ଖୋର୍ଦ୍ଧା: ଜବାହର ନବୋଦୟ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପ୍ରବେଶ ୨୦୨୭ ବର୍ଷପାଇଁ ଚୟନ ପରୀକ୍ଷାରେ ଭାଗ ନେବା ନିମନ୍ତେ ଅଧ୍ୟକ୍ଷ, ଜବାହର ନବୋଦୟ ବିଦ୍ୟାଳୟ, ଖୋର୍ଦ୍ଧା ଏନ.ସି. ଚକ୍ର ପ୍ରକାଶ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲାର ଯେଉଁ ଛାତ୍ରଛାତ୍ରୀମାନେ ୨୦୨୬-୨୭ ଶିକ୍ଷା ବର୍ଷରେ ସରକାରୀ/ସରକାରୀ ଅନୁମୋଦନ ପ୍ରାପ୍ତ ୟୁ ଜି ଏମ୍ ଇ ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀରେ ପଢୁଥିବେ ସେମାନେ କେବଳ ୨୦୨୭ ବର୍ଷ ନବୋଦୟ ବିଦ୍ୟାଳୟ ଷଷ୍ଠ ଶ୍ରେଣୀ ପ୍ରବେଶ ପରୀକ୍ଷା ଚୟନରେ ଅଂଶଗ୍ରହଣ କରିବା ନିମନ୍ତେ ଆବେଦନ କରିବେ।
ଖୋର୍ଦ୍ଧା ଜିଲ୍ଲାର ଯେତେ ଅଧିକ ଛାତ୍ରଛାତ୍ରୀ ନବୋଦୟ ବିଦ୍ୟାଳୟ ଷଷ୍ଠ ଶ୍ରେଣୀରେ ପଢିବା ନିମନ୍ତେ ଆବେଦନ କରିବେ ସେଥି ପାଇଁ ସମସ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏବଂ ପ୍ରଧାନ ଶିକ୍ଷୟତ୍ରୀମାନେ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେବା ନିମନ୍ତେ ପଦକ୍ଷେପ ନେବାକୁ କୁହାଯାଇଅଛି। ଛାତ୍ରଛାତ୍ରୀମାନେ ନବୋଦୟ ବିଦ୍ୟାଳୟ ୱେବ୍ ସାଇଟ୍ ଖୋର୍ଦ୍ଧା https://navodaya.gov.in/nvs/nvs-school/Khurda/en/home କିମ୍ବା ନବୋଦୟ ବିଦ୍ୟାଳୟ ସମିତି, ମୁଖ୍ୟାଳୟ,ନଏଡା, ୱେବ୍ ସାଇଟ୍ https://navodaya.gov.in/nvs/en/Home 1 ରେ କେବଳ ଅନ୍ ଲାଇନ୍ ମାଧ୍ୟମରେ ଆବେଦନ କରି ପାରିବେ।
ଚଳିତ ଜୁଲାଇ ତା ୩୧.୦୭.୨୦୨୬ରିଖ ପର୍ଯ୍ୟନ୍ତ ଅନ୍ ଲାଇନ୍ ଖୋଲା ରହିବାର ଶେଷ ତାରିଖ ଅଟେ। ଏହା ଜିଲ୍ଲାର ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ପ୍ରଧାନ ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ, ଅଭିଭାବକ, ସମସ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଏବଂ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜଣାଇଦିଆଗଲା।


