ଜିଓହୋମ୍ ଟିଭି ପ୍ୟାକ୍: ଡିଜିଟାଲ୍ ମନୋରଞ୍ଜନକୁ ଅଧିକ ସୁଗମ ଏବଂ ସୁଲଭ କରିବା ପାଇଁ ଏହାର ପ୍ରତିବଦ୍ଧତାକୁ ସୁଦୃଢ଼ କରି, ଜିଓ ପକ୍ଷରୁ ଜିଓହୋମ୍ ଟିଭି ପ୍ୟାକ୍ ଶୁଭାରମ୍ଭ କରାଯାଇଛି ଯାହା ଏକ ଅଲ୍-ଇନ୍-ୱାନ୍ ହୋମ୍ ଏଣ୍ଟରଟେନମେଣ୍ଟ ଅଫର୍। ମାସିକ ମାତ୍ର ୪୦୦ ଟଙ୍କାରୁ ଆରମ୍ଭ ହେଉଥିବା ଏହି ସୁଲଭ ପ୍ୟାକ୍ ପ୍ଲାନରେ ୧୦୦୦ ରୁ ଅଧିକ ଲାଇଭ୍ ଟିଭି ଚ୍ୟାନେଲ୍ ଏବଂ ପ୍ରିମିୟମ୍ ଓଟିଟି ଆପ୍ସ ଉପଲବ୍ଧ।
ହୋମ ଏଣ୍ଟରଟେନମେଣ୍ଟକୁ ସରଳ କରିବା ପାଇଁ ଡିଜାଇନ୍ କରାଯାଇଥିବା ଜିଓହୋମ୍ ଟିଭି ପ୍ୟାକ୍ ମାସିକ ମାତ୍ର ୪୦୦ ଟଙ୍କାର ସୁଲଭ ମୂଲ୍ୟରେ ୧୦୦୦+ ଲାଇଭ୍ ଟିଭି ଚ୍ୟାନେଲ୍ ଉପଲବ୍ଧ କରି ବ୍ୟାପକ ଟେଲିଭିଜନ ଅଭିଜ୍ଞତା ଚାହୁଁଥିବା ପରିବାର ପାଇଁ ଏକ ସୁଲଭ ସମାଧାନ ବିକଳ୍ପ ଆଣିଛି।
ସୀମିତ ଅବଧିର ୱେଲକମ ଅଫରର ଅଂଶ ଭାବରେ, ଜିଓହୋମ୍ ଟିଭି ପ୍ୟାକ୍ ସବସ୍କ୍ରାଇବ କରୁଥିବା ଗ୍ରାହକମାନେ କୌଣସି ଅତିରିକ୍ତ ମୂଲ୍ୟ ବିନା ପ୍ରଥମ ଏକ ମାସ ପାଇଁ ୩୦ ଏମବିପିଏସ ସ୍ପିଡ଼ରେ ମାଗଣା ଅସୀମିତ ୱାଇ-ଫାଇ ଏବଂ ୧୨ଟି ପ୍ରିମିୟମ୍ ଓଟିଟି ଆପ୍ପ ସବସ୍କ୍ରିପସନ୍ ପାଇବେ, ଯାହା ପ୍ରଥମ ଦିନରୁ ହିଁ ଅନନ୍ୟ ସୁବିଧା ପ୍ରଦାନ କରିବ।
ଏହି ପ୍ୟାକ୍ ଜିଏସଟି ସମେତ ୨,୪୦୦ ଟଙ୍କାର ପ୍ରଥମ ରିଚାର୍ଜ (ଏଫଆରସି) ମାଧ୍ୟମରେ ଉପଲବ୍ଧ, ଯାହାର ଅବଧି ଛଅ ମାସ ରହିଛି ଏବଂ ପ୍ରଭାବଶାଳୀ ଭାବରେ ମାସିକ ମୂଲ୍ୟ ମାତ୍ର ୪୦୦ ଟଙ୍କାକୁ ନେଇଆସିଛି। ଏହା କୌଣସି ଆଗୁଆ ଦେୟ କିମ୍ବା ଲୁକ୍କାୟିତ ଚାର୍ଜ ବିନା ସ୍ୱଚ୍ଛ ମୂଲ୍ୟ ସୁନିଶ୍ଚିତ କରୁଛି।
ଏହାକୁ ଆହୁରି ସୁଲଭ କରିବା ପାଇଁ, ଜିଓ ବିନା ମୂଲ୍ୟରେ ଇନଷ୍ଟାଲେସନ ଏବଂ ବିନା କୌଣସି ସୁରକ୍ଷା ଜମା ସୁବିଧା ପ୍ରଦାନ କରୁଛି, ଯାହା ଗ୍ରାହକମାନଙ୍କୁ କୌଣସି ଆଗୁଆ ଖର୍ଚ୍ଚ ବିନା ପ୍ରିମିୟମ୍ ହୋମ୍ ଏଣ୍ଟରଟେନମେଣ୍ଟ ଉପଭୋଗ କରିବାକୁ ସକ୍ଷମ କରୁଛି।
ଜିଓହୋମ୍ ଟିଭି ପ୍ୟାକ୍ ସହିତ, ଜିଓ ଏକ ନିରବଛିନ୍ନ ତଥା ସୁଲଭ ଅଫରରେ ଲାଇଭ୍ ଟିଭି, ହାଇ-ସ୍ପିଡ୍ ବ୍ରଡବ୍ୟାଣ୍ଡ ଏବଂ ପ୍ରିମିୟମ୍ ଓଟିଟି ବିଷୟବସ୍ତୁକୁ ଏକତ୍ର କରି କନେକଟେଡ଼ ହୋମ ଏଣ୍ଟରଟେନମେଣ୍ଟକୁ ପୁନଃପରିଭାଷିତ କରିଛି। ଏହି ଶୁଭାରମ୍ଭ ସମଗ୍ର ଭାରତରେ ପରିବାରଗୁଡିକର ବଢୁଥିବା ମନୋରଞ୍ଜନ ଆବଶ୍ୟକତା ପୂରଣ କରୁଥିବା ସରଳ, ସୁଲଭ ଡିଜିଟାଲ୍ ଅଭିଜ୍ଞତା ପ୍ରଦାନ କରିବା ଉପରେ ଜିଓର ନିରନ୍ତର ପ୍ରାଧାନ୍ୟକୁ ପ୍ରତିଫଳିତ କରୁଛି।


