Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚାକିରି ପ୍ରଶ୍ନରେ ରାହୁଲଙ୍କୁ ରିଜିଜୁଙ୍କ ଟାର୍ଗେଟ୍‌: ‘ପ୍ରୟାଗରାଜ ନୁହେଁ, ରାଞ୍ଚି ଯାଇଥାନ୍ତେ ଭଲ ହୋଇଥାନ୍ତା’
ଆଜିର ଖବର

ଚାକିରି ପ୍ରଶ୍ନରେ ରାହୁଲଙ୍କୁ ରିଜିଜୁଙ୍କ ଟାର୍ଗେଟ୍‌: ‘ପ୍ରୟାଗରାଜ ନୁହେଁ, ରାଞ୍ଚି ଯାଇଥାନ୍ତେ ଭଲ ହୋଇଥାନ୍ତା’

August 8, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଦେଶର ଯୁବପିଢ଼ିଙ୍କ ବେକାରୀ, ନିଯୁକ୍ତି ପରୀକ୍ଷାରେ ଅନିୟମିତତା ଓ କଥିତ ପେପର ଲିକ୍‌କୁ ନେଇ ରାଜନୀତି ତୀବ୍ର ହୋଇଛି। ପ୍ରୟାଗରାଜରେ ‘ଛତ୍ରୋଁ କି ଗୁଞ୍ଜ’ କାର୍ଯ୍ୟକ୍ରମରେ ଯୋଗଦେଇ କଂଗ୍ରେସ ସାଂସଦ ତଥା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଯୁବପିଢ଼ିଙ୍କ ଚାକିରି ସମସ୍ୟାକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଥିବା ବେଳେ, ତାଙ୍କୁ ପାଲଟା ଜବାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ।

ରିଜିଜୁ କହିଛନ୍ତି, ରାହୁଲ ଗାନ୍ଧୀ ପ୍ରୟାଗରାଜ ଯିବା ପରିବର୍ତ୍ତେ ରାଞ୍ଚି ଯାଇ ସେଠାରେ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ସହ କଥା ହୋଇଥାନ୍ତେ। ଝାଡ଼ଖଣ୍ଡରେ JPSC ନିଯୁକ୍ତି ପରୀକ୍ଷାରେ ଅନିୟମିତତା ଅଭିଯୋଗକୁ ନେଇ ଛାତ୍ରମାନଙ୍କ ଆନ୍ଦୋଳନ ଚାଲିଥିବା ପରିପ୍ରେକ୍ଷୀରେ ରିଜିଜୁଙ୍କ ଏହି ଟିପ୍ପଣୀ ରାଜନୈତିକ ଚର୍ଚ୍ଚାକୁ ଆହୁରି ତେଜ କରିଛି।

‘ଛତ୍ରୋଁ କି ଗୁଞ୍ଜ’ କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧୀ ଦେଶର ଯୁବପିଢ଼ି ସାମ୍ନା କରୁଥିବା ସବୁଠାରୁ ବଡ଼ ସମସ୍ୟା ବେକାରୀ ବୋଲି କହିଥିଲେ। ଯୁବକମାନେ ଉଚ୍ଚଶିକ୍ଷା ପାଇଁ ପରିବାରର ଟଙ୍କା ଖର୍ଚ୍ଚ କରି ଡିଗ୍ରୀ ହାସଲ କରୁଛନ୍ତି, କିନ୍ତୁ ଏହାପରେ ଚାକିରିର ନିଶ୍ଚିତତା ନାହିଁ ବୋଲି ସେ ଦାବି କରିଥିଲେ।

ରାହୁଲ ଅଭିଯୋଗ କରିଥିଲେ ଯେ ପ୍ରତିଯୋଗିତାମୂଳକ ପରୀକ୍ଷା, ନିଯୁକ୍ତି ପ୍ରକ୍ରିୟା ଓ କଥିତ ପେପର ଲିକ୍‌ ଭଳି ସମସ୍ୟା ଯୁବପିଢ଼ିଙ୍କ ଭବିଷ୍ୟତକୁ ପ୍ରଭାବିତ କରୁଛି। ଏହାସହ ବିଶ୍ୱବିଦ୍ୟାଳୟ ଓ ପ୍ରଶାସନିକ ବ୍ୟବସ୍ଥାରେ ଆରଏସ୍‌ଏସ୍‌ ସଦସ୍ୟଙ୍କ ନିଯୁକ୍ତି ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଥିଲେ।

ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ଦେଶରେ ପ୍ରାୟ ୪୦ କୋଟି ଯୁବକ ଅଛନ୍ତି। ସେମାନେ ଦେଶର ବଡ଼ ଶକ୍ତି ହୋଇଥିଲେ ମଧ୍ୟ ନିଯୁକ୍ତି ସୁଯୋଗର ଅଭାବ ସେମାନଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ। ତାଙ୍କ ଦାବି ଅନୁସାରେ, ପ୍ରତି ୧୦୦୦ ଯୁବକଙ୍କ ମଧ୍ୟରୁ କେବଳ ୧୨ ଜଣ ସ୍ଥାୟୀ ଚାକିରି ପାଉଛନ୍ତି।

ଅନ୍ୟପଟେ ଝାଡ଼ଖଣ୍ଡର ରାଞ୍ଚିରେ JPSC ନିଯୁକ୍ତି ପରୀକ୍ଷାରେ ଅନିୟମିତତା ଅଭିଯୋଗକୁ ନେଇ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଜାରି ରହିଛି। ଜୁଲାଇ ୨୯ରୁ ଆନ୍ଦୋଳନ କରୁଥିବା ଛାତ୍ରମାନେ ୧୪ତମ JPSC ପ୍ରାରମ୍ଭିକ ପରୀକ୍ଷା ସମେତ ବିଭିନ୍ନ ନିଯୁକ୍ତି ପରୀକ୍ଷାରେ ହୋଇଥିବା କଥିତ ଅନିୟମିତତାର ତଦନ୍ତ ଦାବି କରୁଛନ୍ତି।

ଛାତ୍ର ନେତା ରବିନ୍ଦ୍ର ପାସୱାନଙ୍କ ଦାବି ଅନୁସାରେ, ଅଗଷ୍ଟ ୬ ସନ୍ଧ୍ୟାରେ ରାହୁଲ ଗାନ୍ଧୀ ଫୋନ୍‌ ଯୋଗେ ଆନ୍ଦୋଳନକାରୀ ଛାତ୍ରଙ୍କ ସହ କଥା ହୋଇଥିଲେ। ସେମାନଙ୍କ ଦାବିର ତାଲିକା ପଠାଇବାକୁ ରାହୁଲ କହିଥିବା ଏବଂ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ସହ କଥା ହେବାକୁ ପ୍ରତିଶ୍ରୁତି ଦେଇଥିବା ଛାତ୍ର ନେତା ଦାବି କରିଛନ୍ତି।

ଆନ୍ଦୋଳନକାରୀ ଛାତ୍ରମାନେ ୧୪ତମ JPSC ପ୍ରାରମ୍ଭିକ ପରୀକ୍ଷା ସମେତ ଅନ୍ୟ ନିଯୁକ୍ତି ପରୀକ୍ଷାରେ ହୋଇଥିବା ଅନିୟମିତତାର CBI ତଦନ୍ତ ଦାବି କରିଛନ୍ତି। ଏହାସହ ନିଯୁକ୍ତି ପରୀକ୍ଷା ବ୍ୟବସ୍ଥାରେ ସୁଧାର ଏବଂ ମାମଲାରେ CBI ଓ ED ତଦନ୍ତ ଦାବି ମଧ୍ୟ ଉଠାଇଛନ୍ତି।

ଏହି ପରିସ୍ଥିତିରେ ରାହୁଲ ଗାନ୍ଧୀଙ୍କ ପ୍ରୟାଗରାଜ କାର୍ଯ୍ୟକ୍ରମକୁ ନେଇ ରିଜିଜୁଙ୍କ ଟିପ୍ପଣୀ ନୂଆ ରାଜନୈତିକ ବିବାଦର ସୃଷ୍ଟି କରିଛି। ଏକପଟେ ବେକାରୀ ଓ ଯୁବପିଢ଼ିଙ୍କ ଭବିଷ୍ୟତକୁ ନେଇ ବିରୋଧୀ ସରକାରଙ୍କୁ ପ୍ରଶ୍ନ କରୁଥିବା ବେଳେ, ଅନ୍ୟପଟେ ନିଜ ଶାସିତ ରାଜ୍ୟର ଛାତ୍ର ଆନ୍ଦୋଳନ ପ୍ରସଙ୍ଗ ଉଠାଇ କଂଗ୍ରେସକୁ ଘେରିବାକୁ ଚେଷ୍ଟା କରୁଛି ବିଜେପି। ଏବେ ଯୁବପିଢ଼ିଙ୍କ ଚାକିରି ପ୍ରସଙ୍ଗ ଆଗାମୀ ଦିନରେ ରାଜନୈତିକ ମଞ୍ଚରେ କେତେ ବଡ଼ ପ୍ରସଙ୍ଗ ହେବ, ତାହା ଉପରେ ନଜର।

JPSC Kiren Rijiju prayagraj rahul gandhi ranchi
Share. Facebook Twitter LinkedIn Email WhatsApp Copy Link

Related Posts

ପୂଜା ପେଣ୍ଡାଲରେ ଦଳଚକଟା: ୧୭ ଜଣଙ୍କ ମୃତ୍ୟୁ

October 17, 2026

ରଣପୁରରେ ଧୁମ୍‌ଧାମ୍‌ରେ ପାଳିତ ହେଲା ମହାସପ୍ତମୀ

October 17, 2026

ଗିଲଙ୍କ ସ୍ଥାନରେ ଶ୍ରେୟସ ହେବେ ଭାରତର ଏକଦିବସୀୟ ଅଧିନାୟକ: ଇଶାନ ହେଲେ ଉପ-ଅଧିନାୟକ

October 17, 2026

ରାହୁଲ ଗାନ୍ଧୀଙ୍କ ବିରୋଧରେ ମହିଳା ସାମ୍ବାଦିକଙ୍କ ଅଭିଯୋଗ: ତୁରନ୍ତ FIR ଦାବି

October 17, 2026
Latest News

ପୂଜା ପେଣ୍ଡାଲରେ ଦଳଚକଟା: ୧୭ ଜଣଙ୍କ ମୃତ୍ୟୁ

October 17, 2026

ରଣପୁରରେ ଧୁମ୍‌ଧାମ୍‌ରେ ପାଳିତ ହେଲା ମହାସପ୍ତମୀ

October 17, 2026

ଗିଲଙ୍କ ସ୍ଥାନରେ ଶ୍ରେୟସ ହେବେ ଭାରତର ଏକଦିବସୀୟ ଅଧିନାୟକ: ଇଶାନ ହେଲେ ଉପ-ଅଧିନାୟକ

October 17, 2026

ଓଡ଼ିଶା ଆସିବେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ

October 17, 2026

ରାହୁଲ ଗାନ୍ଧୀଙ୍କ ବିରୋଧରେ ମହିଳା ସାମ୍ବାଦିକଙ୍କ ଅଭିଯୋଗ: ତୁରନ୍ତ FIR ଦାବି

October 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.