ବିନିକା: ବିନିକା ବ୍ଲକ ଅଧ୍ୟକ୍ଷା ଦୀପ୍ତିରେଖା ନନ୍ଦଙ୍କ ଘର ଉପରକୁ ଗତକାଲି ରାତିରେ ଦୁର୍ବୃତ୍ତମାନେ ଗୁଳିମାଡ଼ କରିଥିବା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, ଏକ କାରରେ ଆସିଥିବା ପ୍ରାୟ ୫ ଜଣ ଦୁର୍ବୃତ୍ତ ପ୍ରଥମେ ଘର ସମ୍ମୁଖରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ପରେ ଘର ଭିତରେ ଓ ବାହାରେ ଥିବା ଗାଡ଼ିଗୁଡ଼ିକ ଉପରକୁ ଗୁଳି ଚାଳନା କରିବା ସହ ଏକ ଗାଡ଼ିକୁ ଭାଙ୍ଗିଚୁରି କରିଥିବା ଜଣାପଡ଼ିଛି।
ଘଟଣାରେ ପରିବାରର କୌଣସି ସଦସ୍ୟ ଆହତ ହୋଇନଥିଲେ ମଧ୍ୟ ଅଞ୍ଚଳରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି। ଉଲ୍ଲେଖଯୋଗ୍ୟ, ଦୀପ୍ତିରେଖା ନନ୍ଦଙ୍କ ସ୍ୱାମୀ ଅଶୋକ ନନ୍ଦ ପୂର୍ବତନ ବିନିକା ବ୍ଲକ ଅଧ୍ୟକ୍ଷ ଏବଂ ବିଜେଡିର ସୁବର୍ଣ୍ଣପୁର ଜିଲ୍ଲା ଯୁବ ସଭାପତି ଭାବେ ଜଣାଶୁଣା। ଗୁଳିମାଡ଼ ପଛରେ କିଏ? କଣ ରହିଛି କାରଣ ? ଏନେଇ ପୁଲିସର ତଦନ୍ତ ଜାରି।


