ଭୁବନେଶ୍ଵର: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ OTET ପରୀକ୍ଷା ରବିବାର ସମସ୍ତ ଜିଲ୍ଲାରେ ଦୁଇଟି ଅଧିବେଶନରେ ଅନୁଷ୍ଠିତ ହୋଇଛି। ପ୍ରଥମ ଅଧିବେଶନ ସକାଳ ୯ ଟାରୁ ୧୧ଟା ୩୦ ଯାଏଁ ଓ ଦ୍ୱିତୀୟ ଅଧିବେଶନ ଅପରାହ୍ନ ୨ ଟାରୁ ୪ ଟା ୩୦ ଯାଏଁ ହୋଇଛି। ଏହି ସମୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଡ. ଏନ୍. ତିରୁମାଲା ନାଏକ କଟକର ବିଭିନ୍ନ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରି ପରୀକ୍ଷା ପରିଚାଳନା ସମୀକ୍ଷା କରିଛନ୍ତି। ସେ ରାଜ୍ୟସ୍ତରୀୟ କମାଣ୍ଡ କଣ୍ଟ୍ରୋଲ ସେଣ୍ଟରରୁ Live CCTV ମାଧ୍ୟମରେ ୩୧୧ଟି ପରୀକ୍ଷା କେନ୍ଦ୍ରର ନିରୀକ୍ଷଣ ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି। Digi Lock ଓ CCTV ସୁରକ୍ଷା ବ୍ୟବସ୍ଥା ସମୀକ୍ଷା ସହ ଶୃଙ୍ଖଳିତ ପରୀକ୍ଷା ପରିଚାଳନାକୁ ସେ ପ୍ରଶଂସା କରିଛନ୍ତି।


