Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୁରୀ ଏସପିଙ୍କ ନିର୍ଦ୍ଧେଶରେ ୮୦ କିମିର ଗ୍ରୀନ କରିଡର: ବଞ୍ଚିଲା ଶିଶୁର ଜୀବନ
ଆଜିର ଖବର

ପୁରୀ ଏସପିଙ୍କ ନିର୍ଦ୍ଧେଶରେ ୮୦ କିମିର ଗ୍ରୀନ କରିଡର: ବଞ୍ଚିଲା ଶିଶୁର ଜୀବନ

July 30, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପୁରୀ ଏସପିଙ୍କ ନିର୍ଦ୍ଧେଶରେ ୮୦ କିମିର ଗ୍ରୀନ କରିଡର: ବଞ୍ଚିଲା ଶିଶୁର ଜୀବନ
ପୁରୀ ଏସପିଙ୍କ ନିର୍ଦ୍ଧେଶରେ ୮୦ କିମିର ଗ୍ରୀନ କରିଡର: ବଞ୍ଚିଲା ଶିଶୁର ଜୀବନ

କୃଷ୍ଣପ୍ରସାଦ: ନାବାଳକର ଜୀବନ ବଞ୍ଚେଇବାକୁ ଦୀର୍ଘ ୮୦ କିଲୋମିଟର କରିଡର ପ୍ରସ୍ତୁତ କଲା କୃଷ୍ଣପ୍ରସାଦ ପୋଲିସ। ନାବାଳକର ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ। ଏବେ ୫ମ ଶ୍ରେଣୀର ଛାତ୍ର ପ୍ରଭୁଦତ୍ତ ଜେନା ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଗୁରୁତର ଅବସ୍ଥାରେ ପଡ଼ିଥିବା ଏହି ଛାତ୍ରଙ୍କ ଅବସ୍ଥା ଦେଖି ମନକୁ ବିଚଳିତ କରିଦେଉଥିଲା।

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ପଥରକଟା ଗାଁର ପଂଚମ ଶ୍ରେଣିର ଛାତ୍ର ପ୍ରଭୁପାଦ ଜେନା (୧୦) ସୁବଦିନ ଭଳି ନିଜ ସାଇକେଲ ଧରି ବାହାରି ପଡ଼ିଥିଲେ ସ୍କୁଲକୁ। ସ୍କୁଲରେ ଠିକଠାକ ପହଂଚି ବି ଯାଇଥିଲେ। କିନ୍ତୁ ଫେରିବା ବାଟରେ ସେତେ ଯେମିତି ଅପେକ୍ଷା କରି ରହିଥିଲା ଅଘଟଣ। ହଠାତ ସାଇକେଲରୁ ଖସି ପଡ଼ିବା ପରେ ହ୍ୟାଣ୍ଡେଲଟି ନାବାଳକର ପେଟରେ ପଶିଯାଇଥିଲା। ପେଟରେ ଗୋଟିଏ ପଟେ ପଶି ଅନ୍ୟ ପଟେ ବାହାରି ଯାଇଥିଲା ହ୍ୟାଣ୍ଡଲଟି। ଫଳରେ ଗୁରୁତର ଅବସ୍ଥାରେ ପଡ଼ି ରହିଥିଲେ।

ସ୍ଥାନୀୟ ଗାଁ ଲୋକେ ସଙ୍ଗେ ସଂଗେ ଆମ୍ବୁଲାନସକୁ ଡାକି ମେଡିକାଲକୁ ନେଇ ଯାଇଥିଲେ। କିନ୍ତୁ ସେଠାରେ ଚିକିତ୍ସା ସମ୍ଭବ ନହେବାରୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ରେଫର କରିଥିଲେ ସ୍ଥାନୀୟ ଡାକ୍ତର। ପୁରୀ ଏସପି ପ୍ରତୀକ ସିଂଙ୍କ ନିର୍ଦ୍ଦେଶକ୍ରମେ ପୁରୀ ଏସଡ଼ିପିଓ ମାନସ ରଂଜନ ବାରିକଙ୍କ ଉଦ୍ୟମ ଏବଂ କୃଷ୍ଣପ୍ରସାଦ ଥାନା ପୋଲିସର ଉଦ୍ୟମରେ ଏକ ୮୦ କିଲୋମିଟର ଟ୍ରାଫିକ ମୁକ୍ତ ଗ୍ରୀନ କରିଡର ତିଆରି କରାଯାଇଥିଲା। ଛାତ୍ରଙ୍କୁ ଏମକେସିଜି ନେବାର ବ୍ୟବସ୍ଥା ଖୁବଶୀଘ୍ର କରାଯାଇଥିଲା। ଏବେ ଏମକେସିଜିରେ ଛାତ୍ରଙ୍କୁ ବଂଚାଇବା ପାଇଁ ଏକ ବଡ଼ ଧରଣର ଡାକ୍ତରୀ ଟିମ ଲାଗିଛନ୍ତି।

ସୂଚନା ମୁତାବକ ଗୁରୁତର ନାବାଳକର ଏମକେସିଜି ଡାକ୍ତରୀ ଟିମଙ୍କ ଦ୍ଵାରା ଅସ୍ତ୍ରୋପଚାର ସଫଳତାର ସହ ସମ୍ପନ୍ନ ହୋଇଛି। ବର୍ତ୍ତମାନ ତାଙ୍କ ଅବସ୍ଥା ବିପଦ ମୁକ୍ତ ହେଉଥିବା ଜଣାପଡ଼ିଛି। ସେ ଆଉ ୩ ଦିନ ଆଇସିୟୁ ରେ ରହିବେ ବୋଲି ଜଣାପଡ଼ିଛି।

ତେବେ ପିଲାଟି ନୂତନ ଜୀବନ ପାଇଲା ବୋଲି ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ପୋଲିସ ଏବଂ ଡାକ୍ତରମାନଙ୍କର ପ୍ରଚେଷ୍ଟାରେ ଏହା ସମ୍ଭବ ହେଲା ବୋଲି ଗ୍ରାମବାସୀ କହିଛନ୍ତି।

ଗ୍ରୀନ କରିଡର ପୁରୀ ଏସପିଙ୍କ ନିର୍ଦ୍ଧେଶ ବଞ୍ଚିଲା ଶିଶୁର ଜୀବନ
Share. Facebook Twitter LinkedIn Email WhatsApp Copy Link

Related Posts

ହତ୍ୟା ଅଭିଯୁକ୍ତ ମାଇଁ ଓ ଭଣଜାକୁ ଆଜୀବନ କାରାଦଣ୍ଡ

July 30, 2026

ଚୟନକର୍ତ୍ତାଙ୍କ ଉପରେ ବର୍ଷିଲେ ଇରଫାନ ପଠାନ: ଟିମ୍ ଇଣ୍ଡିଆର ଚୟନ ଉପରେ ଉଠାଇଲେ ପ୍ରଶ୍ନ

July 30, 2026

ୱାଇଲ୍ଡ ଓଡ଼ିଶା ଫାଉଣ୍ଡେସନ ପକ୍ଷରୁ ‘ବାଘ ପାଇଁ ଦିନଟିଏ’ କାର୍ଯ୍ୟକ୍ରମ ଆୟୋଜିତ

July 30, 2026

ଲୋକସଭାରେ ଗୋପାଳପୁର-ରାୟଗଡ଼ା ନୂଆ ରେଳ ଲାଇନ ସମ୍ପର୍କରେ ସୂଚନା ଦେଲେ ରେଳ ମନ୍ତ୍ରୀ

July 30, 2026
Latest News

ପୁରୀ ଏସପିଙ୍କ ନିର୍ଦ୍ଧେଶରେ ୮୦ କିମିର ଗ୍ରୀନ କରିଡର: ବଞ୍ଚିଲା ଶିଶୁର ଜୀବନ

July 30, 2026

ହତ୍ୟା ଅଭିଯୁକ୍ତ ମାଇଁ ଓ ଭଣଜାକୁ ଆଜୀବନ କାରାଦଣ୍ଡ

July 30, 2026

ଚୟନକର୍ତ୍ତାଙ୍କ ଉପରେ ବର୍ଷିଲେ ଇରଫାନ ପଠାନ: ଟିମ୍ ଇଣ୍ଡିଆର ଚୟନ ଉପରେ ଉଠାଇଲେ ପ୍ରଶ୍ନ

July 30, 2026

ୱାଇଲ୍ଡ ଓଡ଼ିଶା ଫାଉଣ୍ଡେସନ ପକ୍ଷରୁ ‘ବାଘ ପାଇଁ ଦିନଟିଏ’ କାର୍ଯ୍ୟକ୍ରମ ଆୟୋଜିତ

July 30, 2026

ଲୋକସଭାରେ ଗୋପାଳପୁର-ରାୟଗଡ଼ା ନୂଆ ରେଳ ଲାଇନ ସମ୍ପର୍କରେ ସୂଚନା ଦେଲେ ରେଳ ମନ୍ତ୍ରୀ

July 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.