Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଟ୍ରେଣ୍ଡସ ରଜ ଫ୍ୟାସନ ଆଇକନ ଗ୍ରାଣ୍ଡ ଫିନାଲେ: ବିଜେତାମାନେ ପିନ୍ଧିଲେ ମୁକୁଟ
ଆଜିର ଖବର

ଟ୍ରେଣ୍ଡସ ରଜ ଫ୍ୟାସନ ଆଇକନ ଗ୍ରାଣ୍ଡ ଫିନାଲେ: ବିଜେତାମାନେ ପିନ୍ଧିଲେ ମୁକୁଟ

June 22, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
TRENDS RAJA FASHION ICON GRAND FINALE CONCLUDES ON A HIGH NOTE
TRENDS RAJA FASHION ICON GRAND FINALE CONCLUDES ON A HIGH NOTE

ଭୁବନେଶ୍ୱର: ଭାରତର ସବୁଠାରୁ ବଡ଼ ଓ ଦ୍ରୁତ ଗତିରେ ବଢୁଥିବା ଫ୍ୟାସନ ପ୍ରତିଷ୍ଠାନ ‘ଟ୍ରେଣ୍ଡସ୍‌’, ଏହାର ବହୁ ପ୍ରତୀକ୍ଷିତ “ଟ୍ରେଣ୍ଡସ୍ ରଜ ଫ୍ୟାସନ ଆଇକନ ୨୦୨୬” ଅଭିଯାନର ଗ୍ରାଣ୍ଡ ଫିନାଲେକୁ ସଫଳତାର ସହ ସମ୍ପନ୍ନ କରିଛି। ଏଥି ସହିତ ଟ୍ରେଣ୍ଡସ ରଜ ଅଭିଯାନର ଏକ ଚମତ୍କାର ପରିସମାପ୍ତି ହୋଇଛି। ଏହି ଅଭିଯାନକୁ ସାରା ଓଡ଼ିଶାର ଗ୍ରାହକମାନଙ୍କଠାରୁ ଅଦ୍ଭୁତପୂର୍ବ ଉତ୍ସାହ ଓ ସମର୍ଥନ ମିଳିଥିଲା ଯାହା ଏହାକୁ ରାଜ୍ୟରେ ଟ୍ରେଣ୍ଡସ୍ ଦ୍ୱାରା ହାତକୁ ନିଆଯାଇଥିବା ସବୁଠାରୁ ଆକର୍ଷଣୀୟ ଓ ସଫଳ ପାର୍ବଣ ପଦକ୍ଷେପଗୁଡ଼ିକ ମଧ୍ୟରୁ ଅନ୍ୟତମରେ ପରିଣତ କରିପାରିଛି।

ଟ୍ରେଣ୍ଡସ ରଜ ଫ୍ୟାସନ ଆଇକନ ୨୦୨୬ ପ୍ରତିଯୋଗିତା ଓଡ଼ିଶାର ସମସ୍ତ ଟ୍ରେଣ୍ଡସ୍ ଷ୍ଟୋରଗୁଡ଼ିକରେ ସେଲଫି ଅପଲୋଡ୍ ମାଧ୍ୟମରେ ଅଂଶଗ୍ରହଣ କରି ଗ୍ରାହକମାନଙ୍କୁ ସେମାନଙ୍କର ଷ୍ଟାଇଲ୍‌, ଆତ୍ମବିଶ୍ୱାସ ଓ ବ୍ୟକ୍ତିତ୍ୱ ପ୍ରଦର୍ଶନ କରିବା ପାଇଁ ଏକ ଅନନ୍ୟ ସୁଯୋଗ ପ୍ରଦାନ କରିଥିଲା। ସାରା ରାଜ୍ୟର ଫ୍ୟାସନ ପ୍ରେମୀମାନଙ୍କ ଉତ୍ସାହଜନକ ଅଂଶଗ୍ରହଣ ପରେ ସବୁଠାରୁ ଯୋଗ୍ୟ ବିବେଚିତ ଫାଇନାଲିଷ୍ଟମାନେ ଟ୍ରେଣ୍ଡସ ରଜ ଫ୍ୟାସନ ଆଇକନ ୨୦୨୬ର ଆକାଂକ୍ଷିତ ଟାଇଟଲ୍ ପାଇଁ ଗ୍ରାଣ୍ଡ ଫିନାଲେରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।

ଏହି ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲା ଜଣାଶୁଣା ଓଲିଉଡ ଅଭିନେତ୍ରୀ ଶିବାନୀ ସଙ୍ଗୀତାଙ୍କ ଉପସ୍ଥିତି ଯାହା ଏହି ଉତ୍ସବକୁ ମହିମାମଣ୍ଡିତ କରିଥିଲା । ଅନେକ ଉତ୍ସାହ ଓ କରତାଳି ମଧ୍ୟରେ ସେ ବିଜେତାମାନଙ୍କୁ ମୁକୁଟ ପିନ୍ଧାଇଥିଲେ ଏବଂ ସେମାନଙ୍କୁ ନଗଦ ପୁରସ୍କାର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ଯାହା ଏହି ଭବ୍ୟ କାର୍ଯ୍ୟକ୍ରମରେ ଗ୍ଲାମର ଓ ପ୍ରତିଷ୍ଠା ଯୋଡ଼ିଥିଲା ।

ଏହି ଅବସରରେ ଫାଇନାଲ ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ପ୍ରତିଯୋଗୀମାନେ ଟ୍ରେଣ୍ଡସର ବିଭିନ୍ନ ଆକର୍ଷଣୀୟ ପୋଷାକ ପରିଧାନ କରି ରାମ୍ପ ୱାକ୍ କରିଥିଲେ। ଏହି ଆଧାରରେ ସିନିଅର ପୁରୁଷ ବର୍ଗରେ ତରୁଣ ଟ୍ରେଣ୍ଡସ ରଜ ଫ୍ୟାସନ ଆଇକନ୍ ବିଜେତା ଘୋଷିତ ହୋଇଥିବା ବେଳେ ସିନିଅର ମହିଳା ବର୍ଗରେ ସୌଭାଗ୍ୟଲକ୍ଷ୍ମୀ ଟ୍ରେଣ୍ଡସ ରଜ ଫ୍ୟାସନ ଆଇକନ୍ ବିଜେତା ଘୋଷିତ ହୋଇଛନ୍ତି। ସିନିଅର ବର୍ଗରେ ଉଭୟ ବିଜେତା ୩୦୦୦୦ ଟଙ୍କା ଲେଖାଏଁ ପୁରସ୍କାର ରାଶି ଚେକ୍ ଓଲିଉଡ ଅଭିନେତ୍ରୀ ଶିବାନୀ ସଙ୍ଗୀତାଙ୍କ ଠାରୁ ଗ୍ରହଣ କରିଥିଲେ। ସେହିଭଳି ଜୁନିୟର ପୁରୁଷ ବର୍ଗରେ ବିଜେତା ଘୋଷିତ ହୋଇଥିବା ଅଖିଳେଶ ଓ ଜୁନିୟର ମହିଳା ବର୍ଗରେ ବିଜେତା ଘୋଷିତ ହୋଇଥିବା ଦ୍ରିଶାନା ଓଲିଉଡ ଅଭିନେତ୍ରୀ ଶିବାନୀ ସଙ୍ଗୀତାଙ୍କ ଠାରୁ ୧୦୦୦୦ ଟଙ୍କାର ପୁରସ୍କାର ରାଶି ଚେକ୍ ଗ୍ରହଣ କରିଥିଲେ।
ଭୁବନେଶ୍ୱରର ଏସ୍ପ୍ଲାନେଡ ମଲ୍ ପ୍ରାଙ୍ଗଣରେ ଶନିବାର ସନ୍ଧ୍ୟାରେ ଅନୁଷ୍ଠିତ ଏହି ଭବ୍ୟ ତଥା ରଙ୍ଗାରଙ୍ଗ ସମାରୋହ ଓ ରାମ୍ପ ୱାକ୍ ଉପସ୍ଥିତ ଶହ ଶହ ଦର୍ଶକଙ୍କ ମନକୁ ଛୁଇଁ ଥିଲା ଏବଂ ସେମାନେ କରତାଳି ଦେଇ ସେମାନେ ପ୍ରତିଟି ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ।

ଫ୍ୟାସନ ଓ ଆତ୍ମବିଶ୍ୱାସର ପ୍ରଦର୍ଶନ ମାଧ୍ୟମରେ ରଜର ଉତ୍ସବ ପରିବେଶକୁ ପାଳନ କରିବା ପାଇଁ ଏକତ୍ରିତ ହୋଇଥିବା ଗ୍ରାହକ, ପ୍ରତିଯୋଗୀ ଓ ଫ୍ୟାସନ ପ୍ରେମୀମାନଙ୍କ ଏକ ଉତ୍ସାହୀ ସମାବେଶ ଗ୍ରାଣ୍ଡ ଫିନାଲେରେ ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମରେ ଜୀବନ୍ତ ପ୍ରଦର୍ଶନ, ରୋମାଞ୍ଚକର ମୁହୂର୍ତ୍ତ ଓ ଏକ ଉତ୍ସାହପୂର୍ଣ୍ଣ ପରିବେଶ ରହିଥିଲ ଯାହା ଏହାକୁ ଉପସ୍ଥିତ ସମସ୍ତଙ୍କ ପାଇଁ ଏକ ସ୍ମରଣୀୟ ଅନୁଭୂତିରେ ପରିଣତ କରିଥିଲା।

ଟ୍ରେଣ୍ଡସ୍ ରଜ ଫ୍ୟାଶନ ଆଇକନ ୨୦୨୬ ଅଭିଯାନର ସଫଳ ସମାପ୍ତି, ସ୍ଥାନୀୟ ସଂସ୍କୃତି ଓ ପର୍ବପର୍ବାଣୀ ପାଳନ କରିବା ସହିତ ଗ୍ରାହକମାନଙ୍କ ସହ ଏକ ଅର୍ଥପୂର୍ଣ୍ଣ ସଂଯୋଗ ସୃଷ୍ଟି କରିବା ପାଇଁ ଟ୍ରେଣ୍ଡସର ପ୍ରତିବଦ୍ଧତାକୁ ଆହୁରି ଦୃଢ଼ କରିଛି । ଏଭଳି ପଦକ୍ଷେପ ମାଧ୍ୟମରେ ଟ୍ରେଣ୍ଡସ ଗ୍ରାହକମାନଙ୍କ ସହିତ ନିଜର ସମ୍ପର୍କକୁ ମଜବୁତ କରିବା ଜାରି ରଖିଛି ଏବଂ ସାରା ଓଡ଼ିଶାର ପରିବାରଗୁଡ଼ିକ ପାଇଁ ସବୁଠାରୁ ପସନ୍ଦର ଫ୍ୟାସନ ପ୍ରତିଷ୍ଠାନ ହୋଇ ରହିଛି।

GRAND CELEBRATIONS grand finale TRENDS RAJA FASHION ICON
Share. Facebook Twitter LinkedIn Email WhatsApp Copy Link

Related Posts

ଉନବିଂଶତମ ମୁମ୍ବାଇ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଉଦଯାପିତ

June 22, 2026

ବିସ୍ତୃତ ରାଶିଫଳ: ଜୁନ ୨୨ ତାରିଖ ସାତୋଟି ରାଶିର ଲୋକେ ହେବେ ଲକ୍ଷପତି

June 22, 2026

ଦୁର୍ଘଟଣାଗ୍ରସ୍ତ ଓଡ଼ିଆ ଶ୍ରମିକ ମାନଙ୍କ ସହାୟତା ପାଇଁ ୩ ବରିଷ୍ଠ ଅଧିକାରୀଙ୍କ ତାମିଲନାଡୁ ଗସ୍ତ

June 21, 2026

ଛାତ୍ରୀ ମୃତ୍ୟୁ ଘଟଣାରେ ବୟଫ୍ରେଣ୍ଡ ଗିରଫ

June 21, 2026
Latest News

ଟ୍ରେଣ୍ଡସ ରଜ ଫ୍ୟାସନ ଆଇକନ ଗ୍ରାଣ୍ଡ ଫିନାଲେ: ବିଜେତାମାନେ ପିନ୍ଧିଲେ ମୁକୁଟ

June 22, 2026

ଉନବିଂଶତମ ମୁମ୍ବାଇ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଉଦଯାପିତ

June 22, 2026

ପୁଣି କଂଗ୍ରେସର ମତଠାରୁ ଭିନ୍ନ!: ଜମ୍ମୁ କାଶ୍ମୀର ସମ୍ପର୍କରେ ବଡ଼ ବିବୃତ୍ତି ଦେଲେ ଶଶି ଥରୁର

June 22, 2026

ବିସ୍ତୃତ ରାଶିଫଳ: ଜୁନ ୨୨ ତାରିଖ ସାତୋଟି ରାଶିର ଲୋକେ ହେବେ ଲକ୍ଷପତି

June 22, 2026

ଦୁର୍ଘଟଣାଗ୍ରସ୍ତ ଓଡ଼ିଆ ଶ୍ରମିକ ମାନଙ୍କ ସହାୟତା ପାଇଁ ୩ ବରିଷ୍ଠ ଅଧିକାରୀଙ୍କ ତାମିଲନାଡୁ ଗସ୍ତ

June 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.