Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଉରକେଲାରେ ସଡ଼କ ଦୁର୍ଘଟଣା: ଆରଏସପି କର୍ମଚାରୀଙ୍କୁ ଟ୍ରକ୍ ଧକ୍କା
ଆଜିର ଖବର

ରାଉରକେଲାରେ ସଡ଼କ ଦୁର୍ଘଟଣା: ଆରଏସପି କର୍ମଚାରୀଙ୍କୁ ଟ୍ରକ୍ ଧକ୍କା

July 8, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲାରେ ସଡ଼କ ଦୁର୍ଘଟଣାରେ ରାଉରକେଲା ଇସ୍ପାତ କାରଖାନା (ଆରଏସପି)ର ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଆଜି ସକାଳ ପ୍ରାୟ ସାଢେ ୫ଟା ସମୟରେ ଏ-ସିଫ୍ଟ ଡ୍ୟୁଟିକୁ ଯାଉଥିବା ବେଳେ ଏକ ଟ୍ରକ୍ ଧକ୍କା ଦେବାରୁ ଏହି ଅଘଟଣ ଘଟିଛି।

ମୃତକଙ୍କ ପରିଚୟ ଜଳଦା ସି ବ୍ଲକ୍‌ର ବାସିନ୍ଦା ଲିଓନାର୍ଡ ଲାକ୍ରା (୫୮) ଭାବେ ଜଣାପଡ଼ିଛି। ସେ ରାଉରକେଲା ଇସ୍ପାତ କାରଖାନାର ନ୍ୟୁ ହଟ୍ ଷ୍ଟ୍ରିପ୍ ମିଲ୍ ବିଭାଗରେ କାର୍ଯ୍ୟରତ ଥିଲେ।

ସୂଚନା ଅନୁଯାୟୀ, ଲିଓନାର୍ଡ ଲାକ୍ରା ପ୍ରତିଦିନ ପରି ଆଜି ମଧ୍ୟ ବାଇକରେ କାର୍ଯ୍ୟସ୍ଥଳକୁ ଯାଉଥିଲେ। ସେ ଏଲ୍ ଆଣ୍ଡ ଟି ଗେଟ୍ ସମ୍ମୁଖରେ ୧୪୩ ନମ୍ବର ଜାତୀୟ ରାଜପଥ ଦେଇ ଆରଏସପି ପରିସରକୁ ପ୍ରବେଶ କରୁଥିବା ବେଳେ ଏକ ଟ୍ରକ୍ ତାଙ୍କ ବାଇକକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ସେ ଘଟଣାସ୍ଥଳରେ ଗୁରୁତର ଆହତ ହୋଇଥିଲେ ଏବଂ ପରବର୍ତ୍ତୀ ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା।

ଘଟଣାର ସୂଚନା ପାଇ ଜଳଦା ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ରାଉରକେଲା ସରକାରୀ ହସ୍ପିଟାଲକୁ ପଠାଇଛି।

accident
Share. Facebook Twitter LinkedIn Email WhatsApp Copy Link

Related Posts

ଦୁର୍ଘଟଣାଗ୍ରସ୍ତ ନା ଆଉ କିଛି?: ମଝି ଆକାଶରେ ନିଖୋଜ ହେଲା ପାକିସ୍ତାନୀ ବିମାନ

July 8, 2026

ବଙ୍ଗଳାରେ ନାବାଳିକା ଗଣଦୁଷ୍କର୍ମ-ହତ୍ୟା ମାମଲା: ଏନକାଉଣ୍ଟରରେ ଅଭିଯୁକ୍ତ ନିହତ

July 8, 2026

ଭିଜିଲାନ୍ସ ଜାଲରେ ଡେପୁଟି ଡିରେକ୍ଟର ମାଇନ୍ସ ସତ୍ୟଜିତ ରାଉତ

July 8, 2026

ଗଞ୍ଜାମର ସାନଖେମୁଣ୍ଡିରେ ବୁଲା କୁକୁରଙ୍କ ଆତଙ୍କ: ୫ ବର୍ଷର ଶିଶୁକନ୍ୟା ଗୁରୁତର ଆହତ

July 8, 2026
Latest News

ରାଉରକେଲାରେ ସଡ଼କ ଦୁର୍ଘଟଣା: ଆରଏସପି କର୍ମଚାରୀଙ୍କୁ ଟ୍ରକ୍ ଧକ୍କା

July 8, 2026

ଦୁର୍ଘଟଣାଗ୍ରସ୍ତ ନା ଆଉ କିଛି?: ମଝି ଆକାଶରେ ନିଖୋଜ ହେଲା ପାକିସ୍ତାନୀ ବିମାନ

July 8, 2026

ବଙ୍ଗଳାରେ ନାବାଳିକା ଗଣଦୁଷ୍କର୍ମ-ହତ୍ୟା ମାମଲା: ଏନକାଉଣ୍ଟରରେ ଅଭିଯୁକ୍ତ ନିହତ

July 8, 2026

ଭିଜିଲାନ୍ସ ଜାଲରେ ଡେପୁଟି ଡିରେକ୍ଟର ମାଇନ୍ସ ସତ୍ୟଜିତ ରାଉତ

July 8, 2026

ଗଞ୍ଜାମର ସାନଖେମୁଣ୍ଡିରେ ବୁଲା କୁକୁରଙ୍କ ଆତଙ୍କ: ୫ ବର୍ଷର ଶିଶୁକନ୍ୟା ଗୁରୁତର ଆହତ

July 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.