Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜୀବନୀ ଆଧାରିତ ପୁସ୍ତକ ଓଡ଼ିଆ ଓ ହିନ୍ଦୀ ଭାଷାରେ ଉନ୍ମୋଚିତ
ଆଜିର ଖବର

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜୀବନୀ ଆଧାରିତ ପୁସ୍ତକ ଓଡ଼ିଆ ଓ ହିନ୍ଦୀ ଭାଷାରେ ଉନ୍ମୋଚିତ

July 29, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ
ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜୀବନୀ ଆଧାରିତ ପୁସ୍ତକ ଓଡ଼ିଆ ଓ ହିନ୍ଦୀ ଭାଷାରେ ଉନ୍ମୋଚିତ

ଭୁବନେଶ୍ୱର: ପୂଜ୍ୟ ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଦର୍ଶାଯାଇଥିବା ମାର୍ଗ ଓ ସେବାକାର୍ଯ୍ୟକୁ ଅନୁସରଣ କରିବା ହିଁ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି । ସ୍ୱାମୀଜୀ ଯେଉଁ ମୂଲ୍ୟବୋଧ, ସମାଜସେବା ଓ ରାଷ୍ଟ୍ରରକ୍ଷା ପାଇଁ ନିଜ ଜୀବନକୁ ଆହୁତି ଦେଇଥିଲେ, ତାଙ୍କର ସେହି ପ୍ରେରଣା ଓ ସଂକଳ୍ପକୁ ଆତ୍ମସାତ୍ କରି ଓଡ଼ିଶାକୁ ଆଗକୁ ନେବା ଆମ ସମସ୍ତଙ୍କର କର୍ତ୍ତବ୍ୟ ।

ମଙ୍ଗଳବାର ଭୁବନେଶ୍ୱର ଠାରେ ପୂଜ୍ୟ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜୀବନୀ ଓ ସାଧନା ଆଧାରିତ ପୁସ୍ତକ ‘ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ : କୃତି ଓ ବ୍ୟକ୍ତିତ୍ୱ‘ ଉନ୍ମୋଚନ ହେବା ଅବସରରେ କହିଛନ୍ତି ସମ୍ବଲପୁର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

‘ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ସ୍ମୃତି ନ୍ୟାସ’ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଆଜି ପ୍ରକାଶିତ ଗ୍ରନ୍ଥଟି କେବଳ ଏକ ପୁସ୍ତକ ନୁହେଁ, ବରଂ ଏକ ଯୁଗପୁରୁଷଙ୍କ ସାଧନା, ସଂଘର୍ଷ ଓ ତପସ୍ୟାର ଅମୃତ ଆଲେଖ୍ୟ । ଏପରି ଏକ ଗ୍ରନ୍ଥର ଆବଶ୍ୟକତା ବହୁ ଦିନରୁ ଅନୁଭୂତ ହେଉଥିଲା, ଯାହା ଆଜି ପୂରଣ ହୋଇପାରିଛି । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମାନନୀୟ ସରକାର୍ଯ୍ୟବାହ ଶ୍ରୀ ଦତ୍ତାତ୍ରେୟ ହୋସବୋଲେ ଜୀ ଏହି ପୁସ୍ତକର ମାର୍ଗଦର୍ଶନ ଓ ଶୁଭାରମ୍ଭ କରିଥିବାରୁ, ଶ୍ରୀ ପ୍ରଧାନ ଓଡ଼ିଶାବାସୀଙ୍କ ତରଫରୁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ପୂଜ୍ୟ ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ଶ୍ରୀ ପ୍ରଧାନ କହିଛନ୍ତି ଯେ, ସ୍ୱାମୀଜୀ ହେଉଛନ୍ତି ସମଗ୍ର ଓଡ଼ିଶା ଏବଂ ସନାତନ ସମାଜର ଅତ୍ୟନ୍ତ ଶ୍ରଦ୍ଧାର କେନ୍ଦ୍ରବିନ୍ଦୁ । ନିଜ ପିଲାଦିନର ସ୍ମୃତି ମନେ ପକାଇ ସେ କହିଛନ୍ତି ଯେ, ସ୍ୱାମୀଜୀ କେବଳ ଆଧ୍ୟାତ୍ମିକ ସାଧନା ମଧ୍ୟରେ ସୀମିତ ନଥିଲେ, ବରଂ ଗ୍ରାମାଞ୍ଚଳରେ ଜଳସେଚନ ଓ ସାମାଜିକ ଉନ୍ନୟନମୂଳକ କାର୍ଯ୍ୟ କରୁଥିଲେ ।

ଆଜିକୁ ପ୍ରାୟ ୪୦ ବର୍ଷ ପୂର୍ବେ ୧୯୮୬ ମସିହାରେ, ଯେତେବେଳେ ସେ ତାଳଚେର କଲେଜରେ ଛାତ୍ର ସଂସଦର ସଭାପତି ଥିଲେ, ତତ୍କାଳୀନ ସରକାର ସ୍ୱାମୀଜୀଙ୍କୁ ଗିରଫ କରିବାକୁ ଚାହୁଁଥିବା ବେଳେ ସଂଘର ପ୍ରଚାରକ ଶ୍ୟାମ ଗୁପ୍ତାଜୀଙ୍କ ସୂଚନାକ୍ରମେ ସେ ନିଜ ସାଥୀମାନଙ୍କ ସହ ରାତିରେ ପାଣିଓରା ଆଶ୍ରମରେ ପହଞ୍ଚି ସ୍ୱାମୀଜୀଙ୍କୁ ପ୍ରଥମ ଥର ପାଇଁ ଭେଟିଥିଲେ।

ସ୍ୱାମୀଜୀଙ୍କ ବହୁମୁଖୀ ବ୍ୟକ୍ତିତ୍ୱ ଉପରେ ଆଲୋକପାତ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ, ସେ କେବଳ ଜଣେ ତ୍ୟାଗୀ, ତପସ୍ୱୀ କିମ୍ବା ଆଧ୍ୟାତ୍ମିକ ସାଧକ ନଥିଲେ, ବରଂ ଭାରତର ସ୍ୱାଧୀନତା ସଂଗ୍ରାମ ଓ ପ୍ରଜାମଣ୍ଡଳ ଆନ୍ଦୋଳନର ଜଣେ ଅନନ୍ୟ ଜନନାୟକ ଥିଲେ । ଦେଶ ସ୍ୱାଧୀନତା ପରେ ହିମାଳୟରେ ତପସ୍ୟା ସାରି ଫେରିବା ପରେ, ଡକ୍ଟର ହରେକୃଷ୍ଣ ମହତାବ ଓ ନବକୃଷ୍ଣ ଚୌଧୁରୀଙ୍କ ଅନୁରୋଧରେ ସେ ଫୁଲବାଣୀ ଅଞ୍ଚଳକୁ ଯାଇଥିଲେ। ସେଠାରେ ସେ ଗୋ-ହତ୍ୟା ବନ୍ଦ କରିବା, କନ୍ଧମାଳର ବନବାସୀ ଭାଇଭଉଣୀଙ୍କ ସେବା, ସଂସ୍କୃତ ଶିକ୍ଷାର ପ୍ରସାର, ନାରୀ ଶିକ୍ଷା ଏବଂ ସ୍ଥାନୀୟ ଲୋକଙ୍କୁ ସ୍ୱାବଲମ୍ବୀ ଓ ସ୍ୱାଭିମାନୀ କରିବା ପାଇଁ ବିଶାଳ ସାମାଜିକ ସଂଗଠନ ଠିଆ କରିଥିଲେ।

ସ୍ୱାମୀଜୀଙ୍କ ବଳିଦାନକୁ ସ୍ମରଣ କରି ସେ କହିଛନ୍ତି ଯେ, ଜନ୍ମାଷ୍ଟମୀ ରାତିରେ ସ୍ୱାମୀଜୀଙ୍କ ନିର୍ମମ ହତ୍ୟାକାଣ୍ଡ କଥା ମନେପଡ଼ିଲେ ଆଜି ବି ଲୋମ ଟାଙ୍କୁରି ଉଠେ। ସ୍ୱାମୀଜୀ ନିଜେ ଦୀପ ଭଳି ଜଳି ଅନ୍ୟଙ୍କ ଜୀବନରେ ଆଲୋକ ଭରିଦେଇଥିଲେ । ତାଙ୍କ ଦ୍ୱାରା ଦେଖାଯାଇଥିବା ମୂଲ୍ୟବୋଧ, ସେବାକାର୍ଯ୍ୟ ଓ ସତ୍ୟର ପଥକୁ ଆତ୍ମସାତ୍ କରିବା ଏବଂ ବିକଶିତ ଭାରତ ଗଠନ କରିବା ହିଁ ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ।

ସ୍ୱାମୀଜୀଙ୍କ ଶତାବ୍ଦୀ ବର୍ଷ ପାଳନ ଅବସରରେ ୨୦୨୬ ରୁ ୨୦୩୬ ଏବଂ ୨୦୪୭ ପର୍ଯ୍ୟନ୍ତ ଓଡ଼ିଶା ଏବଂ ଭାରତକୁ ସ୍ୱାମୀଜୀଙ୍କ ଆଦର୍ଶ ଓ ପ୍ରେରଣାରେ ଗଢ଼ିତ କରିବା ପାଇଁ ସେ ସମସ୍ତ ସାଧୁସନ୍ଥ ଓ ଗୁରୁଜନମାନଙ୍କୁ ନିବେଦନ କରିଛନ୍ତି। ଓଡ଼ିଆ ଯୁବପିଢ଼ିଙ୍କ ମଧ୍ୟରେ ସ୍ୱାଭିମାନ ଜାଗ୍ରତ କରିବା, କୋଣାର୍କ ତୋଳିବାର ସାହସ ଦେବା ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ଆଦର୍ଶରେ ‘ବସୁଧୈବ କୁଟୁମ୍ବକମ୍’ ଭାବନାରେ ସାରା ବିଶ୍ୱକୁ ଆପଣେଇ ନେବା ପାଇଁ ସେ ଆହ୍ୱାନ ଦେଇଛନ୍ତି।

ଏହାସହ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ପୂଜ୍ୟ ସାଧୁ-ସନ୍ଥଗଣ, ପ୍ରକାଶକ ପ୍ରାଚୀ ସାହିତ୍ୟ ପ୍ରତିଷ୍ଠାନ ଓ ପ୍ରଭାତ ପ୍ରକାଶନ ଏବଂ ଗଣମାଧ୍ୟମର ଭାଇ ଭଉଣୀମାନଙ୍କୁ ସେ ସାଧୁବାଦ ଓ ଧନ୍ୟବାଦ ଅର୍ପଣ କରିଛନ୍ତି। ଏହି ଅମୂଲ୍ୟ ପୁସ୍ତକ ରଚନା କରିଥିବାରୁ ଶ୍ରୀ ପ୍ରଧାନ ଲେଖକ ଶ୍ରୀ ବିପିନ ବିହାରୀ ନନ୍ଦ ଓ ଡ. ବାଞ୍ଛାନିଧି ପଣ୍ଡାଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି।

ଏହି ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରକାର୍ଯ୍ୟବାହ ଶ୍ରୀ ଦତ୍ତାତ୍ରେୟ ହୋସବାଲେ ଜୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଅନ୍ତର୍ଜାତୀୟ କ୍ରିୟାଯୋଗ ସଂଗଠନର ଆଧ୍ୟାତ୍ମିକ ମୁଖ୍ୟ ସ୍ୱାମୀ ପରମହଂସ ପ୍ରଜ୍ଞାନାନନ୍ଦ ଜୀ, ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ସ୍ମୃତି ନ୍ୟାସର ଅଧ୍ୟକ୍ଷ ସ୍ୱାମୀ ଜୀବନ ମୁକ୍ତାନନ୍ଦ ଜୀ, ନ୍ୟାସର ପରିଚାଳନା ଟ୍ରଷ୍ଟି ଶ୍ରୀ ମନସୁଖଲାଲ ସେଠିଆ ଜୀ, ପୁସ୍ତକର ଲେଖକ ତଥା ଉତ୍କଳ ପ୍ରାନ୍ତର ପୂର୍ବତନ ପ୍ରାନ୍ତ ସଂଘ ଚାଳକ ଶ୍ରୀ ବିପିନ ବିହାରୀ ନନ୍ଦ, ଉତ୍କଳ ପ୍ରାନ୍ତ ଭାରତୀୟ ଶିକ୍ଷଣ ମଣ୍ଡଳର ପ୍ରାକ୍ତନ ଅଧ୍ୟକ୍ଷ ଡ. ବାଞ୍ଛାନିଧି ପଣ୍ଡା, ପ୍ରାଚୀ ସାହିତ୍ୟ ପ୍ରତିଷ୍ଠାନ ଓ ପ୍ରଭାତ ପ୍ରକାଶନର ପ୍ରକାଶକ, ପୂଜ୍ୟ ସାଧୁ-ସନ୍ଥଗଣ ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

Book Release ଧର୍ମେନ୍ଦ୍ର ପ୍ରଧାନ ପ୍ରାଚୀ ସାହିତ୍ୟ ପ୍ରତିଷ୍ଠାନ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ
Share. Facebook Twitter LinkedIn Email WhatsApp Copy Link

Related Posts

ହଠାତ୍ ସଂସଦରେ ପହଞ୍ଚିଲେ ଏନଏସଏ ଅଜିତ ଡୋଭାଲ: ଜାଣନ୍ତୁ ମୁଖ୍ୟ କାରଣ କ’ଣ?

July 29, 2026

ଭାରତ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲାଗୁ କରିବେ ଟ୍ରମ୍ଫ?: ଚିନ୍ତା ବଢାଇଲା ଆମେରିକାର ନୂତନ ବିଲ୍

July 29, 2026

ବରିଷ୍ଠ ସାମ୍ବାଦିକ ଶାରଦା ପ୍ରସନ୍ନ ନନ୍ଦଙ୍କୁ ଶବରୀ ପ୍ରଭାଦୀପ୍ତ ସମ୍ମାନ

July 29, 2026

ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନଙ୍କ ଦ୍ଵାରା “ଆମ ରାଷ୍ଟ୍ରପତି: ଆମ ଗୌରବ” ପୁସ୍ତକ ଲୋକାର୍ପିତ

July 29, 2026
Latest News

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜୀବନୀ ଆଧାରିତ ପୁସ୍ତକ ଓଡ଼ିଆ ଓ ହିନ୍ଦୀ ଭାଷାରେ ଉନ୍ମୋଚିତ

July 29, 2026

ହଠାତ୍ ସଂସଦରେ ପହଞ୍ଚିଲେ ଏନଏସଏ ଅଜିତ ଡୋଭାଲ: ଜାଣନ୍ତୁ ମୁଖ୍ୟ କାରଣ କ’ଣ?

July 29, 2026

ଭାରତ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲାଗୁ କରିବେ ଟ୍ରମ୍ଫ?: ଚିନ୍ତା ବଢାଇଲା ଆମେରିକାର ନୂତନ ବିଲ୍

July 29, 2026

ବରିଷ୍ଠ ସାମ୍ବାଦିକ ଶାରଦା ପ୍ରସନ୍ନ ନନ୍ଦଙ୍କୁ ଶବରୀ ପ୍ରଭାଦୀପ୍ତ ସମ୍ମାନ

July 29, 2026

ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନଙ୍କ ଦ୍ଵାରା “ଆମ ରାଷ୍ଟ୍ରପତି: ଆମ ଗୌରବ” ପୁସ୍ତକ ଲୋକାର୍ପିତ

July 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.