Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶାରେ ଐତିହାସିକ ଜାପାନୀ ପୁଞ୍ଜିନିବେଶ: ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ବ୍ରହ୍ମପୁର ସାଂସଦ
ଆଜିର ଖବର

ଓଡ଼ିଶାରେ ଐତିହାସିକ ଜାପାନୀ ପୁଞ୍ଜିନିବେଶ: ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ବ୍ରହ୍ମପୁର ସାଂସଦ

July 4, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓଡ଼ିଶାରେ ଐତିହାସିକ ଜାପାନୀ ପୁଞ୍ଜିନିବେଶ: ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ବ୍ରହ୍ମପୁର ସାଂସଦ
ଓଡ଼ିଶାରେ ଐତିହାସିକ ଜାପାନୀ ପୁଞ୍ଜିନିବେଶ: ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ବ୍ରହ୍ମପୁର ସାଂସଦ

ଭୁବନେଶ୍ୱର/ବ୍ରହ୍ମପୁର: ଓଡ଼ିଶାର ଶିଳ୍ପାୟନ ତଥା ସବୁଜ ଶକ୍ତି (Green Energy) କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଏବଂ ରାଜ୍ୟ ସରକାରଙ୍କୁ ବ୍ରହ୍ମପୁର ସାଂସଦ ଡକ୍ଟର ପ୍ରଦୀପ କୁମାର ପାଣିଗ୍ରାହୀ ଆନ୍ତରିକ ସାଧୁବାଦ ଓ କୃତଜ୍ଞତା ଜଣାଇଛନ୍ତି। ଜାପାନର ପ୍ରତିଷ୍ଠିତ ଶିଳ୍ପ ସଂସ୍ଥା ଆଇଏଚ୍‌ଆଇ କର୍ପୋରେସନ୍ ଏବଂ ଏସିଏମ୍‌ଇ (ACME) ଗ୍ରୁପ୍‌ର ମିଳିତ ସହଯୋଗରେ ରାଜ୍ୟରେ ୬୭,୦୦୦ କୋଟି ଟଙ୍କାର ଯେଉଁ ବିଶାଳ ପୁଞ୍ଜିନିବେଶ ପାଇଁ ବୁଝାମଣା ହୋଇଛି, ତାହା ଓଡ଼ିଶାର ଅର୍ଥନୀତିକୁ ଏକ ନୂତନ ଶିଖରକୁ ନେବ ବୋଲି ସାଂସଦ ପ୍ରକାଶ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ସାଂସଦ ଡକ୍ଟର ପାଣିଗ୍ରାହୀ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏକ ସରକାରୀ ପତ୍ର ଲେଖି ଗଞ୍ଜାମ ଜିଲ୍ଲା ତଥା ସମଗ୍ର ଦକ୍ଷିଣ ଓଡ଼ିଶାର ବିକାଶ ପାଇଁ ନିଜର ସମ୍ପୂର୍ଣ୍ଣ ସହଯୋଗର ପ୍ରତିଶ୍ରୁତି ଦେଇଛନ୍ତି।

ପ୍ରେସ୍ ବିବୃତ୍ତିର ମୁଖ୍ୟ ବିନ୍ଦୁଗୁଡ଼ିକ:

ଗୋପାଳପୁର ପାଇଁ ବଡ଼ ସୁଯୋଗ: ପ୍ରସ୍ତାବିତ ଯୋଜନା ଅନୁଯାୟୀ, ଗୋପାଳପୁର ସ୍ଥିତ ଟାଟା ଷ୍ଟିଲ୍ SEZ ପରିସରରେ ୨୦,୦୦୦ କୋଟି ଟଙ୍କା ବ୍ୟୟରେ ବାର୍ଷିକ ୦.୪ ଏମଟିପିଏ (MTPA) କ୍ଷମତା ବିଶିଷ୍ଟ “ଗ୍ରୀନ୍ ଆମୋନିଆ ପ୍ରକଳ୍ପ” ଏବଂ ଏହା ସହିତ ୧,୦୦୦ କୋଟି ଟଙ୍କା ବ୍ୟୟରେ ଏକ “ଜେଟିବିହୀନ ଭାସମାନ ଟର୍ମିନାଲ୍” (Jettyless Floating Terminal) ଭିତ୍ତିଭୂମି ସ୍ଥାପନ ହେବ। ଗୋପାଳପୁର ଅଞ୍ଚଳରେ ମୋଟ ୨୧,୦୦୦ କୋଟି ଟଙ୍କାର ଏହି ନିବେଶ ସ୍ଥାନୀୟ ପ୍ରଗତିର ଦ୍ୱାର ଉନ୍ମୁକ୍ତ କରିବ।

ଓଡ଼ିଶାରେ ବ୍ୟାପକ ପୁଞ୍ଜିନିବେଶ: ଗୋପାଳପୁର ପ୍ରକଳ୍ପ ସହିତ ପାରାଦ୍ଵୀପଠାରେ ୩୪,୦୦୦ କୋଟି ଟଙ୍କାର ଗ୍ରୀନ୍ ଆମୋନିଆ ଏବଂ ୧୨,୦୦0 କୋଟି ଟଙ୍କାର ଗ୍ରୀନ୍ ମିଥାନଲ୍ ପ୍ରକଳ୍ପକୁ ମିଶାଇ ସମଗ୍ର ରାଜ୍ୟରେ ମୋଟ ୬୭,୦୦୦ କୋଟି ଟଙ୍କାର ନିବେଶ ହେବାକୁ ଯାଉଛି, ଯାହା ଓଡ଼ିଶାକୁ ବିଶ୍ୱସ୍ତରୀୟ ସବୁଜ ଶକ୍ତିର ହବ୍‌ରେ ପରିଣତ କରିବ।

ନିଯୁକ୍ତି ସୁଯୋଗ: ଏହି ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ରାଜ୍ୟରେ ହଜାର ହଜାର ଶିକ୍ଷିତ ତଥା ଦକ୍ଷ ଯୁବକଯୁବତୀଙ୍କ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

​ସାଂସଦଙ୍କ ସମ୍ପୂର୍ଣ୍ଣ ସହଯୋଗ: ଗୋପାଳପୁର କ୍ଲଷ୍ଟରରେ ଏହି ପ୍ରକଳ୍ପଗୁଡ଼ିକର ସଫଳ ଏବଂ ସମୟାନୁବର୍ତ୍ତୀ କାର୍ଯ୍ୟକାରିତା ପାଇଁ ଜମି ଅଧିଗ୍ରହଣ, ସ୍ଥାନୀୟ ପ୍ରଶାସନିକ ସମନ୍ୱୟ ଏବଂ ସମସ୍ତ ପ୍ରକାର ଆନୁଷଙ୍ଗିକ ସହାୟତା ଯୋଗାଇଦେବାକୁ ବ୍ରହ୍ମପୁର ସାଂସଦ ନିଜ ତରଫରୁ ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧତା ପ୍ରକାଶ କରିଛନ୍ତି।

ସାଂସଦ ଡକ୍ଟର ପାଣିଗ୍ରାହୀ କହିଛନ୍ତି ଯେ, “ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଓ ଶିଳ୍ପାନୁକୂଳ ନୀତି ଯୋଗୁଁ ଓଡ଼ିଶା ଆଜି ବିଦେଶୀ ପୁଞ୍ଜିନିବେଶକାରୀଙ୍କ ପାଇଁ ପ୍ରଥମ ପସନ୍ଦ ପାଲଟିଛି। ଗୋପାଳପୁରର ବିକାଶ ପାଇଁ ଆମେ ରାଜ୍ୟ ସରକାରଙ୍କ ସହ ସେତୁ ସଦୃଶ କାର୍ଯ୍ୟ କରିବାକୁ ସଦା ପ୍ରସ୍ତୁତ।”

Green Energy ଜାପାନୀ ପୁଞ୍ଜିନିବେଶ ଡକ୍ଟର ପ୍ରଦୀପ କୁମାର ପାଣିଗ୍ରାହୀ ବ୍ରହ୍ମପୁର ସାଂସଦ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା
Share. Facebook Twitter LinkedIn Email WhatsApp Copy Link

Related Posts

ଲଘୁଚାପ ସକ୍ରିୟ : ପାଞ୍ଚଦିନ ବର୍ଷିବ

July 4, 2026

ଓମ୍ସା ଡାକ୍ତରଙ୍କ ଆନ୍ଦୋଳନ ମଧ୍ୟରେ ରୋଗୀ ସେବାରେ ଆୟୁଷ, ଏମଏଚୟୁ ଓ ଆରବିଏସକେ ଡାକ୍ତର

July 4, 2026

ଲଗାଣ ବର୍ଷାରେ ଧୋଇଗଲା କୁଲିଆପାଲି ବ୍ରିଜ୍‌ର ଡାଇଭର୍ସନ ରାସ୍ତା; ଯାତାୟାତ ଠପ୍, ହଜାର ହଜାର ଲୋକ ହନ୍ତସନ୍ତ

July 4, 2026

ଡାକ୍ତର ଆନ୍ଦୋଳନ : ଆଜି ଜରୁରୀ ବୈଠକ

July 4, 2026
Latest News

ଓଡ଼ିଶାରେ ଐତିହାସିକ ଜାପାନୀ ପୁଞ୍ଜିନିବେଶ: ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ବ୍ରହ୍ମପୁର ସାଂସଦ

July 4, 2026

ଲଘୁଚାପ ସକ୍ରିୟ : ପାଞ୍ଚଦିନ ବର୍ଷିବ

July 4, 2026

ଓମ୍ସା ଡାକ୍ତରଙ୍କ ଆନ୍ଦୋଳନ ମଧ୍ୟରେ ରୋଗୀ ସେବାରେ ଆୟୁଷ, ଏମଏଚୟୁ ଓ ଆରବିଏସକେ ଡାକ୍ତର

July 4, 2026

ଲଗାଣ ବର୍ଷାରେ ଧୋଇଗଲା କୁଲିଆପାଲି ବ୍ରିଜ୍‌ର ଡାଇଭର୍ସନ ରାସ୍ତା; ଯାତାୟାତ ଠପ୍, ହଜାର ହଜାର ଲୋକ ହନ୍ତସନ୍ତ

July 4, 2026

ପାକିସ୍ତାନର ବଲୁଚିସ୍ତାନରେ ଭୟଙ୍କର ଆତ୍ମଘାତୀ ଆକ୍ରମଣ

July 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.