Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧା: ସାମ୍ବାଦିକ ଓ ସାମାଜିକ ଗଣମାଧ୍ୟମ ପ୍ରବାହକ ସମ୍ମିଳନୀ ଅନୁଷ୍ଠିତ
ଆଜିର ଖବର

ଖୋର୍ଦ୍ଧା: ସାମ୍ବାଦିକ ଓ ସାମାଜିକ ଗଣମାଧ୍ୟମ ପ୍ରବାହକ ସମ୍ମିଳନୀ ଅନୁଷ୍ଠିତ

June 18, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଖୋର୍ଦ୍ଧା: ସାମ୍ବାଦିକ ଓ ସାମାଜିକ ଗଣମାଧ୍ୟମ ପ୍ରବାହକ ସମ୍ମିଳନୀ ଅନୁଷ୍ଠିତ
ଖୋର୍ଦ୍ଧା: ସାମ୍ବାଦିକ ଓ ସାମାଜିକ ଗଣମାଧ୍ୟମ ପ୍ରବାହକ ସମ୍ମିଳନୀ ଅନୁଷ୍ଠିତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଓଡ଼ିଶାର ସମବାୟ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ତଥା ଖୋର୍ଦ୍ଧା ଜିଲ୍ଲା ପ୍ରଭାରୀ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ “ବିକାଶର ଧାରା, ଓଡ଼ିଶା ସାରା” ରାଜ୍ୟ ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ସରକାରୀ ଜନସଂପର୍କ ଏବଂ ନାଗରିକ ସହଭାଗିତା ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଦୁଇବର୍ଷରେ ସଫଳତା, ଖୋର୍ଦ୍ଧା ଜିଲ୍ଲାରେ ବିଭିନ୍ନ ବିକାଶ ମୁଖୀ କାର୍ଯ୍ୟକ୍ରମ ଓ ଅଗ୍ରଣୀ ଯୋଜନା ସମ୍ବନ୍ଧରେ ଆଲୋଚନା କରି ସାମ୍ବାଦିକ ମାନେ ସରକାରଙ୍କ ଦୁଇ ବର୍ଷର ସଫଳତା ହିତାଧିକାରୀ ଯୋଜନାର ପ୍ରଚାର ପ୍ରସାର ଦିଗରେ କଲମ ଚାଳନା କରି ଜନ ଭାଗିଦାରୀ କାର୍ଯ୍ୟକ୍ରମରେ ପ୍ରକୃତ ହିତାଧିକାରୀ ଯେପରି ଅଧିକରୁ ଅଧିକ ଫାଇଦା ପାଇ ପାରିବେ ସେ ସମ୍ବନ୍ଧରେ ଗଣମାଧ୍ୟମକୁ ସମ୍ବୋଧନ କରିଛନ୍ତି। ସୁଭଦ୍ରା ଯୋଜନା, ଲକ୍ଷ ପତି ଦିଦି, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା, ସାମାଜିକ ଭତ୍ତା ଯୋଜନା, ମଧୁବାବୁ ପେନସନ ଯୋଜନା, ଜାତୀୟ ସାମାଜିକ ସହାୟତା ଯୋଜନା, ବର୍ଦ୍ଧିତ ଭତ୍ତା, ଜାତୀୟ ପରିବାର ସହାୟତା ଯୋଜନା, ବିବାହ ପ୍ରୋତ୍ସାହନ ରାଶି, ଇ ରିକ୍ସା, ସ୍କୁଟି, ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା, ସୁମଙ୍ଗଳ ଯୋଜନା, ବିକଶିତ ଗାଁ, ବିକଶିତ ଓଡ଼ିଶା, ପ୍ରଧାନମନ୍ତ୍ରୀ ଆବାସ, ଅନ୍ତଦ୍ଵୟ ଗୃହ ଯୋଜନା, ମୁଖ୍ୟ ମନ୍ତ୍ରୀ କାମଧେନୁ ଯୋଜନା, ମୁଖ୍ୟମନ୍ତ୍ରୀ ଅନ୍ନ ପୂର୍ଣା ଯୋଜନା, ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଓ ପି ଏମ ଶ୍ରୀ ସ୍କୁଲ ଆଦି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ରାଜ୍ୟରେ ଓ ଖୋର୍ଦ୍ଧା ଜିଲ୍ଲାରେ ଦ୍ୱିତୀୟ ବର୍ଷରେ ଉଲ୍ଲେଖନୀୟ ସଫଳତା ଉପରେ ସମସ୍ତ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଥିଲେ।

ସେହିପରି ଗଣମାଧ୍ୟମ ପ୍ରତିନିଧି ମାନଙ୍କ ବିଭିନ୍ନ ଗଠନ ମୂଳକ ପ୍ରଶ୍ନର ଉତ୍ତର ଦେଇ ଖୋର୍ଦ୍ଧା ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି କଳ୍ପେ ଦୃତ ଗତିରେ ବିକାଶ ଧାରାକୁ ଆଗେଇ ନେବାକୁ ଏବଂ ବିକଶିତ ଓଡ଼ିଶା @୨୦୨୩୬ ଓ ବିକଶିତ ଭାରତ @୨୦୪୭ ଗଠନ ଦିଗରେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମ ସହଯୋଗ କରିବାକୁ ଆହ୍ଵାନ ଦେଇଥିଲେ।

ସେହିପରି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ବିଧାୟକ, ଖୋର୍ଦ୍ଧା ଓ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟ ପ୍ରଶାନ୍ତ କୁମାର ଜଗଦ୍ଦେବ, ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଅମ୍ରିତ୍ ଋତୁରାଜ, ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ପ୍ରତାପ ଚନ୍ଦ୍ର ବେଉରା ଜିଲ୍ଲାର ବିଭିନ୍ନ ଅଗ୍ରଣୀ ଯୋଜନା କାର୍ଯ୍ୟ କାରିତା ଉପରେ ଗଣ ମାଧ୍ୟମ କୁ ସୂଚନା ପ୍ରଦାନ କରିଥିଲେ।

ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ସ୍ୱାଗତ ଭାଷଣ ଓ ଧନ୍ୟବାଦ ପ୍ରଦାନ କରିଥିଲେ।  ସାମ୍ବାଦିକ ସମ୍ମିଳନୀରେ ଭାଜପା ଜିଲ୍ଲା ସଭାପତି ବିଶ୍ଵ ରଞ୍ଜନ ବଡ଼ଜେନା, ଭାଜପା କର୍ମକର୍ତ୍ତା ନିକୁଞ୍ଜ ପଟ୍ଟନାୟକ, ଦିଲ୍ଲୀପ ହୋତା ଙ୍କ ସମେତ ତ୍ରିସ୍ତରୀୟ ପଞ୍ଚାୟତିରାଜ ଜନ ପ୍ରତିନିଧି, ବୁଦ୍ଧିଜୀବୀ, ମାନ୍ୟଗଣ୍ୟ ବ୍ୟକ୍ତି, ବିଭିନ୍ନ ବିଭାଗର ସରକାରୀ ଅଧିକାରୀ ମାନେ ଯୋଗ ଦେଇଥିଲେ।

ଖୋର୍ଦ୍ଧା ପ୍ରବାହକ ସମ୍ମିଳନୀ ସାମାଜିକ ଗଣମାଧ୍ୟମ
Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା ସରକାରୀ କର୍ମଚାରୀ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବ

June 18, 2026

ସାଇବର ଅପରାଧ ହେଲ୍ପଲାଇନ୍ ୧୯୩୦ର ସମୀକ୍ଷା କଲେ ଅମିତ ଶାହ

June 18, 2026

ତ୍ରୁଟି ସଂଶୋଧନ କରି ପିଲାମାନଙ୍କୁ ନିର୍ଭୁଲ ପାଠ୍ୟପୁସ୍ତକ ତୁରନ୍ତ ଯୋଗାଇ ଦିଆଯାଉ: ଓଷ୍ଟା

June 18, 2026

ଆଜିଠାରୁ ୨୨ ପର୍ଯ୍ୟନ୍ତ ମଧ୍ୟପ୍ରଦେଶ ଏବଂ ଓଡ଼ିଶା ଗସ୍ତ କରିବେ ରାଷ୍ଟ୍ରପତି

June 18, 2026
Latest News

ଖୋର୍ଦ୍ଧା: ସାମ୍ବାଦିକ ଓ ସାମାଜିକ ଗଣମାଧ୍ୟମ ପ୍ରବାହକ ସମ୍ମିଳନୀ ଅନୁଷ୍ଠିତ

June 18, 2026

ଖୋର୍ଦ୍ଧା ସରକାରୀ କର୍ମଚାରୀ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବ

June 18, 2026

ସାଇବର ଅପରାଧ ହେଲ୍ପଲାଇନ୍ ୧୯୩୦ର ସମୀକ୍ଷା କଲେ ଅମିତ ଶାହ

June 18, 2026

ତ୍ରୁଟି ସଂଶୋଧନ କରି ପିଲାମାନଙ୍କୁ ନିର୍ଭୁଲ ପାଠ୍ୟପୁସ୍ତକ ତୁରନ୍ତ ଯୋଗାଇ ଦିଆଯାଉ: ଓଷ୍ଟା

June 18, 2026

ଆଜିଠାରୁ ୨୨ ପର୍ଯ୍ୟନ୍ତ ମଧ୍ୟପ୍ରଦେଶ ଏବଂ ଓଡ଼ିଶା ଗସ୍ତ କରିବେ ରାଷ୍ଟ୍ରପତି

June 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.