Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରଧାନମନ୍ତ୍ରୀଙ୍କ ସହ ଭର୍ଚୁଆଲ୍ ସମ୍ବାଦରେ ସାମିଲ ହେଲେ ସମ୍ବଲପୁରର ଅଖିଳେନ୍ଦ୍ର ଶାସନୀ
ଆଜିର ଖବର

ପ୍ରଧାନମନ୍ତ୍ରୀଙ୍କ ସହ ଭର୍ଚୁଆଲ୍ ସମ୍ବାଦରେ ସାମିଲ ହେଲେ ସମ୍ବଲପୁରର ଅଖିଳେନ୍ଦ୍ର ଶାସନୀ

July 28, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ପ୍ରଧାନମନ୍ତ୍ରୀଙ୍କ ସହ ଭର୍ଚୁଆଲ୍ ସମ୍ବାଦରେ ସାମିଲ ହେଲେ ସମ୍ବଲପୁରର ଅଖିଳେନ୍ଦ୍ର ଶାସନୀ
ପ୍ରଧାନମନ୍ତ୍ରୀଙ୍କ ସହ ଭର୍ଚୁଆଲ୍ ସମ୍ବାଦରେ ସାମିଲ ହେଲେ ସମ୍ବଲପୁରର ଅଖିଳେନ୍ଦ୍ର ଶାସନୀ

ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ପାଇଁ ଆଉ ଏକ ଗର୍ବର ମୁହୂର୍ତ୍ତ ସୃଷ୍ଟି ହୋଇଛି। ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ, ମାଇ ଭାରତ ଏବଂ ଇଣ୍ଡୋ-ତିବ୍ବତ ବର୍ଡର ପୋଲିସ୍ (ITBP) ଙ୍କ ମିଳିତ ସହଯୋଗରେ ଆୟୋଜିତ ‘ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ ପ୍ରୋଗ୍ରାମ୍ (VVVP)’ ର ଅନ୍ତିମ ପର୍ଯ୍ୟାୟରେ ଦେଶର ୪୩୦ ଜଣ ଚୟନିତ ପ୍ରତିନିଧିଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭର୍ଚୁଆଲ୍ ମାଧ୍ୟମରେ ସିଧାସଳଖ ସମ୍ବାଦ କରିଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ପ୍ରତିନିଧି ଭାବେ ଅର୍ଜୁନ ଡିଗ୍ରୀ କଲେଜ, କଦଳୀଗଡ଼ର ଅଧ୍ୟକ୍ଷ ଅଖିଳେନ୍ଦ୍ର ଶାସନୀ ଅଂଶଗ୍ରହଣ କରିଥିଲେ।

ସମ୍ବଲପୁର କଲେକ୍ଟରେଟ୍‌ସ୍ଥିତ ଏନ୍‌ଆଇସି କେନ୍ଦ୍ରରେ ଏହି ଭର୍ଚୁଆଲ୍ ସମ୍ବାଦର ଆୟୋଜନ କରାଯାଇଥିଲା। ଏହି ଅବସରରେ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦାର, ଏବଂ ମାଇ ଭାରତ, ସମ୍ବଲପୁରର ଜିଲ୍ଲା ଯୁବ ଅଧିକାରୀ ପ୍ରଶାନ୍ତ କିଶୋର ମେହେର ଉପସ୍ଥିତ ରହି ଅଖିଳେନ୍ଦ୍ର ଶାସନୀଙ୍କୁ ଅଭିନନ୍ଦନ ଜଣାଇବା ସହ ଶୁଭେଚ୍ଛା ଜଣାଇଥିଲେ।

ଅଖିଳେନ୍ଦ୍ର ଶାସନୀ ‘ମାଇ ଭାରତ’ ପୋର୍ଟାଲରେ ଆୟୋଜିତ ଜାତୀୟ କୁଇଜ୍ ପ୍ରତିଯୋଗିତାରେ ଦେଶର ପ୍ରାୟ ୩ ଲକ୍ଷ ପ୍ରତିଯୋଗୀଙ୍କ ମଧ୍ୟରୁ ଚୟନିତ ହୋଇଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ସେ ୧୪ରୁ ୨୨ ଜୁନ୍ ୨୦୨୬ ପର୍ଯ୍ୟନ୍ତ ଉତ୍ତରାଖଣ୍ଡର ସୁକ୍କି ଗ୍ରାମରେ ରହି ସୀମାନ୍ତ ଗ୍ରାମର ଜୀବନଶୈଳୀ, ସଂସ୍କୃତି, ଆର୍ଥିକ ବିକାଶ ଓ ଆତ୍ମନିର୍ଭରତାର ବିଭିନ୍ନ ଦିଗକୁ ନିକଟରୁ ଅନୁଭବ କରିଥିଲେ। ସେ ଭାରତର ପ୍ରଥମ ଗ୍ରାମ ଜାଡୁଙ୍ଗ ପରିଦର୍ଶନ କରିବା ସହ ସ୍ଥାନୀୟ ଗ୍ରାମବାସୀ, ITBP ଯବାନ ଏବଂ ଜନପ୍ରତିନିଧିମାନଙ୍କ ସହ ମତବିନିମୟ କରିଥିଲେ।

ସୁକ୍କି ଗ୍ରାମରେ ସେଓ ଚାଷ, ପର୍ଯ୍ୟଟନ ଏବଂ ହୋମ୍-ଷ୍ଟେ ଆଧାରିତ ଅର୍ଥନୀତି କିପରି ସ୍ଥାନୀୟ ଲୋକଙ୍କ ଜୀବନଧାରାକୁ ବଦଳାଇଛି, ତାହାକୁ ସେ ନିକଟରୁ ଅଧ୍ୟୟନ କରିଥିଲେ। ସେହିପରି ସ୍ଥାନୀୟ ପାରମ୍ପରିକ ଖାଦ୍ୟର ସ୍ୱାଦ ମଧ୍ୟ ଗ୍ରହଣ କରିଥିଲେ।

ଅଖିଳେନ୍ଦ୍ର ଶାସନୀ ନରେନ୍ଦ୍ର ମୋଦୀ ଭର୍ଚୁଆଲ୍ ସମ୍ବାଦ ରେଢାଖୋଲ ସମ୍ବଲପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଏବେ ଏକ୍ସପ୍ରେସ୍ ଡେଲିଭରି ପାଇଁ ଉପଲବ୍ଧ ହେବ LPG ସିଲିଣ୍ଡର: କିପରି କରିବେ ବୁକ୍

July 28, 2026

କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ପକ୍ଷରୁ ‘ନିଶାମୁକ୍ତ ଭାରତ ଅଭିଯାନ’ ଆୟୋଜିତ

July 28, 2026

ଲଞ୍ଚ ହେଲା ନୂତନ ଭାରତୀୟ EV ବାଇକ୍: ଗୋଟିଏ ଚାର୍ଜରେ ଚାଲିବ 260 କିମି, ଜାଣନ୍ତୁ ମୂଲ୍ୟ

July 28, 2026

ପ୍ରିୟଙ୍କା ଗାନ୍ଧୀଙ୍କ ବୟାନକୁ ନେଇ ସଂସଦରେ ହଙ୍ଗାମା: କ୍ଷମା ଦାବି କଲେ କିରେନ ରିଜିଜୁ

July 28, 2026
Latest News

ପ୍ରଧାନମନ୍ତ୍ରୀଙ୍କ ସହ ଭର୍ଚୁଆଲ୍ ସମ୍ବାଦରେ ସାମିଲ ହେଲେ ସମ୍ବଲପୁରର ଅଖିଳେନ୍ଦ୍ର ଶାସନୀ

July 28, 2026

ଏବେ ଏକ୍ସପ୍ରେସ୍ ଡେଲିଭରି ପାଇଁ ଉପଲବ୍ଧ ହେବ LPG ସିଲିଣ୍ଡର: କିପରି କରିବେ ବୁକ୍

July 28, 2026

କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ପକ୍ଷରୁ ‘ନିଶାମୁକ୍ତ ଭାରତ ଅଭିଯାନ’ ଆୟୋଜିତ

July 28, 2026

ଲଞ୍ଚ ହେଲା ନୂତନ ଭାରତୀୟ EV ବାଇକ୍: ଗୋଟିଏ ଚାର୍ଜରେ ଚାଲିବ 260 କିମି, ଜାଣନ୍ତୁ ମୂଲ୍ୟ

July 28, 2026

ପ୍ରିୟଙ୍କା ଗାନ୍ଧୀଙ୍କ ବୟାନକୁ ନେଇ ସଂସଦରେ ହଙ୍ଗାମା: କ୍ଷମା ଦାବି କଲେ କିରେନ ରିଜିଜୁ

July 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.