Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସ୍ୱାଧୀନତା ଦିବସ ପାଇଁ ପ୍ରସ୍ତୁତି ବୈଠକ: ସକାଳ ୯:୧୫ ରେ ପତାକା ଉତ୍ତୋଳନ
ଆଜିର ଖବର

ସ୍ୱାଧୀନତା ଦିବସ ପାଇଁ ପ୍ରସ୍ତୁତି ବୈଠକ: ସକାଳ ୯:୧୫ ରେ ପତାକା ଉତ୍ତୋଳନ

July 24, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ସ୍ୱାଧୀନତା ଦିବସ ପାଇଁ ପ୍ରସ୍ତୁତି ବୈଠକ: ସକାଳ ୯:୧୫ ରେ ପତାକା ଉତ୍ତୋଳନ
ସ୍ୱାଧୀନତା ଦିବସ ପାଇଁ ପ୍ରସ୍ତୁତି ବୈଠକ: ସକାଳ ୯:୧୫ ରେ ପତାକା ଉତ୍ତୋଳନ

ଖୋରଧା: ଆଗାମୀ ଜିଲ୍ଲାସ୍ତରୀୟ ୮୦ ତମ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଜୟୀ ରାଜଗୁରୁ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ ତଥା ସ୍ଵାଧୀନତା ଦିବସ ପାଳନ କମିଟି ଉପାଧ୍ୟକ୍ଷ ପ୍ରତାପ ଚନ୍ଦ୍ର ବେଉରାଙ୍କ ଅଧକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଚଳିତ ବର୍ଷ ସ୍ୱାଧୀନତା ଦିବସ ପାଳନ ଉତ୍ସବ ବି ଜେ ବି ହାଇସ୍କୁଲ ପଡ଼ିଆଠାରେ ଆୟୋଜନ କରାଯିବ।

ଉକ୍ତ ଦିନ ପ୍ରତ୍ୟୁଷରେ ରାମଧୁନ ଗାନ କରାଯାଇ ସହର ପରିକ୍ରମା କରାଯିବ। ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସକାଳ ୬ ଘଟିକା ସମୟରେ ପ୍ରଭାତ ଫେରି, ସକାଳ ୭ ଘଟିକା ସମୟରେ ସହରରେ ଅନୁରୂପ ଭାବେ ସମସ୍ତ ବ୍ଲକ୍ ଓ ପୌରାଞ୍ଚଳ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ ମାନଙ୍କରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ, ସକାଳ ୭ ଘଟିକା ୩୦ ମିନିଟ ସମୟରେ ବିଭିନ୍ନ ଶିକ୍ଷାନୁଷ୍ଠାନ ତଥା ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ଅନୁଷ୍ଠାନର ମୁଖ୍ୟଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯିବାକୁ ଥିବାବେଳେ ସକାଳ ୯:୧୫ ଘଟିକା ସମୟରେ ବି ଜେ ବି ହାଇସ୍କୁଲ ପଡ଼ିଆଠାରେ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ଥିରୀକୃତ ମୁଖ୍ୟ ଅତିଥି ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ ରେ ଅଭିବାଦନ ଗ୍ରହଣ କରିବେ। ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବା ସହ ଆନ୍ତର୍ଜାତୀୟ ଓ ଜାତୀୟ କ୍ଷେତ୍ରରେ ଜିଲ୍ଲାର ଉଦୀୟମାନ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯିବାପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା। ଦିବସ ଉପଲକ୍ଷେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଜିଲ୍ଲା କାରାଗାରରେ ଯଥାକ୍ରମେ ରୋଗୀମାନଙ୍କୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରାଯିବାର କାର୍ଯ୍ୟକ୍ରମ ମଧ୍ୟ ସ୍ଥିର ହୋଇଅଛି।

ସେହିପରି ପ୍ୟାରେଡ ପୂର୍ବାଭ୍ୟାଷ ଆସନ୍ତା ୧୧ ତାରିଖ ଠାରୁ ୧୨ ତାରିଖ ଅପରାହ୍ନ ୩ଘଟିକା ସମୟରେ ଏବଂ ୧୩ ତାରିଖ ସକାଳ ୮ ଘଟିକା ସମୟରେ ଆରକ୍ଷିତ ଆରକ୍ଷୀ ନିରୀକ୍ଷକ ଙ୍କ ତତ୍ତ୍ଵାବଧାନରେ ବି ଜେ ବି ହାଇସ୍କୁଲ ପଡିଆରେ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଅଛି। ଦିବସକୁ ଆକର୍ଷଣୀୟ ଓ ଜନସାଧାରଣଙ୍କୁ ସରକାରଙ୍କ ବିକାଶ ମୂଳକ ଯୋଜନାର ବାର୍ତ୍ତା ପ୍ରଦାନ କରିବା ନିମନ୍ତେ ବିଭିନ୍ନ ବିଭାଗର ପ୍ରଜ୍ଞାପନ ମେଢ ନିର୍ମାଣ କରିବା ନିମନ୍ତେ ଅଧ୍ୟକ୍ଷ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ କାର୍ଯ୍ୟାଳୟ ମାନଙ୍କରେ ଆଲୋକମାଳାରେ ଶୁ ସଜ୍ଜିତ କରିବାକୁ ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଛନ୍ତି। ସର୍ବୋପରି ପବିତ୍ର ୮୦ ତମ ଖୋରଧା ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସକୁ ଶାନ୍ତି, ମୈତ୍ରୀ, ସମ୍ପ୍ରିତି, ଭାଇଚାରା, ରାଷ୍ଟ୍ରୀୟ ସଂହତି ସହ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳନ କରିବା ନିମନ୍ତେ ବୈଠକର ଅଧ୍ୟକ୍ଷ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା ଜିଲ୍ଲା ବାସୀଙ୍କୁ ଆହ୍ଵାନ ଦେଇଛନ୍ତି।

ଏହି ବୈଠକରେ ଜ୍ୟୋତି ଶଙ୍କର ସାହୁ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀନିବାସ ମହାନ୍ତି ମଞ୍ଚାସୀନ ଥିବା ବେଳେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ସ୍ୱାଗତ ଭାଷଣ, ଅତିଥି ପରିଚୟ ଏବଂ ଧନ୍ୟବାଦ ପ୍ରଦାନ ଏବଂ ସଭା କାର୍ଯ୍ୟ ପରିଚାଳନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସଦର ବି ଡି ଓ, ସିଦ୍ଧାର୍ଥ ପଟ୍ଟନାୟକ,ପୌର ନିର୍ବାହୀ ଅଧିକାରୀ କାବେରୀ ମୁଦୁଲି, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରସ୍ମିବାଳା ପରିଡ଼ା, ସହକାରୀ ନିର୍ଦେଶକ ଉଦ୍ୟାନ କୃଷି, ଶ୍ରେୟା ଶାଶ୍ଵତୀ, ଆର ଆଇ ଅଫ ପୁଲିସ ବିଜୟ କୁମାର ସାହୁ , ଉପଖଣ୍ଡ ପୋଲିସ ଅଧିକାରୀ, ନିର୍ବାହୀ ଯନ୍ତ୍ରୀ, ପୂର୍ତ୍ତ ସରୋଜ କୁମାର ମିଶ୍ର, ବୁଦ୍ଧିଜୀବୀ ନିକୁଞ୍ଜ ପଟ୍ଟନାୟକ, ଶୁଭ୍ରାଂଶୁ ସାମନ୍ତରାୟ, ପ୍ରାକ୍ତନ ଆରକ୍ଷୀ ଅଧିକ୍ଷକ ଦେବ ପ୍ରସାଦ ମଜୁମଦାର, ବୁଦ୍ଧିଜୀବୀ ସତ୍ୟବାଦୀ ବଳିୟାର ସିଂହ, ଭୀମ ସେନ ପ୍ରଧାନ, ସମାଜସେବୀ ଇତିଶ୍ରୀ ସାହୁ, ପ୍ରାଣ ନାଥ ସ୍ଵୟଂ ଶାସିତ ମହାବିଦ୍ୟାଳୟ ଅଧ୍ୟାପକ, ପଦାର୍ଥ ବିଜ୍ଞାନ ଡ଼ଃ ସୁବୋଧ ଜଗଦ୍ଦେବଙ୍କ ସମେତ ସଂପୃକ୍ତ ବିଭାଗର ଅଧିକାରୀ,ସ୍ଵାଧୀନତା ଦିବସ ପାଳନ କମିଟି ସମସ୍ତ ସଦସ୍ୟ/ସଦସ୍ୟା, ବୁଦ୍ଧିଜୀବୀ, ସହରର ମାନ୍ୟ ଗଣ୍ୟ ବ୍ୟକ୍ତି ପ୍ରମୁଖ ଯୋଗ ଦେଇଥିଲେ।

ଖୋରଧା ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ସ୍ୱାଧୀନତା ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ନିର୍ବାଚନୀ ତାଲିମ୍ ପର୍ଯ୍ୟବେକ୍ଷକଙ୍କ ଖୋରଧା ଜିଲ୍ଲା ପରିଦର୍ଶନ ଏବଂ ଏସଆଇଆର କାର୍ଯ୍ୟ ସମୀକ୍ଷା

July 24, 2026

ଆଜି ଜୁଲାଇ ୨୪ ତାରିଖ ଶୁକ୍ରବାରରେ ଏହି ଛଅଟି ରାଶି ପାଇଁ ରହିଛି ଶୁଭ ଖବର

July 24, 2026

ଓଡ଼ିଶାର ପାରମ୍ପରିକ କଳାର ସଂରକ୍ଷଣ ଓ ପ୍ରେତ୍ସାହନ

July 23, 2026

“ସୋନମ୍! ଯଥେଷ୍ଟ ହେଲା, ଆଗକୁ ଆଉ ବଢାଅ ନାହିଁ”: ପ୍ରତିବାଦ ବନ୍ଦ କରିବାକୁ ନିବେଦନ କଲେ ସଲମାନ୍ ଖାନ

July 23, 2026
Latest News

ସ୍ୱାଧୀନତା ଦିବସ ପାଇଁ ପ୍ରସ୍ତୁତି ବୈଠକ: ସକାଳ ୯:୧୫ ରେ ପତାକା ଉତ୍ତୋଳନ

July 24, 2026

“ପେପର୍ ଲିକ୍ ସମ୍ପର୍କରେ ଆଜି କ୍ୟାବିନେଟ୍ ବୈଠକରେ ବଡ଼ ନିଷ୍ପତ୍ତି”: ଭିଡିଓ ବାର୍ତ୍ତା ଜାରି କଲେ ପ୍ରଧାନମନ୍ତ୍ରୀ

July 24, 2026

ନିର୍ବାଚନୀ ତାଲିମ୍ ପର୍ଯ୍ୟବେକ୍ଷକଙ୍କ ଖୋରଧା ଜିଲ୍ଲା ପରିଦର୍ଶନ ଏବଂ ଏସଆଇଆର କାର୍ଯ୍ୟ ସମୀକ୍ଷା

July 24, 2026

ଆଜି ଜୁଲାଇ ୨୪ ତାରିଖ ଶୁକ୍ରବାରରେ ଏହି ଛଅଟି ରାଶି ପାଇଁ ରହିଛି ଶୁଭ ଖବର

July 24, 2026

ଓଡ଼ିଶାର ପାରମ୍ପରିକ କଳାର ସଂରକ୍ଷଣ ଓ ପ୍ରେତ୍ସାହନ

July 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.