Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶା ସରକାରଙ୍କ ଓୟୁଏଟି ପିଜି ଓ ପିଏଚ୍.ଡି ଛାତ୍ରଛାତ୍ରୀଙ୍କ ପାଇଁ ଷ୍ଟାଇପେଣ୍ଡ ଘୋଷଣା
ଆଜିର ଖବର

ଓଡ଼ିଶା ସରକାରଙ୍କ ଓୟୁଏଟି ପିଜି ଓ ପିଏଚ୍.ଡି ଛାତ୍ରଛାତ୍ରୀଙ୍କ ପାଇଁ ଷ୍ଟାଇପେଣ୍ଡ ଘୋଷଣା

August 5, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
OUAT
OUAT Announces Stipend For PG And PhD Students

ଭୁବନେଶ୍ୱର: ରାଜ୍ୟରେ କୃଷି ଶିକ୍ଷା ଓ ଗବେଷଣାକୁ ଆଗକୁ ନେବା ପାଇଁ ଓଡ଼ିଶା ସରକାରଙ୍କ କୃଷି ବିଭାଗ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ପିଜି ଏବଂ ପିଏଚ୍.ଡି ଛାତ୍ରଛାତ୍ରୀଙ୍କ ପାଇଁ ମାସିକ ଭତ୍ତା (Stipend) ଘୋଷଣା କରାଯାଇଛି।

ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ବିଶେଷ ପ୍ରଚେଷ୍ଟା ଯୋଗୁଁ ସରକାର ଏହି ଭତ୍ତା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି, ଯାହାଦ୍ୱାରା ଗବେଷକମାନଙ୍କୁ ବଡ଼ ସହାୟତା ମିଳିବ।

ପିଜି ଛାତ୍ରଛାତ୍ରୀଙ୍କୁ ୨ ବର୍ଷର କୃଷି ଓ ଆନୁଷଙ୍ଗିକ କୋର୍ସ ପାଇଁ ମାସକୁ ୧୦,୦୦୦ ଟଙ୍କା ମିଳିବ ଏବଂ ପିଏଚ୍.ଡି ଗବେଷକଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ମାସକୁ ୧୫,୦୦୦ ଟଙ୍କା ମିଳିବ।

ଏହି ସହାୟତାର ମୂଳ ଲକ୍ଷ୍ୟ ହେଉଛି ଉତ୍ତମ ଗବେଷଣାକୁ ପ୍ରୋତ୍ସାହନ ଦେବା ଏବଂ ଓଡ଼ିଶାର ମେଧାବୀ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା।

ଆମ ଯୁବ ଗବେଷକଙ୍କ ପାଇଁ ଖର୍ଚ୍ଚ କରିବା ମାନେ ଓଡ଼ିଶାର ଚାଷୀମାନଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବା। ଏହି ଟଙ୍କା ଦ୍ୱାରା ଆମର ଛାତ୍ରଛାତ୍ରୀମାନେ ବିନା ଆର୍ଥିକ ଚିନ୍ତାରେ ନୂଆ ଉଦ୍ଭାବନ ଓ ଗବେଷଣା ଉପରେ ଧ୍ୟାନ ଦେଇପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମତବ୍ୟକ୍ତ କରିଛନ୍ତି।

ଏହି ସୁବିଧା ଓୟୁଏଟିର କୃଷି ଓ ଆନୁଷଙ୍ଗିକ ବିଷୟରେ ପଢ଼ୁଥିବା ନିୟମିତ ପିଜି ଏବଂ ପିଏଚ୍.ଡି ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ ହେବ।

ouat pg PhD Stipend
Share. Facebook Twitter LinkedIn Email WhatsApp Copy Link

Related Posts

କାହା ପାଇଁ ଆଜିର ଦିନଟି ସୁଖ ଆଣିବ, କାହାର ବିଗିଡିବ ସ୍ୱାସ୍ଥ୍ୟ: ପଢନ୍ତୁ ବୁଧବାର ରାଶିଫଳ

August 5, 2026

ହୁଥି ବିଦ୍ରୋହୀଙ୍କ ଆକ୍ରମଣ: ଲାଲ ସାଗରରେ ବୁଡ଼ିଗଲା ଭାରତୀୟ ଜାହାଜ 

August 4, 2026

କ୍ରାଇମବ୍ରାଞ୍ଚରେ ଆତ୍ମସମର୍ପଣ କଲେ ଶରଣକୁଳ ଥାନାର ନିଲମ୍ବିତ ଇନ୍ସପେକ୍ଟର

August 4, 2026

ଜନ୍ମ–ମୃତ୍ୟୁ ପଞ୍ଜୀକରଣର ନିୟମ ବଦଳିଲା : ସଂଶୋଧନ ବିଲ୍‌କୁ ରାଜ୍ୟସଭାର ମଞ୍ଜୁରୀ

August 4, 2026
Latest News

ଓଡ଼ିଶା ସରକାରଙ୍କ ଓୟୁଏଟି ପିଜି ଓ ପିଏଚ୍.ଡି ଛାତ୍ରଛାତ୍ରୀଙ୍କ ପାଇଁ ଷ୍ଟାଇପେଣ୍ଡ ଘୋଷଣା

August 5, 2026

୭୪ ବର୍ଷରେ ଚିରବିଦାୟ ନେଲେ ଅଭିନେତା ପ୍ରଦୀପ ରାୱତ

August 5, 2026

କାହା ପାଇଁ ଆଜିର ଦିନଟି ସୁଖ ଆଣିବ, କାହାର ବିଗିଡିବ ସ୍ୱାସ୍ଥ୍ୟ: ପଢନ୍ତୁ ବୁଧବାର ରାଶିଫଳ

August 5, 2026

ହୁଥି ବିଦ୍ରୋହୀଙ୍କ ଆକ୍ରମଣ: ଲାଲ ସାଗରରେ ବୁଡ଼ିଗଲା ଭାରତୀୟ ଜାହାଜ 

August 4, 2026

କ୍ରାଇମବ୍ରାଞ୍ଚରେ ଆତ୍ମସମର୍ପଣ କଲେ ଶରଣକୁଳ ଥାନାର ନିଲମ୍ବିତ ଇନ୍ସପେକ୍ଟର

August 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.