Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ସୌମ୍ୟ ହତ୍ୟା ମାମଲାରେ ଆଉ ଜଣେ ଅଭିଯୁକ୍ତ ଗିରଫ: ଗିରଫଦାରୀ ସଂଖ୍ୟା ୨୦ରେ ପହଞ୍ଚିଲା
ଅପରାଧ

ସୌମ୍ୟ ହତ୍ୟା ମାମଲାରେ ଆଉ ଜଣେ ଅଭିଯୁକ୍ତ ଗିରଫ: ଗିରଫଦାରୀ ସଂଖ୍ୟା ୨୦ରେ ପହଞ୍ଚିଲା

June 29, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଭୁବନେଶ୍ୱରର ବାଲିଅନ୍ତାର ବହୁଚର୍ଚ୍ଚିତ ସୌମ୍ୟ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚକୁ ମିଳିଛି ଆଉ ଏକ ବଡ଼ ସଫଳତା। ଏହି ମାମଲାରେ କଳାରାହାଙ୍ଗର ସୁବାସ ଭୋଇଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଏହାକୁ ମିଶାଇ ଏପର୍ଯ୍ୟନ୍ତ ମୋଟ ୨୦ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି।

ଗତ ମେ ୭ ତାରିଖରେ ଗାଡ଼ି ଦୁର୍ଘଟଣା ଏବଂ ଜଣେ ଯୁବତୀଙ୍କ ସହ ଅସଦାଚରଣ ଅଭିଯୋଗକୁ କେନ୍ଦ୍ର କରି ସୌମ୍ୟଙ୍କୁ ନିର୍ମମ ଭାବେ ପିଟିପିଟି ହତ୍ୟା କରାଯାଇଥିଲା। ଏହି ଘଟଣା ସାରା ରାଜ୍ୟରେ ତୀବ୍ର ଚର୍ଚ୍ଚାର ବିଷୟ ପାଲଟିଥିଲା।

ଆରମ୍ଭରୁ ହିଁ ସୌମ୍ୟଙ୍କ ପରିବାର ଏହି ହତ୍ୟାକାଣ୍ଡ ପଛରେ ଏକ ବଡ଼ ଷଡ଼ଯନ୍ତ୍ର ଥିବା ଅଭିଯୋଗ କରିଆସୁଛନ୍ତି। ପରେ ଜାତୀୟ ମାନବାଧିକାର ଆୟୋଗ (ଏନ୍‌ଏଚ୍‌ଆର୍‌ସି)ର ତଦନ୍ତକାରୀ ଦଳ ସମ୍ମୁଖରେ ସୌମ୍ୟଙ୍କ ମାଆ ପୁଅଙ୍କୁ ଦିଆଯାଇଥିବା ନିର୍ଯାତନା ଓ ହତ୍ୟା ସମ୍ପର୍କରେ ବିସ୍ତୃତ ବୟାନ ରଖିଥିଲେ।

ଏହି ବହୁଚର୍ଚ୍ଚିତ ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଛି। ଘଟଣାର ସମସ୍ତ ଦିଗକୁ ନେଇ ଖୋଳତାଡ଼ ଚାଲିଥିବା ବେଳେ ଆଗାମୀ ଦିନରେ ଆହୁରି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓ ଗିରଫଦାରୀ ସାମ୍ନାକୁ ଆସିପାରେ।

ଏନ୍‌ଏଚ୍‌ଆର୍‌ସି କ୍ରାଇମବ୍ରାଞ୍ଚ ସୌମ୍ୟ ହତ୍ୟା ମାମଲା
Share. Facebook Twitter LinkedIn Email WhatsApp Copy Link

Related Posts

ପେଟ୍ରୋଲ ଓ ଡିଜେଲ ବିକ୍ରି ଏବଂ ବଣ୍ଟନ ଉପରେ ଅସ୍ଥାୟୀ କଟକଣା ପ୍ରତ୍ୟାହୃତ

June 30, 2026

ସଂଶୋଧିତ ପୁସ୍ତକ ଯୋଗାଇ ଦିଆଯିବ – ମନ୍ତ୍ରୀ

June 29, 2026

ବାଣପୁରରେ ଯୁବକଙ୍କ ମୃତ୍ୟୁ ମାମଲା: ହେପାଜତ ହିଂସା ଅଭିଯୋଗକୁ ଖଣ୍ଡନ କଲା ପୋଲିସ, ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା

June 29, 2026

Puri News: ମହାପ୍ରଭୁଙ୍କ ଗଜାନନ ବେଶ ଦେଖି ଭକ୍ତ ବିଭୋର, ମଙ୍ଗଳବାରଠାରୁ ପଟ୍ଟିଦିଅଁ ଦର୍ଶନ

June 29, 2026
Latest News

ପେଟ୍ରୋଲ ଓ ଡିଜେଲ ବିକ୍ରି ଏବଂ ବଣ୍ଟନ ଉପରେ ଅସ୍ଥାୟୀ କଟକଣା ପ୍ରତ୍ୟାହୃତ

June 30, 2026

ସଂଶୋଧିତ ପୁସ୍ତକ ଯୋଗାଇ ଦିଆଯିବ – ମନ୍ତ୍ରୀ

June 29, 2026

ବାଣପୁରରେ ଯୁବକଙ୍କ ମୃତ୍ୟୁ ମାମଲା: ହେପାଜତ ହିଂସା ଅଭିଯୋଗକୁ ଖଣ୍ଡନ କଲା ପୋଲିସ, ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା

June 29, 2026

Puri News: ମହାପ୍ରଭୁଙ୍କ ଗଜାନନ ବେଶ ଦେଖି ଭକ୍ତ ବିଭୋର, ମଙ୍ଗଳବାରଠାରୁ ପଟ୍ଟିଦିଅଁ ଦର୍ଶନ

June 29, 2026

Ranpur News: ଦୁର୍ଲଭ ଗଜାନନ ବେଶରେ ଦର୍ଶନ ଦେଲେ ମହାବାହୁ

June 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.