Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ସୌରଶକ୍ତି ଉତ୍ପାଦନ ବୃଦ୍ଧି ପାଇଁ ୭୫,୦୨୧ କୋଟି ବରାଦ, ସାଂସଦ ଦିଲ୍ଲୀପ ରାୟଙ୍କ ପ୍ରଶ୍ନରେ ମନ୍ତ୍ରୀଙ୍କ ଉତ୍ତର
ଜାତୀୟ ଖବର

ସୌରଶକ୍ତି ଉତ୍ପାଦନ ବୃଦ୍ଧି ପାଇଁ ୭୫,୦୨୧ କୋଟି ବରାଦ, ସାଂସଦ ଦିଲ୍ଲୀପ ରାୟଙ୍କ ପ୍ରଶ୍ନରେ ମନ୍ତ୍ରୀଙ୍କ ଉତ୍ତର

August 4, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସୌରଶକ୍ତି ଉତ୍ପାଦନ ବୃଦ୍ଧି
ସୌରଶକ୍ତି ଉତ୍ପାଦନ ବୃଦ୍ଧି ପାଇଁ ୭୫,୦୨୧ କୋଟି ବରାଦ, ସାଂସଦ ଦିଲ୍ଲୀପ ରାୟଙ୍କ ପ୍ରଶ୍ନରେ ମନ୍ତ୍ରୀଙ୍କ ଉତ୍ତର

ନୂଆଦିଲ୍ଳୀ/ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନାରେ ଚଳିତ ଆର୍ôଥକ ବର୍ଷରେ ଅନ୍ୟୁନ କୋଟିଏ ବାସଗୃହରେ ସୌରଶକ୍ତି ଉତ୍ପାଦନ ଲାଗି କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି । ଏଥିପାଇଁ ୭୫,୦୨୧ କୋଟି ଟଙ୍କାର ଆର୍ଥିକ ବ୍ୟବସ୍ଥା ମଧ୍ୟ କରାଯାଇଛି । ସାଂସଦ ଦିଲ୍ଲୀପ ରାୟଙ୍କ ଏକ ନିର୍ଦ୍ଦିଷ୍ଟ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସରକାରଙ୍କ ନୂତନ ଅକ୍ଷୟ ଶକ୍ତି ବିଭାଗ ମନ୍ତ୍ରୀ ଶ୍ରୀପଦ ନାଏକ ଏହି ସୂଚନା ଦେଇଛନ୍ତି ।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ୨୦୨୪ ଫେବୃଆରୀ ମାସରୁ ପ୍ରଧାନମନ୍ତ୍ରୀ ସୂର‌୍ୟ୍ୟଘର ମାଗଣା ବିଜୁଳି ଯୋଜନା କାର‌୍ୟ୍ୟକ୍ରମ ଆରମ୍ଭ ହୋଇଛି । ଯେଉଁସବୁ ଘରକୁ ବିଦ୍ୟୁତ ସଂଯୋଗ ରହିଛି ସେଗୁ୍‌ଡ଼ିକର ଛାତ ଉପରେ ସୌର ଶକ୍ତି ଉତ୍ପାଦନ କରାଯାଇ ଲୋକଙ୍କୁ ବିଜୁଳି ବିଲ୍‌ରୁ ଆଶ୍ୱସ୍ତି ଦିଆଯାଉଛି । ଘର ଛାତ ଉପରେ ଉତ୍ପାଦିତ ହେଉଥିବା ବିଜୁଳି ଶକ୍ତିକୁ ବିଦ୍ୟୁତ ପରିବଣ୍ଟନକାରୀ ସଂସ୍ଥାମାନଙ୍କ ମୁଖ୍ୟ ସ୍ରୋତକୁ ନିଆଯାଇ ବିଦ୍ୟୁତ ଉତ୍ପାଦନରେ ପରିବାରଗୁଡ଼ିକୁ ଯୋଡ଼ାଯାଉଛି । ଏଥିପାଇଁ କେନ୍ଦ୍ର ସରକାର ହିତାଧିକାରୀମାନଙ୍କୁ ୬୦ ପ୍ରତିଶତ ପର‌୍ୟ୍ୟନ୍ତ ଆର୍ôଥକ ସହାୟତା ଯୋଗାଇ ଦେଉଛନ୍ତି । ଛାତ ଉପରେ ବିଦ୍ୟୁତ ଶକ୍ତି ଉତ୍ପାଦନ ପାଇଁ ଆବେଦନ କରିବା ଓ ଏହି ଯୋଜନା ସଂପର୍କରେ ଜାଣିବା ଲାଗି ଏକ ସ୍ୱତନ୍ତ୍ର ପୋର୍ଟାଲ କାର୍ଯ୍ୟ କରୁଛି।

ସରକାରୀ ତଥ୍ୟ ମୁତାବକ ଯେଉଁ ବାସଗୃହର ଛାତ ଉପରେ ୨ କିଲୋୱାଟ୍ ପର‌୍ୟ୍ୟନ୍ତ ସୌର ଶକ୍ତି ଉତ୍ପାଦନ ପାଇଁ ବ୍ୟବସ୍ଥା ହୋଇଛି ସେଠାରେ ୩୦ ହଜାର ଟଙ୍କା ପର‌୍ୟ୍ୟନ୍ତ ସହାୟତା ପ୍ରତି ହିତାଧିକାରୀଙ୍କୁ ମିଳୁଛି । ସ୍ୱତନ୍ତ୍ର ପାହ୍ୟ ପାଇଥିବା ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଏହି ସହାୟତାର ପରିମାଣ ୩୩ ହଜାର ଟଙ୍କା କରି ରହୁଛି ।

ସେହିଭଳି ୧ କିଲୋୱାଟ୍ ସୌରଶକ୍ତି ଉତ୍ପାଦନ ଲାଗି ହିତାଧିକାରୀଙ୍କୁ ୧୮ ହଜାରରୁ ୧୯,୮୦୦ ଟଙ୍କା ପର‌୍ୟ୍ୟନ୍ତ ସହାୟତା ଦିଆଯାଉଛି। ବିଭିନ୍ନ ଆପାର୍ଟମେଣ୍ଟ ଓ ହାଉସିଂ ସୋସାଇଟି କଲ୍ୟାଣ ସଂଘମାନଙ୍କୁ ବି ଏ କ୍ଷେତ୍ରରେ ସହାୟତା ପ୍ରଦାନ କରାଯାଉଛି। ଏ ଯାବତ୍ ଏହି ଯୋଜନାରେ ପାଖାପାଖି ଦେଢ଼ଲକ୍ଷ ଘର ଓଡ଼ିଶାରେ ସାମିଲ ହୋଇସାରିଲେଣି ଏବଂ ଏଥିଲାଗି ଗତ ଜୁଲାଇ ୨୯ ସୁଦ୍ଧା ଓଡ଼ିଶାକୁ ୭୧୪ କୋଟି ୩୨ଲକ୍ଷ ଟଙ୍କାର ସହାୟତା କେନ୍ଦ୍ରରୁ ମିଳିଛି।

ଜଳ ବିଦ୍ୟୁତ ଉତ୍ପାଦନ କ୍ଷେତ୍ରରେ ଉପୁଜୁଥିବା ସମସ୍ୟା ଏବଂ ତାପଜ ବିଦ୍ୟୁତ ଉତ୍ପାଦନ ପାଇଁ ଦେଖାଦେଉଥିବା ପ୍ରଦୂଷଣ ସମସ୍ୟାର ସଫଳ ମୁକାବିଲା ସୌର ଶକ୍ତି ଦ୍ୱାରା ହୋଇପାରିବ ବୋଲି ସାଂସଦ ଶ୍ରୀ ରାୟ ଆଶାବ୍ୟକ୍ତ କରିଛନ୍ତି । ଏବେ ଓଡ଼ିଶା ସମେତ ସାରା ଦେଶରେ ଇଲେକ୍ଟ୍ରିକ୍ ଯାନବାହନର ବ୍ୟବହାର ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ସୌରଶକ୍ତି ଯୁକ୍ତ ଇଭି ଚାର୍ଜିଂ ଷ୍ଟେସନ୍‌ମାନ ପ୍ରତିଷ୍ଠା କରିବା ଏବଂ ପ୍ରତି ଘରକୁ ଯେଭଳି ସୌରଶକ୍ତି ଉତ୍ପାଦନ କେନ୍ଦ୍ରରେ ପରିଣତ କରାଯାଇପାରିବ ତାହା ଉପରେ ଅଧିକ ଧ୍ୟାନ ଦେବା ସହିତ ଓଡ଼ିଶା ଭଳି ରାଜ୍ୟକୁ ଏଥିପାଇଁ ସ୍ୱତନ୍ତ୍ର ଆର୍ôଥକ ସହାୟତା ବ୍ୟବସ୍ଥା କରିବାକୁ ସାଂସଦ ଶ୍ରୀ ରାୟ ଏକ ବିବୃତିରେ ଦାବି କରିଛନ୍ତି ।

Dilip Ray ଦିଲ୍ଲୀପ ରାୟ ସୌରଶକ୍ତି ଉତ୍ପାଦନ ବୃଦ୍ଧି
Share. Facebook Twitter LinkedIn Email WhatsApp Copy Link

Related Posts

ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଅଲବିଦା କହିଲେ ମାର୍କ ଉଡ୍

September 23, 2026

ଗଣ୍ଡା ଶିକାର ରୋକିବା ପାଇଁ କାଜିରଙ୍ଗାର ଉଦ୍ୟମକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

September 23, 2026

ଜାତୀୟ ଗଣମାଧ୍ୟମ କେନ୍ଦ୍ରଠାରେ ପ୍ରତିଷେଧକମୂଳକ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜିତ

September 23, 2026

ନିଶାଦ୍ରବ୍ୟ ବିରୋଧରେ ଦୃଢ଼ ଓ ନିର୍ଣ୍ଣାୟକ ପଦକ୍ଷେପର ସମୟ ଆସିଛି: ଅମିତ ଶାହ

September 23, 2026
Latest News

ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଅଲବିଦା କହିଲେ ମାର୍କ ଉଡ୍

September 23, 2026

ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ଶୁଣାଣି ମୁଲତବୀ, ଆଜି ଆସିପାରେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ

September 23, 2026

ଗଣ୍ଡା ଶିକାର ରୋକିବା ପାଇଁ କାଜିରଙ୍ଗାର ଉଦ୍ୟମକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

September 23, 2026

ଜାତୀୟ ଗଣମାଧ୍ୟମ କେନ୍ଦ୍ରଠାରେ ପ୍ରତିଷେଧକମୂଳକ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜିତ

September 23, 2026

ନିଶାଦ୍ରବ୍ୟ ବିରୋଧରେ ଦୃଢ଼ ଓ ନିର୍ଣ୍ଣାୟକ ପଦକ୍ଷେପର ସମୟ ଆସିଛି: ଅମିତ ଶାହ

September 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.