Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗଞ୍ଜାମ, ଗଜପତି ଏବଂ ରାୟଗଡ଼ାରେ ଟ୍ରାଇର ନେଟୱାର୍କ ପରୀକ୍ଷଣ: ଶୀର୍ଷରେ ଜିଓ
ଆଜିର ଖବର

ଗଞ୍ଜାମ, ଗଜପତି ଏବଂ ରାୟଗଡ଼ାରେ ଟ୍ରାଇର ନେଟୱାର୍କ ପରୀକ୍ଷଣ: ଶୀର୍ଷରେ ଜିଓ

July 4, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଜିଓ ପ୍ଲାଟଫର୍ମସ
ଗଞ୍ଜାମ, ଗଜପତି ଏବଂ ରାୟଗଡ଼ାରେ ଟ୍ରାଇର ନେଟୱାର୍କ ପରୀକ୍ଷଣ: ଶୀର୍ଷରେ ଜିଓ

ଭୁବନେଶ୍ୱର: ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (ଟ୍ରାଇ) ଦ୍ୱାରା ପ୍ରକାଶିତ ସଦ୍ୟତମ ସ୍ୱାଧୀନ ଡ୍ରାଇଭ୍ ଟେଷ୍ଟ (ଆଇଡ଼ିଟି) ଫଳାଫଳ ଅନୁଯାୟୀ ଓଡ଼ିଶାର ଅଗ୍ରଣୀ ଡିଜିଟାଲ୍ ସେବା ପ୍ରଦାନକାରୀ ରିଲାଏନ୍ସ ଜିଓ ପୁଣି ଥରେ ଏହାର ନେଟୱାର୍କ ପ୍ରାଧାନ୍ୟ ପ୍ରମାଣିତ କରିଛି। ଗଞ୍ଜାମ, ଗଜପତି ଏବଂ ରାୟଗଡ଼ା ଜିଲ୍ଲାରେ ହୋଇଥିବା ଏହି ପରୀକ୍ଷଣରେ ଜିଓ ପ୍ରାୟ ୯୮ ପ୍ରତିଶତର ସର୍ବାଧିକ ନେଟୱାର୍କ ଉପଲବ୍ଧତା ଏବଂ ସର୍ବାଧିକ ୧୮୬.୦୭ ଏମବିପିଏସ ହାରାହାରି ଡାଟା ଡାଉନଲୋଡ୍ ସ୍ପିଡ୍ ରେକର୍ଡ କରିଛି। ଜିଓର ହାରାହାରି ଡାଉନଲୋଡ୍ ସ୍ପିଡ୍ ଏହାର ନିକଟତମ ପ୍ରତିଦ୍ୱନ୍ଦ୍ୱୀ କମ୍ପାନୀ ତୁଳନାରେ ଦୁଇଗୁଣରୁ ଅଧିକ ରହିଛି।

ସ୍ୱାଧୀନ ଡ୍ରାଇଭ୍ ଟେଷ୍ଟ (ଆଇଡ଼ିଟି) ର ଅଂଶ ସ୍ୱରୂପ, ଟ୍ରାଇ ଏହି ତିନୋଟି ଜିଲ୍ଲାରେ ୨୩ ଏପ୍ରିଲରୁ ୨୫ ଏପ୍ରିଲ ୨୦୨୬ ଯାଏଁ ମୋଟ ୪୪୬ କିଲୋମିଟର ସହର ଡ୍ରାଇଭରେ ନେଟୱାର୍କ ପରୀକ୍ଷା କରିଥିଲା। ଟ୍ରାଇ ଜନବହୁଳ ଅଞ୍ଚଳରେ ଉପଭୋକ୍ତା ଅଭିଜ୍ଞତାକୁ ପ୍ରତିଫଳିତ କରିବା ପାଇଁ ଗଞ୍ଜାମ ରେଳ ଷ୍ଟେସନ, ଗୋପାଳପୁର ବେଳାଭୂମି, ଗୁଣୁପୁର ବସ୍ ଷ୍ଟାଣ୍ଡ, ପାରଳାଖେମୁଣ୍ଡି ବସ୍ ଷ୍ଟାଣ୍ଡ ଏବଂ ମାର୍କେଟ୍ ଷ୍ଟ୍ରିଟ୍‌, ମୋହନା ବଜାର, ରାୟଗଡା ବଜାର ଏବଂ ଆର ଉଦୟଗିରି ବଜାର ସମେତ ତିନୋଟି ଜିଲ୍ଲାର ଆଠଟି ବ୍ୟସ୍ତବହୁଳ ହଟସ୍ପଟ୍‌ରେ ବାସ୍ତବ ପରିସ୍ଥିତିର ମୂଲ୍ୟାଙ୍କନ କରିଥିଲା।

ଟ୍ରାଇ ତଥ୍ୟ ଅନୁସାରେ, ଏହି ପରୀକ୍ଷଣରେ ରିଲାଏନ୍ସ ଜିଓ ସର୍ବାଧିକ ୧୮୬.୦୭ ଏମବିପିଏସ ହାରାହାରି ଡାଉନଲୋଡ୍ ସ୍ପିଡ୍ ରେକର୍ଡ କରିଥିବା ବେଳେ ଏହା ପଛକୁ ଏୟାରଟେଲ୍ ୮୧.୭୪ ଏମବିପିଏସ, ଭୋଡାଫୋନ ଆଇଡ଼ିଆ ୧୭.୯୧ ଏମବିପିଏସ ଏବଂ ବିଏସଏନଏଲ ୬.୭୧ ଏମବିପିଏସ ହାରାହାରି ଡାଉନଲୋଡ୍ ସ୍ପିଡ୍ ରେକର୍ଡ କରିଥିଲା। ସେହିଭଳି ହାରାହାରି ଅପଲୋଡ୍ ସ୍ପିଡରେ ଜିଓ ୧୩.୪୬ ଏମବିପିଏସର ଦୃଢ଼ ସ୍ପିଡ଼ ବଜାୟ ରଖିଥିଲା।

ଆଉ ଏକ ପ୍ରମୁଖ ନେଟୱାର୍କ କାର୍ଯ୍ୟଦକ୍ଷତା ସୂଚକରେ ଅନ୍ୟ ସମସ୍ତ ସେବା ପ୍ରଦାନକାରୀଙ୍କୁ ପଛରେ ପକାଇ ଜିଓ ଉଲ୍ଲେଖନୀୟ ପ୍ରଦର୍ଶନ କରି ପ୍ରାୟ ୯୮ ପ୍ରତିଶତ ନେଟୱାର୍କ ଉପଲବ୍ଧତା ରେକର୍ଡ କରିଛି। ଟ୍ରାଇ ଦ୍ୱାରା ପ୍ରକାଶିତ ଆଇଡ଼ିଟି ଫଳାଫଳ ଅନୁଯାୟୀ, ପରୀକ୍ଷଣ ସମୟରେ ସଂଗୃହିତ ମୋଟ ନମୁନା ଉପରେ ଆଧାରରେ ଜିଓ ପ୍ରାୟ ୯୮ ପ୍ରତିଶତ ସେବା ଉପଲବ୍ଧତା ରେକର୍ଡ କରିଥିବା ବେଳେ ଏହା ପଛକୁ ବିଏସଏନଏଲ ୮୬.୪୪ ପ୍ରତିଶତ, ଏୟାରଟେଲ ୮୧.୩୯ ପ୍ରତିଶତ ଏବଂ ଭୋଡାଫୋନ ଆଇଡ଼ିଆ ୨୩.୩ ପ୍ରତିଶତ ସେବା ଉପଲବ୍ଧତା ରେକର୍ଡ କରିଛି। ଗୁରୁତ୍ୱପୂର୍ଣ୍ଣ ଭାବରେ ଟ୍ରାଇ ଦ୍ୱାରା କରାଯାଇଥିବା ଏହି ପରୀକ୍ଷଣରେ ଜିଓ ୨ ପ୍ରତିଶତରୁ କମ୍ କଲ୍ ଡ୍ରପ୍ ଏବଂ ସର୍ବନିମ୍ନ କଲ୍ ସାଇଲେନ୍ସ ଇନଷ୍ଟାନ୍ସ ମଧ୍ୟ ରେକର୍ଡ କରିଛି।

ଏହାର ନିରବଛିନ୍ନ ନେଟୱାର୍କ କାର୍ଯ୍ୟଦକ୍ଷତା ସହିତ, ରିଲାଏନ୍ସ ଜିଓ ସ୍ୱର ସ୍ପଷ୍ଟତା, କମ ଲାଟେନ୍ସୀ ଏବଂ ଅଲ୍ଟ୍ରା-ଫାଷ୍ଟ ମୋବାଇଲ୍ ଡାଟା ପାଇଁ ମାନଦଣ୍ଡ ସ୍ଥାପନ କରିଚାଲିଛି, ଯାହା ଡିଜିଟାଲ୍ ଇଣ୍ଡିଆ ଯାତ୍ରାରେ ଦେଶର ପ୍ରତ୍ୟେକ କୋଣକୁ ସଂଯୋଗ କରୁଛି। ଟ୍ରାଇ ଦ୍ୱାରା ପ୍ରକାଶିତ ସଦ୍ୟତମ ଟେଲିକମ୍ ଉପଭୋକ୍ତା ତଥ୍ୟ ଅନୁଯାୟୀ, ଜିଓ ଓଡ଼ିଶାରେ ୧ କୋଟି ୮୦ ଲକ୍ଷରୁ ଅଧିକ ମୋବାଇଲ୍ ଗ୍ରାହକ ଏବଂ ୭.୬୬ ଲକ୍ଷରୁ ଅଧିକ ଜିଓଫାଇବର ଏବଂ ଜିଓଏୟାରଫାଇବର ହୋମ୍ ବ୍ରଡବ୍ୟାଣ୍ଡ ଗ୍ରାହକଙ୍କ ସହିତ ୱାୟାରଲେସ୍‌, ୱାୟାରଲାଇନ୍ ଏବଂ ସ୍ଥିର ୱାୟାରଲେସ୍ ଆକ୍ସେସ୍ (ଏଫଡବ୍ଲୁଏ ) କ୍ଷେତ୍ରରେ ଆଗରେ ରହିଛି। ଏହାର ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା, ଦୃଢ଼ ଭିତ୍ତିଭୂମି ଏବଂ ଗ୍ରାହକ-ପ୍ରଥମ ଆଭିମୁଖ୍ୟ ତଥା ଦୃଢ଼ ୪ଜି ଏବଂ ୫ଜି ନେଟୱାର୍କ ବଳରେ ଜିଓ ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଓଡ଼ିଶାର ଡିଜିଟାଲ୍ ପରିବର୍ତ୍ତନକୁ ଆଗେଇ ନେଇ ଚାଲିଛି।

ଗଜପତି ଗଞ୍ଜାମ ଟ୍ରାଇ ନେଟୱାର୍କ ପରୀକ୍ଷଣ ରାୟଗଡା ଶୀର୍ଷରେ ଜିଓ
Share. Facebook Twitter LinkedIn Email WhatsApp Copy Link

Related Posts

ବୈଭବ ସୂର୍ଯ୍ୟବଂଶୀଙ୍କୁ ଭୟ କରୁଛି ଇଂଲଣ୍ଡ?: ଯୋଜନା ପ୍ରସ୍ତୁତ କରିଛି ଘରୋଇ ଦଳ

July 4, 2026

ମମତା ବାନାର୍ଜୀଙ୍କୁ ଆଉ ଏକ ବଡ଼ ଝଟକା: ସମସ୍ତ ପଦବୀରୁ ଇସ୍ତଫା ଦେଲେ ବଙ୍ଗଳା ଟିଏମସି ମୁଖ୍ୟ

July 4, 2026

ଟେଲିଗ୍ରାମର ବଢ଼ିଲା ସମସ୍ୟା: ୧୫ ଦିନ ପାଇଁ ଅଲଟିମେଟମ୍ ଦେଲେ ସରକାର

July 4, 2026

ବଲୁଚିସ୍ତାନରେ ଆତ୍ମଘାତୀ ଆକ୍ରମଣ: ୩୦ ପାକିସ୍ତାନୀ ଯବାନ ନିହତ

July 4, 2026
Latest News

ଗଞ୍ଜାମ, ଗଜପତି ଏବଂ ରାୟଗଡ଼ାରେ ଟ୍ରାଇର ନେଟୱାର୍କ ପରୀକ୍ଷଣ: ଶୀର୍ଷରେ ଜିଓ

July 4, 2026

ବୈଭବ ସୂର୍ଯ୍ୟବଂଶୀଙ୍କୁ ଭୟ କରୁଛି ଇଂଲଣ୍ଡ?: ଯୋଜନା ପ୍ରସ୍ତୁତ କରିଛି ଘରୋଇ ଦଳ

July 4, 2026

ମମତା ବାନାର୍ଜୀଙ୍କୁ ଆଉ ଏକ ବଡ଼ ଝଟକା: ସମସ୍ତ ପଦବୀରୁ ଇସ୍ତଫା ଦେଲେ ବଙ୍ଗଳା ଟିଏମସି ମୁଖ୍ୟ

July 4, 2026

ଟେଲିଗ୍ରାମର ବଢ଼ିଲା ସମସ୍ୟା: ୧୫ ଦିନ ପାଇଁ ଅଲଟିମେଟମ୍ ଦେଲେ ସରକାର

July 4, 2026

PM Modi in Rajasthan: ଯୋଧପୁର ବିମାନବନ୍ଦରର ନୂଆ ଟର୍ମିନାଲକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

July 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.