ପୁରୀ: ରଥଯାତ୍ରା ପାଇଁ ଚଳଚଞ୍ଚଳ ରହିଛି ଶ୍ରୀକ୍ଷେତ୍ର। ଦକ୍ଷିଣ ମୋଡ ପରେ ଗୁଣ୍ଡିଚା ମନ୍ଦିରର ନାକ ଚଣା ଦ୍ୱାର ସମ୍ମୁଖରେ ରହିଛନ୍ତି ତିନି ରଥ। ଗତକାଲି ଦକ୍ଷିଣ ମୋଡ଼ରେ ଅଟକି ରହିଥିବା ବଳଭଦ୍ରଙ୍କ ତାଳଧ୍ଵଜ ରଥକୁ ଆଜି ଟଣାଯାଇଥିବା ବେଳେ ନାକଚଣା ଦ୍ୱାର ସମ୍ମୁଖରେ ଲଗାଯାଇଛି। କାଳିଆ ଠାକୁରଙ୍କ ନନ୍ଦିଘୋଷ ରଥକୁ ମଧ୍ୟ ଦକ୍ଷିଣ ମୋଡ଼ କରାଯାଇଛି। ବାହୁଡା ଯାତ୍ରାକୁ ଅପେକ୍ଷା ରହିଥିବା ବେଳେ ମହାପ୍ରଭୁଙ୍କୁ ଜନ୍ମବେଦୀରେ ଦର୍ଶନ କରିବା ନେଇ ଭକ୍ତମାନଙ୍କ ପ୍ରବଳ ଭିଡ଼ ଲାଗିଛି।
ଆସନ୍ତାକାଲି ସନ୍ଧ୍ୟା ପାଞ୍ଚଟା ପର୍ଯ୍ୟନ୍ତ ଆଡପ ମଣ୍ଡପରେ ଭକ୍ତ ଓ ଶ୍ରଦ୍ଧାଳୁ ମାହାପ୍ରଭୁଙ୍କୁ ଦର୍ଶନ କରିପାରିବେ। ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡି ବଡ଼ ଶଙ୍ଖ ପର୍ଯ୍ୟନ୍ତ ପରିଲକ୍ଷିତ ହୋଇଥିବା ବେଳେ ଶୃଙ୍ଖଳିତ ଦର୍ଶନ ନେଇ ବ୍ୟାପକ ବ୍ୟବସ୍ଥା ହୋଇଛି।


