Pandian in Venezueal: ଭେନଜୁଏଲା ଭୂକମ୍ପ ଅଞ୍ଚଳରେ ଭି କେ ପାଣ୍ଡିଆନ। ଏହାକୁ ନେଇ ବର୍ତ୍ତମାନ ଓଡିଶା ରାଜନୀତିରେ ବେଶ ଚର୍ଚ୍ଚା। କାରଣ ହେଲା ଓଡିଶା ରାଜନୀତିରେ ଚହଳ ସୃଷ୍ଟି କରିଥିବା ଭି କେ ପାଣ୍ଡିଆନ ଦୀର୍ଘ ମାସ ପରେ ସେ ଲୋକଲୋଚନକୁ ଆସିଛନ୍ତି। ତେବେ ଓଡିଶାରେ ନୁହେଁ, ସେ ଭେନଜୁଏଲାରେ ଘଟିଥିବା ଭୟଙ୍କର ଭୂକମ୍ପ କ୍ଷତିଗସ୍ତ ଅଞ୍ଚଳ ଦେଖିଛନ୍ତି।

ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ଯେଉଁ କେତେକ ଫଟୋ ଘୁରିବୁଲୁଛି ସେଥିରୁ ସ୍ପଷ୍ଟ ଯେ, ପାଣ୍ଡିଆନ ଭେନଜୁଏଲାରେ ବିପର୍ଯ୍ୟୟ ପରିଚାଳନା କରୁଛନ୍ତି। ସେଠାରେ ସେ ପ୍ରଭାବିତ ଲୋକମାନଙ୍କ ଭଲମନ୍ଦ ବୁଝୁଛନ୍ତି। ଫଟୋରେ ଦେଖାଯାଇଛି ଯେ, ତାଙ୍କ ସହିତ ତିନି ଚାରିଜଣ ମଧ୍ୟ ଅଛନ୍ତି। ସେତିକି ନୁହେଁ ସେ ଭେନଜୁଏଲା ରାଷ୍ଟ୍ରପତି Venezueal President Delcy Rodríguez ଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି। ସେ ତାଙ୍କ ପାଖରେ ବସି ଉଦ୍ଧାର କାର୍ଯ୍ୟ କିପରି ଚାଲିଛି ତାହା ପଚାରି ବୁଝୁଥିବାର ଫଟୋ ଓ ଭିଡିଓରୁ ଜଣାପଡିଛି।

ଏ କଥା ସ୍ପଷ୍ଟ ଯେ, ନବୀନ ପଟ୍ଟନାୟକଙ୍କ ସମୟରେ ଓଡିଶାରେ ଯେତେସବୁ ପ୍ରାକୃତିକ ବିପର୍ଯ୍ୟୟ ଘଟିଛି ତାହାକୁ ପାଣ୍ଡିଆନ ବେଶ ଭଲ ଭାବେ ପରିଚାଳନା କରିପାରିଥିଲେ। ଯେଉଁଥି ପାଇଁ ସାରା ଦେଶ କାହିଁକି ଜାତିସଂଘ ମଧ୍ୟ ପ୍ରଶଂସା କରିଛି। ତେଣୁ ସେହି ବଡ ଅଭିଜ୍ଞତା ନେଇ ସେ ଭେନଜୁଏଲାରେ ତାଙ୍କର ପଦକ୍ଷେପ ଗ୍ରହଣ କରିଛନ୍ତି। ନିଜେ ପାଣ୍ଡିଆନ ମଧ୍ୟ ନିଜ ସାମାଜିକ ଗଣମାଧ୍ୟମରେ ଭେନଜୁଏଲାରେ କ୍ଷତିଗସ୍ତ ଅଞ୍ଚଳ ବୁଲିଥିବାର ସ୍ବୀକାର କରିଛନ୍ତି। ତେବେ ଏହାକୁ ନେଇ ବିଜେଡି ଶିବିରରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଥିବା ବେଳେ ବିଜେପି ଶିବିରରେ ଆଶ୍ଚର୍ଯ୍ୟର ବାତାବରଣ ଖେଳିଯାଇଛି।
ଭେନଜୁଏଲାରେ ଉଦ୍ଧାର କାର୍ଯ୍ୟ କରିବାକୁ ପାଣ୍ଡିଆନଙ୍କୁ କିଏ ପଠାଇଲା?
ଭେନଜୁଏଲା ଭୂକମ୍ପ କ୍ଷତିଗସ୍ତ ଅଞ୍ଚଳ ଗସ୍ତ କରିବା ପାଇଁ ଭି କେ ପାଣ୍ଡିଆନଙ୍କୁ କିଏ ପଠାଇଲା, ସେ ନେଇ ବର୍ତ୍ତମାନ ଓଡିଶା ରାଜନୀତିରେ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପାଣ୍ଡିଆନ ବର୍ତ୍ତମାନ କୌଣସି ପଦପଦବୀରେ ନାହିଁନ୍ତି। ସେ ରାଜ୍ୟ ସରକାର କିମ୍ବା କେନ୍ଦ୍ର ସରକାରରେ କୌଣସି ପଦବୀରେ ନାହାଁନ୍ତି। ଏପରି କ୍ଷେତ୍ରରେ ସେ ଭେନଜୁଏଲା କିପରି ଗଲେ ବୋଲି ରାଜ୍ୟ ରାଜନୀତି ମହଲରେ ବିଭିନ୍ନ ଆଲୋଚନା ଚାଲିଛି।
ଅନେକଙ୍କ ମତରେ ପାଣ୍ଡିଆନଙ୍କୁ ଭେନଜୁଏଲା ଭୂକମ୍ପ ଅଞ୍ଚଳର ଉଦ୍ଧାର କାର୍ଯ୍ୟ ତଦାରଖ କରିବାକୁ ଖୋଦ କେନ୍ଦ୍ର ସରକାର ପଠାଇଛନ୍ତି। କାରଣ ହେଲା ସେ ପ୍ରାକୃତିକ ବିପର୍ଯ୍ୟ ପରିଚାଳନା କରିବାରେ ବେଶ ଦକ୍ଷ। ସେହି ଦକ୍ଷତାକୁ ଆଧାର କରି ତାଙ୍କୁ କେନ୍ଦ୍ର ସରକାର ପଠାଇଥିବାର କୁହାଯାଉଛି। ଅନ୍ୟପଟେ ତାଙ୍କୁ ଖୋଦ ଭେନଜୁଏଲା ସରକାର ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରିବାକୁ ଡାକିଛନ୍ତି। ହେଲେ ଏହାକୁ ନେଇ ବିଜେପି କିମ୍ବା ବିଜେଡି ତରଫରୁ କୌଣସି ସ୍ପଷ୍ଟି କରଣ ଦିଆଯାଇ ନାହିଁ।

ସେହିପରି ଅନ୍ୟ କେତେକଙ୍କ ମତରେ ପାଣ୍ଡିଆନ ସତ୍ୟ ସାଇବାବା ଅନୁଷ୍ଠାନ ତରଫରୁ ଯାଇଛନ୍ତି ବୋଲି କହୁଥିବାର ଲକ୍ଷ୍ୟ କରାଯାଇଛି। ଏହି ଅନୁଷ୍ଠାନ ତରଫରୁ ଭେନଜୁଏଲାକୁ ବଡ ରିଲିଫ ସାମଗ୍ରୀ ପଠାଯାଇଛି। ଯାହାର ନେତୃତ୍ବ ଭି କେ ପାଣ୍ଡିଆନ ନେଇଛନ୍ତି। ସେହି ରିଲିଫ କାର୍ଯ୍ୟ ନେଇ ସେ ଭେନଜୁଏଲା ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବାରେ ସକ୍ଷମ ହୋଇଛନ୍ତି।
ବର୍ତ୍ତମାନ ପରିସ୍ଥିତିରେ ଭେନଜୁଏଲା ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବା ଏକ କଷ୍ଟକର ବ୍ୟାପାର। କାରଣ ଭୂମିକମ୍ପ ପରେ ସେ ଦେଶର ପରିସ୍ଥିତି ବଡ ଭୟଙ୍କର ହୋଇପଡିଛି। ହେଲେ ଯେଉଁ ଯେଉଁ ଦେଶରୁ ଉଦ୍ଧାରକାରୀ ଦଳ ବା ରିଲିଫ ପ୍ଦଳ ଯାଉଛନ୍ତି ସେମାନଙ୍କୁ ରାଷ୍ଟ୍ରପତି ସାକ୍ଷାତ ଦେଉଛନ୍ତି। ତେବେ ପାଣ୍ଡିଆନ କେଉଁ ଆଧାରରେ ଭୂକମ୍ପ ପ୍ରଭାବିତ ଅଞ୍ଚଳକୁ ଗଲେ ଏବଂ ସେଠାକାର ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ ସେ ସଂପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ସେ ଯାହା ହେଉ ନା କାହିଁକି ପାଣ୍ଡିଆନଙ୍କ ଭେନଜୁଏଲା ଗସ୍ତକୁ ନେଇ ରାଜ୍ୟ ବିଜେପି ତରଫରୁ ଭିତିରିଆ ଖୋଳତାଡ ଆରମ୍ଭ ହୋଇଯାଇଛି।


