Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»୮୪,୦୮୪ କୋଟିର ବ୍ୟୟ ଅଟକଳ ସହ ‘ସମୁଦ୍ର ମନ୍ଥନ’ କୁ କ୍ୟାବିନେଟ ମଞ୍ଜୁରି
ଜାତୀୟ ଖବର

୮୪,୦୮୪ କୋଟିର ବ୍ୟୟ ଅଟକଳ ସହ ‘ସମୁଦ୍ର ମନ୍ଥନ’ କୁ କ୍ୟାବିନେଟ ମଞ୍ଜୁରି

July 31, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
୮୪,୦୮୪ କୋଟିର ବ୍ୟୟ ଅଟକଳ ସହ ‘ସମୁଦ୍ର ମନ୍ଥନ’ କୁ କ୍ୟାବିନେଟ ମଞ୍ଜୁରି
୮୪,୦୮୪ କୋଟିର ବ୍ୟୟ ଅଟକଳ ସହ ‘ସମୁଦ୍ର ମନ୍ଥନ’ କୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍‌ ‘ସମୁଦ୍ର ମନ୍ଥନ’-ଜାତୀୟ ଅପତଟ ଅନ୍ୱେଷଣ ଯୋଜନାକୁ ଅନୁମୋଦନ ପ୍ରଦାନ କରିଛି। ଏହା ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟର ଏକ କେନ୍ଦ୍ରୀୟ କ୍ଷେତ୍ର ଯୋଜନା। ୨୦୩୦-୩୧ ଆର୍ଥିକ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବାକୁ ଥିବା ଏହି ଯୋଜନା ପାଇଁ ୮୪,୦୮୪ କୋଟି ଟଙ୍କାର ଅର୍ଥରାଶି ମଞ୍ଜୁର କରାଯାଇଛି।

୨୦୨୫ ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଆଧୁନିକ ସମୁଦ୍ର ମନ୍ଥନ’ ରୂପେ ଏହି ଯୋଜନାର ଘୋଷଣା କରିଥିଲେ। ତାଙ୍କର ଦୃଷ୍ଟିକୋଣକୁ ସାକାର କରିବା ଲାଗି ସମୁଦ୍ର ମନ୍ଥନ ଯୋଜନା ଭାରତର ବିଶାଳ ଅପତଟ ବା ଅଫଶୋର କ୍ଷେତ୍ରରେ ରହିଥିବା ଊର୍ଜ୍ଜା କ୍ଷମତାକୁ ଉଜାଗର କରିବାରେ ସହାୟକ ହେବ। ଏହା ଭାରତର ଊର୍ଜ୍ଜା ସୁରକ୍ଷାକୁ ମଜବତୁ କରିବା ସହିତ ଘରୋଇ ସ୍ତରରେ ଅନ୍ୱେଷଣ ଏବଂ ଉତ୍ପାଦନକୁ ତ୍ୱରାନ୍ୱିତ କରିବ। ବୈଷୟିକ ନେତୃତ୍ୱକୁ ପ୍ରୋତ୍ସାହନ ଦେବା ଏବଂ ‘ବିକଶିତ ଭାରତ’ ଲକ୍ଷ୍ୟକୁ ଆଗକୁ ବଢ଼ାଇବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

ଏହି ଯୋଜନାରେ ଅପତଟ ଅନ୍ୱେଷଣ (ଅଫଶୋର ଏକ୍ସପ୍ଲୋରେସନ)ର ମୂଲ୍ୟ ଶୃଙ୍ଖଳରେ ବିଭିନ୍ନ ଉପାୟ ସାମିଲ ରହିଛି। ଏଥିରେ ଉଚ୍ଚମାନର ଭୂକମ୍ପ ତଥ୍ୟକୁ ବ୍ୟାପକ ପରିମାଣରେ ସଂଗ୍ରହ, ବିଶ୍ଳେଷଣ ଏବଂ ବ୍ୟାଖ୍ୟା ମଧ୍ୟ ଅନ୍ତର୍ଭୂକ୍ତ। ଗଭୀର ଜଳ ଏବଂ ଅତି-ଗଭୀର ଜଳରେ ଦ୍ରୁତ ଗତିରେ ଅନ୍ୱେଷଣ  ଲାଗି ଖନନ କରିବା ସହିତ ନୂତନ ଓ କମ୍‌ ଅନୁସନ୍ଧାନ ହୋଇଥିବା ବେସିନରେ ବୈଜ୍ଞାନିକ ଖନନ; ଅପତଟ ଉତ୍ପାଦନ ଓ ନିଷ୍କାସନ ପାଇଁ ସହଭାଗୀ ଭିତ୍ତିଭୂମି ବିକାଶ; ଏବଂ ଏକ ସମନ୍ୱିତ ତୈଳ ଓ ଗ୍ୟାସ ଉତ୍ପାଦନ ଏବଂ ସେବା ପରିକ୍ଷେତ୍ର ପ୍ରତିଷ୍ଠାକୁ ମଧ୍ୟ ଏଥିରେ ସାମିଲ କରାଯାଇଛି। ସେହିପରି ଏଥିରେ ଡିଜିଟାଲ୍ କାର୍ଯ୍ୟକ୍ରମ ପରିଚାଳନା, କ୍ଷମତା ବିକାଶ, ପ୍ରଯୁକ୍ତିବିଦ୍ୟା ଗ୍ରହଣ, ଅଂଶୀଦାରଙ୍କ ସମ୍ପୃକ୍ତି ଏବଂ ଦେଶରେ ଅପତଟ ଅନୁସନ୍ଧାନ ଓ ଉତ୍ପାଦନର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ସହିତ ଏକ ସମନ୍ୱିତ ଇକୋସିଷ୍ଟମ୍ ସୃଷ୍ଟି କରିବା ପାଇଁ ଉନ୍ନତ ଆନ୍ତର୍ଜାତୀୟ ସଂଯୋଗୀକରଣ ପାଇଁ ନିର୍ଦ୍ଦିଷ୍ଟ ବ୍ୟବସ୍ଥା ମଧ୍ୟ ଅନ୍ତର୍ଭୁକ୍ତ।

ସମୁଦ୍ର ମନ୍ଥନ ୬୦୦ ନିୟୁତ ମେଟ୍ରିକ୍ ଟନ୍‌ ଅଏଲ ଇକ୍ୟୁଭାଲେଣ୍ଟ (ଏମଏମଟିଓଆଇ)ରୁ ଅଧିକ ଭଣ୍ଡାର ଜମା ହେବାର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବ ବୋଲି ଆଶା କରାଯାଉଛି। ଏହା ଅପତଟ ଅନୁସନ୍ଧାନ କାର୍ଯ୍ୟକଳାପକୁ ମଧ୍ୟ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିବ। ଘରୋଇ ତୈଳ ଏବଂ ଗ୍ୟାସ ଉତ୍ପାଦନକୁ ବଢ଼ାଇବ। ଏଥିସହିତ ବୃହତ ପରିମାଣରେ ନିଯୁକ୍ତି ସୃଷ୍ଟି କରିବ। ସେହିପରି “ମେକ୍ ଇନ୍ ଇଣ୍ଡିଆ” ଏବଂ “ଆତ୍ମନିର୍ଭର ଭାରତ” ପଦକ୍ଷେପ ଅଧୀନରେ ଘରୋଇ ଉତ୍ପାଦନକୁ ସୁଦୃଢ଼ ​​କରିବ ତଥା ଅପତଟ ପ୍ରଯୁକ୍ତିବିଦ୍ୟା ଓ ସେବାର ଏକ ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ ପରିବେଶ ସୃଷ୍ଟି କରିବ। ଏହି ଯୋଜନା ସମଗ୍ର ଅନ୍ୱେଷଣ ଓ ଉତ୍ପାଦନ ମୂଲ୍ୟ ଶୃଙ୍ଖଳରେ ଗୁରୁତ୍ୱପୂର୍ଣ୍ଣ ନିବେଶକୁ ପ୍ରୋତ୍ସାହିତ କରିବ, ଯାହା ଶିଳ୍ପ, ଉଦ୍ଭାବନ ଏବଂ ଆର୍ଥିକ ଅଭିବୃଦ୍ଧି ପାଇଁ ଦୀର୍ଘକାଳୀନ ସୁଯୋଗ ସୃଷ୍ଟି କରିବ।

ଭାରତ ଏକ ବିକଶିତ ରାଷ୍ଟ୍ର ହେବା ଆଡ଼କୁ ଅଗ୍ରସର ହେଉଥିବା ବେଳେ, ‘ସମୁଦ୍ର ମନ୍ଥନ’ ଏକ ପରିବର୍ତ୍ତନକାରୀ ଜାତୀୟ ପଦକ୍ଷେପ ଯାହା ଦେଶର ଅପତଟ ଊର୍ଜ୍ଜା ସମ୍ପଦକୁ ଉପଯୋଗ କରିବା ସହିତ ଦୀର୍ଘକାଳୀନ ଶକ୍ତି ସୁରକ୍ଷାକୁ ସୁଦୃଢ଼ ​​କରିବ, ପ୍ରଯୁକ୍ତିବିଦ୍ୟା କ୍ଷମତାକୁ ବୃଦ୍ଧି କରିବ ଏବଂ ଅର୍ଥବ୍ୟବସ୍ଥା ଓ ଭବିଷ୍ୟତ ପିଢ଼ି ପାଇଁ ଦୀର୍ଘସ୍ଥାୟୀ ମୂଲ୍ୟ ସୃଷ୍ଟି କରିବ।

ଗତ ଦଶନ୍ଧି ଧରି, ସରକାର ଅପଷ୍ଟ୍ରିମ୍ କ୍ଷେତ୍ରରେ ବ୍ୟାପକ, ପରିବର୍ତ୍ତନକାରୀ ସଂସ୍କାର ହାତକୁ ନେଇଛନ୍ତି। ଏଥିରେ ପ୍ରାୟ ସମଗ୍ର ଅଫଶୋର ଅଞ୍ଚଳକୁ ଅନ୍ୱେଷଣ ପାଇଁ ଖୋଲିବା, ଆଇନଗତ ଏବଂ ଚୁକ୍ତିନାମା ଢାଞ୍ଚାର ଆଧୁନିକୀକରଣ ଏବଂ ଜାତୀୟ ତଥ୍ୟ ଭଣ୍ଡାରକୁ ସୁଦୃଢ଼ ​​କରିବା ଅନ୍ତର୍ଭୁକ୍ତ। ସଂସ୍କାର ଉପରେ ଆଧାରିତ, ସମୁଦ୍ର ମନ୍ଥନ ଯୋଜନା ରଣନୀତିକ ସାର୍ବଜନୀନ ନିବେଶ, ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ ବିଶ୍ୱସ୍ତରୀୟ ଭିତ୍ତିଭୂମି ମାଧ୍ୟମରେ ସକ୍ରିୟ ଅପତଟ ଅନ୍ୱେଷଣର ଏକ ନୂତନ ଯୁଗ ଆରମ୍ଭ କରିବ।

କେନ୍ଦ୍ର କ୍ୟାବିନେଟ୍ କ୍ୟାବିନେଟ ମଞ୍ଜୁରି ଜାତୀୟ ଅପତଟ ଅନ୍ୱେଷଣ ଯୋଜନା ନରେନ୍ଦ୍ର ମୋଦୀ ସମୁଦ୍ର ମନ୍ଥନ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ମାମଲା: କ୍ଷମା ମାଗିଲେ ନାବାଳିକା

July 31, 2026

୨୦୨୬ରେ ଟିମ୍ ଇଣ୍ଡିଆ ଆଉ କେତେ ଟେଷ୍ଟ ଖେଳିବ?: WTC ଫାଇନାଲ୍ ପାଇଁ କେତେ ବିଜୟ ଆବଶ୍ୟକ?

July 31, 2026

ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବି ମଧ୍ୟରେ କ୍ୟାବିନେଟ ବୈଠକ କଲେ ପ୍ରଧାନମନ୍ତ୍ରୀ ମୋଦୀ 

July 31, 2026

ଉପେନ୍ଦ୍ର କୁଶୱାହାଙ୍କ ପାଇଁ ବିଜେପି ର ତ୍ୟାଗ: ପୁଅ ଦୀପକ ପ୍ରକାଶଙ୍କୁ ଦେଲା ଏମଏଲସି ଆସନ

July 31, 2026
Latest News

୮୪,୦୮୪ କୋଟିର ବ୍ୟୟ ଅଟକଳ ସହ ‘ସମୁଦ୍ର ମନ୍ଥନ’ କୁ କ୍ୟାବିନେଟ ମଞ୍ଜୁରି

July 31, 2026

ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ମାମଲା: କ୍ଷମା ମାଗିଲେ ନାବାଳିକା

July 31, 2026

୨୦୨୬ରେ ଟିମ୍ ଇଣ୍ଡିଆ ଆଉ କେତେ ଟେଷ୍ଟ ଖେଳିବ?: WTC ଫାଇନାଲ୍ ପାଇଁ କେତେ ବିଜୟ ଆବଶ୍ୟକ?

July 31, 2026

ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବି ମଧ୍ୟରେ କ୍ୟାବିନେଟ ବୈଠକ କଲେ ପ୍ରଧାନମନ୍ତ୍ରୀ ମୋଦୀ 

July 31, 2026

ଉପେନ୍ଦ୍ର କୁଶୱାହାଙ୍କ ପାଇଁ ବିଜେପି ର ତ୍ୟାଗ: ପୁଅ ଦୀପକ ପ୍ରକାଶଙ୍କୁ ଦେଲା ଏମଏଲସି ଆସନ

July 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.