Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦେବସ୍ନାନ ପୂର୍ଣ୍ଣିମା ୨୦୨୬: ପୋଲିସ ମୁଖ୍ୟାଳୟରେ ଡିଜିପିଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ
ଆଜିର ଖବର

ଦେବସ୍ନାନ ପୂର୍ଣ୍ଣିମା ୨୦୨୬: ପୋଲିସ ମୁଖ୍ୟାଳୟରେ ଡିଜିପିଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

June 10, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଦେବସ୍ନାନ ପୂର୍ଣ୍ଣିମା ୨୦୨୬: ପୋଲିସ ମୁଖ୍ୟାଳୟରେ ଡିଜିପିଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ
ଦେବସ୍ନାନ ପୂର୍ଣ୍ଣିମା ୨୦୨୬: ପୋଲିସ ମୁଖ୍ୟାଳୟରେ ଡିଜିପିଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

ଭୁବନେଶ୍ଵର: ଆସନ୍ତା ଜୁନ୍ ୨୯ ତାରିଖରେ ମହାପ୍ରଭୁଙ୍କ ପବିତ୍ର ଦେବାସ୍ନାନ ପୂର୍ଣିମା ଅନୁଷ୍ଠିତ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଦେବସ୍ନାନ ପୂର୍ଣ୍ଣିମା ଉତ୍ସବକୁ ସୁରକ୍ଷିତ, ଶୃଙ୍ଖଳିତ ପରିବେଶ ମଧ୍ୟରେ ସମ୍ପନ୍ନ କରିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ଅବସରରେ ଆଜି କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।

ପବିତ୍ର ସ୍ନାନପୂର୍ଣ୍ଣିମା ଅବସରରେ ପୁରୀରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ନିୟନ୍ତ୍ରଣ, ଯାତାୟାତ ଏବଂ ସୁରକ୍ଷା ବ୍ୟବସ୍ଥା ସଂକ୍ରାନ୍ତରେ ଡିଜିପି ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଶ୍ରୀମନ୍ଦିରର ରୀତିନୀତି ଅନୁଯାୟୀ ସ୍ନାନଯାତ୍ରା ସମେତ ଆଗାମୀ ରଥଯାତ୍ରା ସମୟରେ ଯେପରି କୌଣସି ତ୍ରୁଟିବିଚ୍ୟୁତି ନ ହୋଇ ସୁଚାରୁରୂପେ ସମ୍ପନ୍ନ ହେବ, ସେଥିପାଇଁ ତୃଣମୂଳ ସ୍ତରରୁ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ଡିଜିପି ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଧୁନିକୀକରଣ) ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ଙ୍କ ଦ୍ଵାରା ସ୍ନାନଯାତ୍ରା ପରିଚାଳନା ସମ୍ପର୍କିତ ଏକ ବିସ୍ତୃତ ଉପସ୍ଥାପନା ପ୍ରଦାନ କରାଯାଇଥିଲା।

ସ୍ନାନପୂର୍ଣ୍ଣିମା ସମୟରେ ଶ୍ରୀମନ୍ଦିର ଭିତରେ ଓ ବାହାରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଏଥର ମୋଟ ୭୨ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯିବ। ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ବରିଷ୍ଠ ଅଧିକାରୀ ସ୍ତରରେ ୦୬ ଜଣ SP/Commandant, ୧୭ ଜଣ ଅତିରିକ୍ତ SP, ୪୨ ଜଣ DSP ଏବଂ ୯୪ ଜଣ ଇନ୍ସପେକ୍ଟରଙ୍କୁ ଦାୟିତ୍ଵ ଦିଆଯାଇଛି। ସେହିପରି ୩୫୨ ଜଣ SI/ASI, ୫୩ ଜଣ ହାବିଲଦାର, ୪୨୮ ଜଣ କନଷ୍ଟେବଳ ମୁତୟନ ହେବେ।

ସ୍ନାନ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଏବଂ ସୁଦୃଢ଼ ବାରିକେଡ୍ ବ୍ୟବସ୍ଥା କରାଯାଇଛି। ଯାହା ଫଳରେ ଶ୍ରଦ୍ଧାଳୁମାନେ ଧାଡ଼ିରେ ଯାଇ ସହଜରେ ଦର୍ଶନ କରିପାରିବେ।

ଶ୍ରୀମନ୍ଦିର ଭିତରେ, ଚାରିପାଖରେ ଏବଂ ସମସ୍ତ ବାରିକେଡ୍ ମଧ୍ୟରେ ଅତ୍ୟାଧୁନିକ ସିସିଟିଭି କ୍ୟାମେରା ସଂଯୋଗ କରାଯାଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ। ଯେକୌଣସି ଜରୁରୀକାଳୀନ ପରିସ୍ଥିତିର ତତ୍କାଳ ମୁକାବିଲା ପାଇଁ ବାରିକେଡ୍ ଏବଂ ମନ୍ଦିର ଭିତରେ ସ୍ୱତନ୍ତ୍ର କ୍ରାକ୍ ଟିମ୍ ସଦାସର୍ବଦା ପ୍ରସ୍ତୁତ ରହିବେ। ପକେଟମାର୍ ଓ ଚେନ୍ ଲୁଟେରାଙ୍କୁ ରୋକିବା ପାଇଁ ସ୍ୱତନ୍ତ୍ର ‘ଆଣ୍ଟି ସ୍ନାଚିଂ ସ୍କ୍ୱାଡ୍’ ସହ ଆକସ୍ମିକ ସ୍ଥିତି ପାଇଁ ‘ଷ୍ଟ୍ରାଇକିଂ ଫୋର୍ସ’ ମୁତୟନ ରହିବେ। ଏହା ସହ ଜିଲ୍ଲା ପ୍ରଶାସନର ଅନ୍ୟାନ୍ୟ ଗୁରୁତ୍ଵପୂର୍ଣ୍ଣ ବିଭାଗ ସହ ସମନ୍ଵୟ ରଖାଯାଇ ଏହି ପବିତ୍ର ଦେବସ୍ନାନ ପୁର୍ଣିମାକୁ ସଫଳ ଭାବେ ଆୟୋଜନ କରିବାକୁ ଡିଜିପି ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ବୈଠକରେ ଗୁଇନ୍ଦା ନିର୍ଦ୍ଦେଶକ ଆର. ପି. କୋଚେ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ରେଳବାଇ ଏବଂ ଉପକୂଳ ସୁରକ୍ଷା) ଅରୁଣ ବୋଥ୍ରା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାର, ପରିବହନ କମିଶନର ଅମିତାଭ ଠାକୁର, ପୋଲିସ କମିସନର (ଭୁବନେଶ୍ଵର-କଟକ) ଡ଼ ଦେବଦତ୍ତ ସିଂ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଏସଏପି) ରାଜେଶ କୁମାର, ଆଇଜିପି, ଟ୍ରେନିଂ, (ବିପିଏସପିଏ) ଅନୁପ କୁମାର ସାହୁ, ନିର୍ଦ୍ଦେଶକ (ଏସସିଆରବି) ଅବିନାଶ କୁମାର, ଆଇଜି (କେନ୍ଦ୍ରାଞ୍ଚଳ) ସତ୍ୟଜିତ ନାୟକ, ଡିଆଇଜି (ପ୍ରୋଭିଜନିଂ) ଚରଣ ସିଂ ମିନା, ଡିଆଇଜି (ଏସଟିଏଫ) ଡ କନୱର ବିଶାଳ ସିଂ, ଡିଆଇଜି (କାର୍ମିକ) ଯୁଗଳ କିଶୋର କୁମାର ବନୋଥ, ଡିଆଇଜି (କ୍ରାଇମବ୍ରାଞ୍ଚ) ବି. ଗଙ୍ଗାଧରଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ। ଏହାସହ ଆଭାସୀ ମାଧ୍ୟମରେ ଡିଆଇଜି (ପୂର୍ବାଞ୍ଚଳ) ପିନାକ ମିଶ୍ର, ଏସପି (ପୁରୀ) ପ୍ରତୀକ ସିଂ ପ୍ରମୁଖ ଉପସ୍ଥିତ ଥିଲେ।

ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଦେବସ୍ନାନ ପୂର୍ଣ୍ଣିମା ୨୦୨୬ ପୋଲିସ ମୁଖ୍ୟାଳୟ ଯୋଗେଶ ବାହାଦୁର ଖୁରାନିଆ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁରରେ ମିଶ୍ରଣ ପର୍ବ: ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ବହୁ ବିଜେଡ଼ି କାଉନସିଲର

June 10, 2026

NEET ପରୀକ୍ଷାର୍ଥୀଙ୍କ ସହିତ ବସ୍‌ରେ ମାଗଣା ଯାଇପାରିବେ ଅଭିଭାବକ: ଘୋଷଣା କଲେ ଏହି ସରକାର

June 10, 2026

କଂଗ୍ରେସରେ ମିଶିବା ଉଚିତ କି ମମତା ବାନାର୍ଜୀଙ୍କ ଦଳ?: ଏହି ପରାମର୍ଶ ଦେଲେ ସଞ୍ଜୟ ରାଉତ

June 10, 2026

୧୯ ବିଦ୍ରୋହୀ ଟିଏମସି ସାଂସଦଙ୍କ ତାଲିକା ପ୍ରକାଶ: ରଚନା ବାନାର୍ଜୀ ଏବଂ ଶତ୍ରୁଘ୍ନ ସିହ୍ନା ମଧ୍ୟ ସାମିଲ

June 10, 2026
Latest News

ଦେବସ୍ନାନ ପୂର୍ଣ୍ଣିମା ୨୦୨୬: ପୋଲିସ ମୁଖ୍ୟାଳୟରେ ଡିଜିପିଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

June 10, 2026

ବିଶ୍ୱ ନେତାମାନଙ୍କଠାରୁ ଅଭିନନ୍ଦନ ବାର୍ତ୍ତା ଗ୍ରହଣ କଲେ ନରେନ୍ଦ୍ର ମୋଦୀ

June 10, 2026

ବାଣପୁରରେ ମିଶ୍ରଣ ପର୍ବ: ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ବହୁ ବିଜେଡ଼ି କାଉନସିଲର

June 10, 2026

NEET ପରୀକ୍ଷାର୍ଥୀଙ୍କ ସହିତ ବସ୍‌ରେ ମାଗଣା ଯାଇପାରିବେ ଅଭିଭାବକ: ଘୋଷଣା କଲେ ଏହି ସରକାର

June 10, 2026

କଂଗ୍ରେସରେ ମିଶିବା ଉଚିତ କି ମମତା ବାନାର୍ଜୀଙ୍କ ଦଳ?: ଏହି ପରାମର୍ଶ ଦେଲେ ସଞ୍ଜୟ ରାଉତ

June 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.