ବାଣପୁର: କ୍ରୀଡା ଭାରତୀ ବାଣପୁର ଶାଖା ଦ୍ୱାରା ତୋରସିଂ ଗ୍ରାମରେ ପାରମ୍ପରିକ କ୍ରୀଡା ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଉକ୍ତ ଗ୍ରାମର ପ୍ରାୟ ଏକ ଶହ ପ୍ରତିଯୋଗୀ ଭାଗ ନେଇଥିଲେ। ପ୍ରତିଯୋଗିତାରେ ପୁଚି ଖେଳ, ଦୌଡ଼ିଡ଼ିଆଁ, କ୍ୟାରମ, ଡ୍ରଇଂ, ସଂଗୀତ, ଧୀର ସାଇକଲ ଚାଳନା, ମ୍ୟୁଜିକ ଚେୟାର ଓ ନୃତ୍ୟ ପ୍ରତିଯୋଗିତା ହୋଇଥିଲା।
ଏହି ପ୍ରତିଯୋଗିତାରେ କୃତିତ୍ବ ହାସଲ କରିଥିବା ପିଲାମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଗୋଦାବରୀଶ ମହାବିଦ୍ୟାଳୟର ରାଜନୀତି ବିଭାଗର ମୁଖ୍ୟ ଆଦିତ୍ୟ ସାରଥୀ ବେଦମତ୍ତା ଓ କ୍ରୀଡା ଭାରତୀ ଓଡିଶା ପୂର୍ବ ପ୍ରାନ୍ତର ସହ ସମ୍ପାଦକ ବୈରାଗୀ ଚରଣ ବଳ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ଏବଂ ତାଙ୍କ ବକ୍ତ୍ୟବରେ ଦୈନନ୍ଦିନ ଜୀବନରେ କ୍ରୀଡାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।
ଏହି କାର୍ଯ୍ୟକ୍ରମକୁ ଗ୍ରାମର କ୍ରୀଡା ଭାରତୀ ଯୁବ ସଂଗଠକ ସୁନିଲ ଭୋଳ, ବୁଲୁ ଭୋଳ, ସୁନିଲ ପ୍ରଧାନ, ସୁବ୍ରତ ପ୍ରଧାନ ଓ ଟିକିନା ବେହେରା ଓ ଗ୍ରାମବାସୀମାନେ ସହଯୋଗ କରିଥିଲେ। ଆଜି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ।


