Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଓଡିଶା ମେଡିକାଲ ସର୍ଭିସ ଆସୋସିଏସନ ସହ ସକାରାତ୍ମକ ଆଲୋଚନା
ଆଜିର ଖବର

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଓଡିଶା ମେଡିକାଲ ସର୍ଭିସ ଆସୋସିଏସନ ସହ ସକାରାତ୍ମକ ଆଲୋଚନା

June 26, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Health Minister Holds Positive Talks with OMSA
Health Minister Holds Positive Talks with OMSA

ଭୁବନେଶ୍ଵର: ସ୍ୱାସ୍ଥ୍ୟ ଓ ପରିବାର କଳ୍ୟାଣ ମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗ ନିଜ ଅଫିସ କକ୍ଷରେ ଓଡିଶା ମେଡିକାଲ ସର୍ଭିସ ଆସୋସିଏସନ ଅଧିକାରୀଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ବୈଠକ କରିଛନ୍ତି। ଏହି ଆଲୋଚନା ବୈଠକର ଫଳାଫଳ ସକାରାତ୍ମକ ରହିଛି। ଓଡିଶା ମେଡିକାଲ ସର୍ଭିସ ଆସୋସିଏସନ ରଖି ଥିବା ଦାବି ଗୁଡିକୁ ସମ୍ମାନ ଜଣାଇ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଥିଲେ, ଦାବି ଗୁଡିକର ଅନୁଧ୍ୟାନ କରାଯାଇ ସକାରାତ୍ମକ ପଦକ୍ଷେପ ନିଆ ଯିବ। ଲୋକମାନଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ସଙ୍ଘ ତରଫରୁ ନିଆଯାଇଥିବା ଆନ୍ଦୋଳନରୁ ନିବୃତ ରହିବାକୁ ସଂଘ କହିଛି।

ବୈଠକ ଶେଷରେ ଡାକ୍ତର ସଙ୍ଘ ପକ୍ଷରୁ ଜନସ୍ୱାର୍ଥକୁ ଗୁରୁତ୍ୱ ଦେଇ ସରକାରଙ୍କ ସହ ଆଲୋଚନା ଜାରି ରଖିବା ଏବଂ ସ୍ୱାସ୍ଥ୍ୟ ସେବା ଅବାଧ ଭାବେ ଜାରୀ ରଖିବା ଦିଗରେ ସକାରାତ୍ମକ ମନୋଭାବ ପ୍ରକାଶ କରାଯାଇଛି। ଏହି ବୈଠକରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଏମଡ଼ି ଡ଼ ବୃନ୍ଦା ଡ଼ି, ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ମହେଶ ମୋହନ ପଣ୍ଡା , ଅତିରିକ୍ତ ଶାସନ ସଚିବ ଗୌରହରୀ ବେହେରା ଏବଂ ଓମ୍ସାର ସଭାପତି ଡ଼ କିଶୋର ଚନ୍ଦ୍ର ମିଶ୍ର , ସାଧାରଣ ସମ୍ପାଦକ ଡ଼ ସଂଜୀବ କୁମାର ପ୍ରଧାନ ଓ ଅନ୍ୟାନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ।

Health Minister OMSA Positive Talks
Share. Facebook Twitter LinkedIn Email WhatsApp Copy Link

Related Posts

ଶ୍ରୀରଙ୍କ ନାଥ ଦେବଙ୍କ ପୀଠରେ ରୁକ୍ମିଣୀ ବିବାହ ସମ୍ପନ୍ନ: ଗୁଆଲି ଯାତ୍ରାରେ ନଗର ପରିକ୍ରମା କରିବେ ଦେବଦମ୍ପତି

June 26, 2026

ମହେଶ ଦୀକ୍ଷିତ ହେଲେ ଦେଶର ନୂଆ ଆଇବି ମୁଖ୍ୟ

June 26, 2026

ପୀତବାସ ପଣ୍ଡା ହତ୍ୟା ମାମଲା: ଫାଇନାଲ ଚାର୍ଜସିଟ ଦାଖଲ

June 26, 2026

ବଢିଲା ପାସପୋର୍ଟ ଫି

June 25, 2026
Latest News

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଓଡିଶା ମେଡିକାଲ ସର୍ଭିସ ଆସୋସିଏସନ ସହ ସକାରାତ୍ମକ ଆଲୋଚନା

June 26, 2026

ଶ୍ରୀରଙ୍କ ନାଥ ଦେବଙ୍କ ପୀଠରେ ରୁକ୍ମିଣୀ ବିବାହ ସମ୍ପନ୍ନ: ଗୁଆଲି ଯାତ୍ରାରେ ନଗର ପରିକ୍ରମା କରିବେ ଦେବଦମ୍ପତି

June 26, 2026

ଆଜି ଜୁନ୍ ୨୬ ତାରିଖ ଶୁକ୍ରବାର ଦିନ କଣ ରହିଛି ଆପଣଙ୍କର ରାଶିଫଳ, ଜାଣନ୍ତୁ

June 26, 2026

ମହେଶ ଦୀକ୍ଷିତ ହେଲେ ଦେଶର ନୂଆ ଆଇବି ମୁଖ୍ୟ

June 26, 2026

ପୀତବାସ ପଣ୍ଡା ହତ୍ୟା ମାମଲା: ଫାଇନାଲ ଚାର୍ଜସିଟ ଦାଖଲ

June 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.