Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରଜ ଉତ୍ସବ ପାଇଁ ରବିନ୍ଦ୍ର ମଣ୍ଡପରେ ମଶାଲ ତରଫରୁ ରଂଗାରଂଗ କାର୍ଯ୍ୟକ୍ରମ
ଆଜିର ଖବର

ରଜ ଉତ୍ସବ ପାଇଁ ରବିନ୍ଦ୍ର ମଣ୍ଡପରେ ମଶାଲ ତରଫରୁ ରଂଗାରଂଗ କାର୍ଯ୍ୟକ୍ରମ

June 13, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ରଜ ଉତ୍ସବ
ଆସନ୍ତାକାଲିଠାରୁ ରଜ ଉତ୍ସବ, ରବିନ୍ଦ୍ର ମଣ୍ଡପରେ ମଶାଲ ତରଫରୁ ରଂଗାରଂଗ କାର୍ଯ୍ୟକ୍ରମ

ରଜ ଉତ୍ସବ: ଆସନ୍ତାକାଲି ରବିବାରଠାରୁ ଆରମ୍ଭ ହେବ ରଜ। ଏହି ତିନିଦିନିଆ ଉତ୍ସବର ପ୍ରଥମ ଦିନ ହେଉଛି ପହିଲି ରଜ। ଏହାପରେ ରଜ ସଂକ୍ରାନ୍ତି ଏବଂ ଶେଷ ରଜ। ଏହି ଉତ୍ସବ ଗ୍ରାମାଞ୍ଚଳରେ ବେଶ ଧୂମଧାମରେ ପାଳନ କରାଯାଇଥାଏ। ହେଲେ ସହରରେ ଏହି ଉତ୍ସବକୁ ପ୍ରେକ୍ଷାଳୟ ମଧ୍ୟରେ ବେଶ ରଂଗାରଂଗ ପରିବେଷରେ ମଧ୍ୟ ଆୟୋଜିତ ହୋଇଆସୁଛି।

ତେବେ ଏହି ରଜ ଉପଲକ୍ଷେ ସୋମବାର 15 ତାରିଖରେ ଭୁବନେଶ୍ବରର ପ୍ରତିଷ୍ଠିତ ସଂସ୍ଥା ମଶାଲ ତରଫରୁ ବଡ ଆୟୋଜନ କରାଯାଇଛି। ଭୁବନେଶ୍ବରର ବାସିନ୍ଦାଙ୍କୁ ରଜର ସ୍ବାଦ ଚଖାଇବାରେ ପାଇଁ ଏହି ସଂସ୍ଥା ତରଫରୁ ପାରଂପାରିକ ନୃତ୍ୟଗୀତ ସହିତ ବିଭିନ୍ନ ପ୍ରତିଯୋଗୀତାର ଆୟୋଜନ କରାଯାଇଛି। ଭୁବନେଶ୍ବରର ରବିନ୍ଦ୍ର ମଣ୍ଡପରେ ଆୟୋଜିତ ଏହି ଉତ୍ସବରେ ଝୋଟି ଚିତା ପ୍ରତିଯୋଗାତା ସହିତ ପୋଡପିଠା ପ୍ରଦର୍ଶନର ବ୍ୟବସ୍ଥା କରାଯାଇଛି।ସେହିପରି ପିଲାଙ୍କ ମଉଜ, ପଶାଖେଳ ଆଡ୍ଡା, ପାନ ଭଙ୍ଗା କାର୍ଯ୍ୟକ୍ରମ ରଖାଯାଇଛି।

ପ୍ରେକ୍ଷାଳୟ ଭିତରେ କବିତା ପାଠ ଉତ୍ସବ, ଓଡିଆ ଅସ୍ମିତା ଗୀତିନାଟ୍ୟ, ସିନେ ନୃତ୍ୟ ବିଚିତ୍ରା, ପଶୁମୁଖା ନୃତ୍ୟ, ଢାପ ନୃତ୍ୟ, ରଜ ନୃତ୍ୟାଭିନୟ ପ୍ରଭୃତି ପରିବେଷଣ କରାଯିବ। ସଂଧ୍ୟାରେ ଏହି ଉତ୍ସବକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଉଦଘାଟନ କରିବେ। ଏଥିସହିତ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ବିଧାୟକ ବାବୁ ସିଂ, ପଦ୍ମଶ୍ରୀ ଶ୍ୟାମାମଣି ଦେବୀ, ପଦ୍ମଶ୍ରୀ ଅରୁଣା ମହାନ୍ତି ଯୋଗଦେବେ। ଏହି ଅବସରରେ ଅନୀତା ବୋଷଙ୍କୁ ମଶାଲ ପ୍ରତିଭା ସମ୍ମାନ, ସୀମା ମହାନ୍ତିଙ୍କୁ ମଶାଲ ଶ୍ରେଷ୍ଯ ସାଧବାଣୀ ସମ୍ମାନ ପ୍ରଦାନ କରାଯିବ।

ମଶାଲ ସଂସ୍ଥା ତରଫରୁ ଦୀର୍ଘ 26 ବର୍ଷ ଧରି ଭୁବନେଶ୍ବରରେ ଏହି ରାଜ୍ୟ ସ୍ତରୀୟ ରଜ ମହୋତ୍ସବ ପାଳିତ ହୋଇ ଆସୁଛି।

masal raja ମଶାଲ ରଜ ଉତ୍ସବ
Share. Facebook Twitter LinkedIn Email WhatsApp Copy Link

Related Posts

୨୫ ଓଭର ଖେଳାଯିବ ପ୍ରଥମ ଦିନିକିଆ: ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ଭାରତ

June 13, 2026

ଭାରତ-ଆଫଗାନିସ୍ତାନ ପ୍ରଥମ ଦିନିକିଆ ଅପଡେଟ: ଏବେ ୨୦-୨୦ ଓଭର ମ୍ୟାଚ୍ କୁ ଅପେକ୍ଷା

June 13, 2026

ଦେଶର ନୂତନ ସେନା ମୁଖ୍ୟ ହେବେ ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଠ

June 13, 2026

ପ୍ରବଳ ବର୍ଷା ଯୋଗୁଁ ଭାରତ ଏବଂ ଆଫଗାନିସ୍ତାନ ମ୍ୟାଚର ଟସ୍ ରେ ବିଳମ୍ବ: ଜାଣନ୍ତୁ କଟ-ଅଫ୍ ସମୟ

June 13, 2026
Latest News

ରଜ ଉତ୍ସବ ପାଇଁ ରବିନ୍ଦ୍ର ମଣ୍ଡପରେ ମଶାଲ ତରଫରୁ ରଂଗାରଂଗ କାର୍ଯ୍ୟକ୍ରମ

June 13, 2026

୨୫ ଓଭର ଖେଳାଯିବ ପ୍ରଥମ ଦିନିକିଆ: ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ଭାରତ

June 13, 2026

ଭାରତ-ଆଫଗାନିସ୍ତାନ ପ୍ରଥମ ଦିନିକିଆ ଅପଡେଟ: ଏବେ ୨୦-୨୦ ଓଭର ମ୍ୟାଚ୍ କୁ ଅପେକ୍ଷା

June 13, 2026

ଦେଶର ନୂତନ ସେନା ମୁଖ୍ୟ ହେବେ ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଠ

June 13, 2026

ପ୍ରବଳ ବର୍ଷା ଯୋଗୁଁ ଭାରତ ଏବଂ ଆଫଗାନିସ୍ତାନ ମ୍ୟାଚର ଟସ୍ ରେ ବିଳମ୍ବ: ଜାଣନ୍ତୁ କଟ-ଅଫ୍ ସମୟ

June 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.