କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର ମ.ରାମପୁର ପୁଲିସକୁ ମିଳିଛି ବଡ଼ ସଫଳତା। ଦୀର୍ଘଦିନ ଧରି କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲାରେ ସକ୍ରିୟ ଥିବା ଏକ ଆନ୍ତଃଜିଲ୍ଲା ବାଇକ ଚୋର ଗ୍ୟାଙ୍ଗକୁ ଠାବ କରି ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ। ସେମାନଙ୍କ ନିକଟରୁ ୯ଟି ଦାମୀ ଚୋରି ବାଇକ ଉଦ୍ଧାର କରାଯାଇଛି।
କଳାହାଣ୍ଡି ଏସପିଙ୍କ ନିର୍ଦ୍ଦେଶ ଏବଂ କେସିଙ୍ଗା ଏସଡିପିଓଙ୍କ ନେତୃତ୍ୱରେ ଗଠିତ ସ୍ୱତନ୍ତ୍ର ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅଭିଯୁକ୍ତମାନଙ୍କୁ କାବୁ କରିଥିଲା। ଗିରଫ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ଘଟଣାକୁ ନେଇ ମ.ରାମପୁର ଥାନାରେ ମାମଲା ରୁଜୁ ହୋଇଛି। ଏହି ସଫଳତା ପରେ ଅଞ୍ଚଳରେ ବାଇକ ଚୋରି ଉପରେ ପୁଲିସର ବଡ଼ ଆଘାତ ବୋଲି ଚର୍ଚ୍ଚା ହେଉଛି।


