Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବଡ଼ମାଳରେ ଡିଗ୍ରୀ କଲେଜ ସ୍ଥାପନ ପାଇଁ ସାଧାରଣ ସଭା
ଆଜିର ଖବର

ବଡ଼ମାଳରେ ଡିଗ୍ରୀ କଲେଜ ସ୍ଥାପନ ପାଇଁ ସାଧାରଣ ସଭା

July 19, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବଡ଼ମାଳରେ ଡିଗ୍ରୀ କଲେଜ ସ୍ଥାପନ ପାଇଁ ସାଧାରଣ ସଭା
ବଡ଼ମାଳରେ ଡିଗ୍ରୀ କଲେଜ ସ୍ଥାପନ ପାଇଁ ସାଧାରଣ ସଭା

ରେଢ଼ାଖୋଲ (କନ୍ଦର୍ପ ବେହେରା): ରେଢ଼ାଖୋଲ ବ୍ଲକ ବଡମାଳ ପଂଚାୟତରେ ଏକ ଡିଗ୍ରୀ କଲେଜ ସ୍ଥାପନ ପାଇଁ ଆଜି ଜୟ ଜଗନ୍ନାଥ ଯୁକ୍ତ ଦୁଇ କଲେଜ ପରିସରରେ ପ୍ରଥମ ସାଧାରଣ ସଭା ଅନୁଷ୍ଠିତ ହୋଇଛି। ଆଜି ସର୍ବସମ୍ମତିକ୍ରମେ ପରିଚାଳନା କମିଟି ଗଠିତ ହୋଇଥିଲା। ବ୍ଲକ ଅଧକ୍ଷ ପ୍ରଦୀପ ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭା କୁ ଜୁନିଅର କଲେଜ ଅଧକ୍ଷ ରାଜେଶ ଦାସ ପରିଚାଳନା କରିଥିଲେ।। ଆଜକୁ ତିରିଶ ବର୍ଷ ପୂର୍ବେ ଉପାନ୍ତ ବଡ଼ମାଳ ରେ ଅଂଚଳ ବାସି ସହଯୋଗ ରେ ରେଢ଼ାଖୋଲ ବ୍ଲକ ର ପ୍ରଥମ ଯୁକ୍ତ ଦୁଇ କଲେଜ ସ୍ଥାପନ କରାଯାଇଥିଲା।

ପରବର୍ତ୍ତୀ ସମୟରେ କଲେଜ ସରକାରୀ ମାନ୍ୟତା ପାଇ ବହୁ ଖ୍ୟାତି ଅର୍ଜନ କରିଛି। ଉଚ୍ଚ ଶିକ୍ଷାରୁ ବଞ୍ଚିତ ଉପାନ୍ତ ଅଂଚଳ ର ବହୁ ଛାତ୍ର ଛାତ୍ରୀ ଉଚ୍ଚ ଶିକ୍ଷା ପାଇ ଉଚ୍ଚ ପଦ ପଦବୀ ହାସଲ କରିପାରିଛନ୍ତି। ଏଠାରୁ ୪୦ କିମି ଦୂର ପର୍ଯ୍ୟନ୍ତ କୌଣସି ଡିଗ୍ରୀ କଲେଜ ନ ଥିବାରୁ ବହୁ ଛାତ୍ର ଛାତ୍ରୀ ଯୁକ୍ତ ଦୁଇ ପରଠୁ ପାଠ ପଢା ରେ ଡୋରି ବାନ୍ଧୁ ଛନ୍ତି। ଏଣୁ ଏଠାରେ ଏକ ଡିଗ୍ରୀ କଲେଜ ସ୍ଥାପନ ପାଇଁ ଆଜି ପ୍ରଥମ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।

ଅଂଚଳର ବହୁ ଶିକ୍ଷାବିତ ଓ ଶିକ୍ଷା ପ୍ରେମୀ ଏହି ବୈଠକ ରେ ଯୋଗଦାନ କରି ନିଜ ମତ ରଖିଥିଲେ। ରେଙ୍ଗାଲି, ବଡମାଳ, ଭାଲିଆ କଟା, ରେଙ୍ଗାଲି, ଗରଗଡ଼ବାହାଲ ର ଶିକ୍ଷା ପ୍ରେମୀ ଯୋଗଦାନ କରିଥିଲେ। ସଭାପତି ଭାବେ ମଧୁସୂଦନ ସାହୁ, ସମ୍ପାଦକ ଭାବେ ଲବଣୀଧର ସାହୁ, କୋଷାଧକ୍ଷ ଭାବେ ରିକେଶ ଅଗ୍ରୱାଲ, ଆଇନ ପରାମର୍ଶ ଦାତା ଭାବେ ଓକିଲ ରୁଦ୍ର ପ୍ରସାଦ ଧଳ, ଜନ ସମ୍ପର୍କ ଅଧିକାରୀ ଭାବେ ଷଡ଼ାନନ ପ୍ରଧାନ ଙ୍କୁ ଚୟନ କରାଯାଇଥିଲା।

ଭାଲିଆକଟା ପଞ୍ଚାୟତ ଅଧିବାସୀ ଗୁରୁବାରୀ ମାଝୀ ମହାବିଦ୍ୟାଳୟ ସ୍ଥାପନ ପାଇଁ ଆବଶ୍ୟକ ସମସ୍ତ ଅର୍ଥ ରାଶି ଦାନ ସୂତ୍ରରେ ପ୍ରଦାନ କରିବାକୁ ସମ୍ମତି ପ୍ରକାଶ କରିଥିଲେ। ତାଙ୍କ ସ୍ୱାମୀ ସ୍ବର୍ଗତ ପ୍ରହଲ୍ଲାଦ ମାଝୀ ଙ୍କ ନାମରେ ନାମକରଣ କରାଯିବାକୁ ବୈଠକ ରେ ସ୍ଥିର ହୋଇଥିଲା। ଶେଷରେ ଷଡ଼ାନନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

ଡିଗ୍ରୀ କଲେଜ ସ୍ଥାପନ ବଡ଼ମାଳ
Share. Facebook Twitter LinkedIn Email WhatsApp Copy Link

Related Posts

CEC ଜ୍ଞାନେଶ କୁମାର ଓ SIR କୁ ନେଇ ଦେଶରେ ଉତ୍ତାପ: ବିରୋଧୀଙ୍କ ଆକ୍ରମଣ ଭିତରେ ବିଜେପି-ଜେଡିୟୁର ପଲଟା ଜବାବ

September 29, 2026

ଭିଜିଲାନ୍ସ ଜାଲରେ କାରଖାନା ଓ ବଏଲର ବିଭାଗ ସହକାରୀ ନିର୍ଦ୍ଦେଶକ: ଏକକାଳୀନ ୭ଟି ଠିକଣାରେ ଚଢ଼ଉ

September 29, 2026

କେନ୍ଦୁଝରରେ ଚାଞ୍ଚଲ୍ୟ: ଜନସେବା କେନ୍ଦ୍ର ମାଲିକଙ୍କୁ ଗୁଳି କରି ନିର୍ମମ ହତ୍ୟା, ଲୁଟି ନେଲେ ଟଙ୍କା ବ୍ୟାଗ୍

September 29, 2026

ପଶୁପାଳକଙ୍କ ପାଇଁ ସରକାରଙ୍କ ବଡ଼ ଆଶ୍ୱାସନା: ଏବେ ଗୋଟିଏ କ୍ଲିକ୍‌ରେ ହେବ ପଶୁଧନ ବୀମା, ୧୩ଟି ଭାଷାରେ ଖୋଲିଲା ନୂଆ ପୋର୍ଟାଲ୍

September 29, 2026
Latest News

CEC ଜ୍ଞାନେଶ କୁମାର ଓ SIR କୁ ନେଇ ଦେଶରେ ଉତ୍ତାପ: ବିରୋଧୀଙ୍କ ଆକ୍ରମଣ ଭିତରେ ବିଜେପି-ଜେଡିୟୁର ପଲଟା ଜବାବ

September 29, 2026

ଭିଜିଲାନ୍ସ ଜାଲରେ କାରଖାନା ଓ ବଏଲର ବିଭାଗ ସହକାରୀ ନିର୍ଦ୍ଦେଶକ: ଏକକାଳୀନ ୭ଟି ଠିକଣାରେ ଚଢ଼ଉ

September 29, 2026

କେନ୍ଦୁଝରରେ ଚାଞ୍ଚଲ୍ୟ: ଜନସେବା କେନ୍ଦ୍ର ମାଲିକଙ୍କୁ ଗୁଳି କରି ନିର୍ମମ ହତ୍ୟା, ଲୁଟି ନେଲେ ଟଙ୍କା ବ୍ୟାଗ୍

September 29, 2026

ପଶୁପାଳକଙ୍କ ପାଇଁ ସରକାରଙ୍କ ବଡ଼ ଆଶ୍ୱାସନା: ଏବେ ଗୋଟିଏ କ୍ଲିକ୍‌ରେ ହେବ ପଶୁଧନ ବୀମା, ୧୩ଟି ଭାଷାରେ ଖୋଲିଲା ନୂଆ ପୋର୍ଟାଲ୍

September 29, 2026

ସାବଧାନ ଗାଡ଼ି ଚାଳକ! ବଦଳୁଛି ଚାଲାଣ ଆଦାୟ ନିୟମ

September 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.