Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନାରୀ ସୁରକ୍ଷା ଓ ଆଇନଶୃଙ୍ଖଳା ପ୍ରସଙ୍ଗରେ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା
ଆଜିର ଖବର

ନାରୀ ସୁରକ୍ଷା ଓ ଆଇନଶୃଙ୍ଖଳା ପ୍ରସଙ୍ଗରେ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

June 20, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁରରେ ଦିଲ୍ଲୀର ଜଣେ ଛାତ୍ରୀଙ୍କ ସହ ଘଟିଥିବା ଜଘନ୍ୟ ଓ ବର୍ବରୋଚିତ ଘଟଣାକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ କଡ଼ା ଭାବେ ଘେରିଛନ୍ତି । ଏହି ଘଟଣା ସମଗ୍ର ଓଡ଼ିଶାକୁ ବିଚଳିତ, ଲଜ୍ଜିତ ଓ ଚିନ୍ତିତ କରିଥିବା ବେଳେ ପୀଡ଼ିତାଙ୍କ ପ୍ରତି ସେ ଗଭୀର ସମବେଦନା ଜଣାଇଛନ୍ତି।

ସେ କହିଛନ୍ତି, ଏଭଳି ଘଟଣା କେବଳ ଜଣେ ଛାତ୍ରୀଙ୍କ ଉପରେ ଅତ୍ୟାଚାର ନୁହେଁ, ବରଂ ସମଗ୍ର ରାଜ୍ୟର ଛବି ଓ ସାମାଜିକ ମୂଲ୍ୟବୋଧକୁ ଆଘାତ ଦେଇଛି।

ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ନିଜ ପ୍ରତିକ୍ରିୟା ରଖି ନବୀନ କହିଛନ୍ତି ଯେ, କଲ୍ୟାଣସିଂହପୁରରେ ଘଟିଥିବା ଏହି ବର୍ବର ଘଟଣା ସମଗ୍ର ଓଡ଼ିଶାକୁ ସ୍ତବ୍ଧ କରିଦେଇଛି। ସର୍ବସମ୍ମୁଖରେ ଜଣେ ଛାତ୍ରୀଙ୍କ ସହ ସଂଘବଦ୍ଧ ଭାବେ ଘଟିଥିବା ଏଭଳି ବୀଭତ୍ସ ଓ ନାରକୀୟ କାଣ୍ଡ କେବଳ ମାନବିକତାକୁ ଆଘାତ ଦେଇନାହିଁ, ବରଂ ଓଡ଼ିଶାର ଅସ୍ମିତା ଓ ସାମାଜିକ ମୂଲ୍ୟବୋଧ ଉପରେ ମଧ୍ୟ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପୀଡ଼ିତାଙ୍କ ପ୍ରତି ସମବେଦନା ଜଣାଇ ସେ କହିଛନ୍ତି, ଆଇନର ଶାସନ ଥିବା ରାଜ୍ୟରେ ଜଣେ ଯୁବତୀଙ୍କ ସହ ସର୍ବସମ୍ମୁଖରେ ଏପରି ବ୍ୟବହାର ଅତ୍ୟନ୍ତ ଚିନ୍ତାଜନକ।

ଏପରି ସମ୍ବେଦନଶୀଳ ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ସରକାର ତୁରନ୍ତ ତତ୍ପରତାର ସହ ପଦକ୍ଷେପ ନେବା ଉଚିତ ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ସରକାରଙ୍କ ପ୍ରଥମ ଦାୟିତ୍ୱ। ମାତ୍ର ଅପରାଧ ଘଟିଯିବା ପରେ କାର୍ଯ୍ୟାନୁଷ୍ଠାନ ନେବା ପର୍ଯ୍ୟାପ୍ତ ନୁହେଁ; ଏଭଳି ଘଟଣାକୁ ରୋକିବା ପାଇଁ ଦୃଢ଼ ଓ ସକ୍ରିୟ ବ୍ୟବସ୍ଥା ଗଢ଼ି ଉଠିବା ଆବଶ୍ୟକ।

ସମସ୍ତ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ସରକାରଙ୍କ ମୌଳିକ ଉତ୍ତରଦାୟିତ୍ୱ ବୋଲି ଦର୍ଶାଇ ସେ କହିଛନ୍ତି ଯେ, ଏଭଳି ଘଟଣା ସାମ୍ନାକୁ ଆସୁଥିବା ବେଳେ ସରକାରଙ୍କ ସ୍ଥାଣୁତା ଓ ଅସ୍ପଷ୍ଟ ନୀରବତା ଅପରାଧୀମାନଙ୍କୁ ପ୍ରଶ୍ରୟ ଦେଉଥିବା ଭଳି ମନେ ହେଉଛି।

ବିରୋଧୀ ଦଳ ନେତା ରାଜ୍ୟ ସରକାରଙ୍କୁ ତୁରନ୍ତ କଠୋର ପଦକ୍ଷେପ ନେବାକୁ ଆହ୍ୱାନ ଦେଇ କହିଛନ୍ତି, ମହିଳାଙ୍କ ସୁରକ୍ଷା ଓ ଆଇନଶୃଙ୍ଖଳାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯିବା ଉଚିତ। ଏଭଳି ଘଟଣା ଯେପରି ଆଉ ନ ଘଟେ, ସେଥିପାଇଁ ପ୍ରଶାସନକୁ ଅଧିକ ସକ୍ରିୟ ହେବା ଆବଶ୍ୟକ ବୋଲି ସେ କହିଛନ୍ତି। ରାଜ୍ୟରେ ନାରୀ ସୁରକ୍ଷାକୁ ପ୍ରାଥମିକତା ଦେବା ଆବଶ୍ୟକ ବୋଲି ନବୀନ କହିଛନ୍ତି।

ନାରୀ ନିର୍ଯାତନା ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ଓଡ଼ିଶା ସାରା ଦେଶ ଓ ବିଶ୍ୱରେ ନିନ୍ଦିତ ହେଉଥିବା ବେଳେ ସରକାର କେଉଁ ମୁହଁରେ ‘ବିକାଶର ଧାରା ଓଡ଼ିଶା ସାରା’ ବୋଲି ଉତ୍ସବରେ ମାତିଛନ୍ତି ବୋଲି ମଧ୍ୟ ନବୀନ ପ୍ରଶ୍ନ ଉଠାଇଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ୧୬ ତାରିଖରେ ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର ଅଞ୍ଚଳରେ ବାହାର ରାଜ୍ୟର ଜଣେ ଯୁବତୀଙ୍କୁ ପିଲା ଚୋର ସନ୍ଦେହରେ ଉତ୍ୟକ୍ତ ଲୋକେ ନିର୍ଯାତନା ଦେଇଥିବା ଅଭିଯୋଗ ସାମ୍ନାକୁ ଆସିଥିଲା। ପୀଡ଼ିତାଙ୍କ ସହ ଥିବା ଜଣେ ସାମାଜିକ କର୍ମୀଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିଲା।

ଘଟଣାକୁ ଗୁରୁତ୍ୱର ସହ ନେଇ ପୁଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଏପର୍ଯ୍ୟନ୍ତ ୨୦ରୁ ଅଧିକ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଏହି ଘଟଣାରେ ପୁଲିସ ୩ଟି ପୃଥକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

moblyching naveenpattanayak
Share. Facebook Twitter LinkedIn Email WhatsApp Copy Link

Related Posts

ଭୁଶୁଡ଼ିଲା ନିର୍ମାଣାଧୀନ ଛାତ: ୫ ମୃତ , ୩୦ରୁ ଅଧିକ ଭକ୍ତ ଫସି ରହିଥିବା ଆଶଙ୍କା

June 20, 2026

NEET UG ପୁନଃପରୀକ୍ଷାରେ ବାୟୋମେଟ୍ରିକ୍ସ ବିଫଳ ହେଲେ କ’ଣ କରିବେ?: ପଢନ୍ତୁ NTA ର ଯୋଜନା

June 20, 2026

ରାଷ୍ଟ୍ରପତିଙ୍କୁ ଜନ୍ମଦିନର ଉପହାର ଦେଲେ ମୋଦି, ପାହାଡପୁର ହେବ ସୂର୍ଯ୍ୟ ଗାଁ, ପ୍ରତିଷ୍ଠା ହେବ ନବୋଦୟ ବିଦ୍ୟାଳୟ

June 20, 2026

ନାବାଳିକା ଦୁଷ୍କର୍ମ ଅଭିଯୋଗ: ଯୁବକକୁ ଗିରଫ କଲା ହିଞ୍ଜିଳି ଥାନା ପୋଲିସ

June 20, 2026
Latest News

ନାରୀ ସୁରକ୍ଷା ଓ ଆଇନଶୃଙ୍ଖଳା ପ୍ରସଙ୍ଗରେ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

June 20, 2026

ଭୁଶୁଡ଼ିଲା ନିର୍ମାଣାଧୀନ ଛାତ: ୫ ମୃତ , ୩୦ରୁ ଅଧିକ ଭକ୍ତ ଫସି ରହିଥିବା ଆଶଙ୍କା

June 20, 2026

NEET UG ପୁନଃପରୀକ୍ଷାରେ ବାୟୋମେଟ୍ରିକ୍ସ ବିଫଳ ହେଲେ କ’ଣ କରିବେ?: ପଢନ୍ତୁ NTA ର ଯୋଜନା

June 20, 2026

ରାଷ୍ଟ୍ରପତିଙ୍କୁ ଜନ୍ମଦିନର ଉପହାର ଦେଲେ ମୋଦି, ପାହାଡପୁର ହେବ ସୂର୍ଯ୍ୟ ଗାଁ, ପ୍ରତିଷ୍ଠା ହେବ ନବୋଦୟ ବିଦ୍ୟାଳୟ

June 20, 2026

ନାବାଳିକା ଦୁଷ୍କର୍ମ ଅଭିଯୋଗ: ଯୁବକକୁ ଗିରଫ କଲା ହିଞ୍ଜିଳି ଥାନା ପୋଲିସ

June 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.