନେଇ ଯୋଜନା ପ୍ରସ୍ତୁତ ହୋଇଛି । ଶିଶୁ ବଟିକା ପିଲାଙ୍କ ପାଇଁ ଏଣିକି ଶନିବାର ଦିନ ବସ୍ତାନିବିହୀନ ଦିବସ ରହିବ । ଷଷ୍ଠରୁ ଅଷ୍ଟମ ଶ୍ରେଣୀଙ୍କ ପାଇଁ ୧୦ ଦିନ ସ୍କୁଲ ବ୍ୟାଗ ମନା । ଏବେ ଗୋଟିଏ ଶିକ୍ଷାବର୍ଷରେ ୨୩୦ ଦିନ ସ୍କୁଲ ଖୋଲା ରହିବା । ଶିକ୍ଷାବର୍ଷରେ ୧୯୦ ଦିନ ଶିକ୍ଷାଦାନ ସହ ପ୍ରତିଦିନ ୭ଟି ପିରିଅଡ । ୨୦ ଦିନ ସ୍କୁଲରେ ବାର୍ଷିକୋତ୍ସବ ଓ କ୍ରୀଡା ଉତ୍ସବ ଆଦି ପାଳନ ହେବ ।


