ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଫାଇଲ୍ ଚୋରି ମାମଲାରେ ପୋଲିସ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ନବୀନଙ୍କ ତତ୍କାଳୀନ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ୍ଙ୍କୁ ପୋଲିସ ନୋଟିସ୍ ଜାରି କରିଛି। ଶ୍ରୀ ପାଣ୍ଡିଆନ୍ଙ୍କୁ କ୍ୟାପିଟାଲ୍ ଥାନା ପକ୍ଷରୁ ନୋଟିସ୍ ଜାରି କରାଯାଇଛି।
ଭିକେ ପାଣ୍ଡିଆନ୍ ଜୁଲାଇ ୨୫ ତାରିଖ ଦିନ ୧୧ଟାରେ ହାଜର ହେବା ପାଇଁ ନୋଟିସ୍ରେ ଉଲ୍ଲେଖ ରହିଛି। ଏସିପି ଜୋନ୍-୧ଙ୍କ ପାଖରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ମାମଲା ସମ୍ପର୍କିତ ଡକ୍ୟୁମେଣ୍ଟ, ଇଲେକ୍ଟ୍ରୋନିକ୍ ଡିଭାଇସ୍ ଆଦି ଆଣିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି।


