Categories
ଜାତୀୟ ଖବର ବିଶେଷ ଖବର

ନଦୀରୁ ମାଛ ଧରିଲେ କେନ୍ଦ୍ର ମନ୍ତ୍ରୀ, ତାପରେ କଣ କଲେ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀଙ୍କ ନଦୀରୁ ମାଛ ଧରା। ଏହି କଥା ଯେ ଶୁଣିବ ସେ ଆଶ୍ଚର୍ଯ୍ୟ ହୋଇଯିବ। କାରଣ, ମନ୍ତ୍ରୀ ଚାହିଁଲେ ଶହଶହ କ୍ବାଣ୍ଟଲ ମାଛ ତାଙ୍କ ଘରେ ଆସି ଅଜାଡି ହୋଇଯିବ, ହେଲେ ସେ ମାଛ ଧରିଲେ କାହିଁକି। ତେବେ ଘଟଣାଟି ସଂପୂର୍ଣ୍ଣ ସତକଥା। ଏହା ହେଉଛି ସବୁବେଳେ କିଛି ଭିନ୍ନ କରି ଚର୍ଚ୍ଚାକୁ ଆସିଥିବା ଯୁବ ଆଇନ ମନ୍ତ୍ରୀ କିରଣ ଋଜୁଜି।

କିରଣ ଅରୁଣାଚଳ ପ୍ରଦେଶ ଗସ୍ତ ସମୟରେ ସେ ସୁବନଶିିରି ନଦୀ ନିକଟରେ ହେବାକୁ ଥିବା ଉନ୍ନୟନ କାର୍ଯ୍ୟ ତଦାରଖ କରୁଥିଲେ। ଏହି ସମୟରେ ସେହି ନଦୀରେ ବନୀଶି ପକାଇ ଜଣ ମାଛ ଧରୁଥିବାର ମନ୍ତ୍ରୀ ଦେଖିଲେ। ତାଙ୍କଠାରୁ ସେହି ବନୀଶି ମାଗି ମନ୍ତ୍ରୀ ନିଜେ ମାଛ ଧରିବାକୁ ଆଗ୍ରହ ପ୍ରକାଶ କଲେ। ସତକୁ ସତ ତାଙ୍କ ବନୀଶିରେ ଏକ ବଡ ମାଛ ପଡିଗଲା।

ମନ୍ତ୍ରୀ ତାହାକୁ ବାହାରକୁ ଆଣି ସମସ୍ତଙ୍କୁ ଦେଖାଇଲେ। ଏହାକୁ ନେଇ ଗେଷ୍ଟ ହାଉସରେ ରାନ୍ଧିବା ପାଇଁ କେତେକ ପ୍ରସ୍ତାବ ଦେଲେ। ହେଲେ ମନ୍ତ୍ରୀ ସେଥିରେ ରାଜି ହେଲେ ନାହିଁ। ମାଛଟିକୁ  ପୁଣି ନଦୀ ଭିତରକୁ ଛାଡି ଦେଲେ।

ଆଇନ ମନ୍ତ୍ରୀ କିରଣ ଋଜୁଜି ବିଭିନ୍ନ ସମୟରେ ଏପରି ଭିନ୍ନ ଭିନ୍ନ କାର୍ଯ୍ୟ କରି ଚର୍ଚ୍ଚାକୁ ଆସିଥାନ୍ତି। କେତେବେଳେ ଆଦିବାସୀଙ୍କ ସହିତ ନୃତ୍ୟ କରିବା ହେଉ, କେତେବେଳେ ଖେଳାଳୀଙ୍କ ସହିତ ଖେଳିବା ହେଉ। ଏହିପରି ଭିନ୍ନ ଭିନ୍ନ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା ମଧ୍ୟ କରାଯାଇଛି। ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ତାଙ୍କର ନୃତ୍ୟକୁ ପ୍ରଶଂସା କରିଥିଲେ।

Categories
ଆଜିର ଖବର ଖେଳ ଜାତୀୟ ଖବର

ଅର୍ଜୁନ ପୁରସ୍କାରରୁ ବଞ୍ଚିତ ହେବାରୁ ଟୁଇଟ ଯୋଗେ ପ୍ରଧାନମନ୍ତ୍ରୀଙ୍କୁ ଅସନ୍ତୋଷ ପ୍ରକାଶ କଲେ ସାକ୍ଷୀ ମଲିକ୍

ନୂଆଦିଲ୍ଲୀ: ଚଳିତ ବର୍ଷ ଅର୍ଜୁନ ପୁରସ୍କାରରୁ ବଞ୍ଚିତ ହୋଇଥିବାରୁ ଅଲିମ୍ପିକ୍ ବ୍ରୋଞ୍ଜ ପଦକ ବିଜେତା ସାକ୍ଷୀ ମଲିକ୍ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କ୍ରୀଡା ମନ୍ତ୍ରୀ କିରେନ୍ ରିଜିଜୁଙ୍କୁ ଟୁଇଟ ମାଧ୍ୟମରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।

ସେ ଟୁଇଟ୍‌ରେ ଲେଖିଛନ୍ତି ଯେ “ରାଜୀବ ଗାନ୍ଧୀ ଖେଳ ରତ୍ନ ପାଇଁ ମନୋନୀତ ହୋଇଥିବାରୁ ମୁଁ ଗର୍ବିତ। ପ୍ରତ୍ୟେକ କ୍ରୀଡ଼ାବିତ୍ ସମସ୍ତ ପୁରସ୍କାର ଜିତିବାର ସ୍ୱପ୍ନ ଦେଖନ୍ତି। ଜଣେ କ୍ରୀଡ଼ାବିତ୍ ତାଙ୍କ ଜୀବନକୁ ବାଜି ଲଗାଇ ଖେଳ ପ୍ରଦର୍ଶନ କରିଥାଏ। ମୁଁ ଅର୍ଜୁନ ପୁରସ୍କାର ପାଇବା ପାଇଁ ମଧ୍ୟ ସ୍ଵପ୍ନ ଦେଖୁଛି।”

ସେହିପରି ରେସଲର ସାକ୍ଷୀ ମୋଦୀ ଏବଂ ରିଜିଜୁଙ୍କୁ ସ୍କ୍ରିନସଟ ଟ୍ୟାଗ କରି ଏକ ବାର୍ତ୍ତାରେ ଲେଖିଛନ୍ତି ଯେ, “ଅର୍ଜୁନ ପୁରସ୍କାରରେ ସମ୍ମାନିତ ହେବା ପାଇଁ ମୁଁ ଅନ୍ୟ କେଉଁ ପଦକ ପାଇବା ଉଚିତ୍? କିମ୍ବା ଏହି କୁସ୍ତି ଜୀବନରେ ମୁଁ ଏହି ପୁରସ୍କାର ଜିତିବାର କୌଣସି ଭାଗ୍ୟ ପାଇବି ନାହିଁ?”

ଜଷ୍ଟିସ୍ (ଅବସରପ୍ରାପ୍ତ) ମୁକୁନ୍ଦକମ୍ ଶର୍ମାଙ୍କ ନେତୃତ୍ୱାଧୀନ ଚୟନ କମିଟି କ୍ରୀଡ଼ା ମନ୍ତ୍ରଣାଳୟକୁ ଅର୍ଜୁନ ପୁରସ୍କାର ପାଇଁ ୨୯ ନାମ ସୁପାରିଶ କରିଥିଲା। ଏହି ତାଲିକାରେ ସାକ୍ଷୀ ଏବଂ ୨୦୧୭ ଭାରୋତ୍ତୋଳନ ବିଶ୍ୱ ଚାମ୍ପିଅନ୍ ମିରବାଇ ଚାନୁ ମଧ୍ୟ ସାମିଲ ହୋଇଥିଲେ। କିନ୍ତୁ ଉଭୟଙ୍କୁ ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର ପାଇଁ କ୍ରିଡା ମନ୍ତ୍ରାଳୟ ମନୋନୀତ କରିଥିବାରୁ ଅର୍ଜୁନ ପୁରସ୍କାର ତାଲିକାରୁ ତାଙ୍କ ନାମକୁ ବାଦ ଦିଆଯାଇଛି। (ଏଜେନ୍ସି)

Categories
ଆଜିର ଖବର ଖେଳ

ଖୋଲା ଷ୍ଟାଡିୟମ୍‌ରେ ମ୍ୟାଚ୍‌କୁ ବିସିସିଆଇର ସବୁଜ ସଙ୍କେତ : ଆଇପିଏଲ୍‌କୁ ନେଇ ଉତ୍ସାହୀ କ୍ରୀଡାପ୍ରେମୀ

ନୂଆଦିଲ୍ଲୀ : ଖୋଲା ଷ୍ଟାଡିୟମ୍‌ରେ ମ୍ୟାଚ୍‌ ଖେଳିବା ପାଇଁ ସରକାରଙ୍କ ପ୍ରସ୍ତାବକୁ ବିସିସିଆଇ ପକ୍ଷରୁ ସବୁଜ ସଙ୍କେତ ପ୍ରଦାନ କରାଯାଇଛି । ବିସିସିଆଇ ପକ୍ଷରୁ ଏହି ଘୋଷଣା କରାଯିବା ପରେ ଆଇପିଏଲ୍‌କୁ ନେଇ କ୍ରୀଡାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି । ଏହା ସହିତ ଚଳିତ ବର୍ଷ ଆଇପିଏଲ୍‌ ଖେଳ ହେବା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି । ଆସନ୍ତା ସେପ୍ଟେମ୍ବର 25ରୁ ନଭେମ୍ବର 1 ମଧ୍ୟରେ ଆଇପିଏଲ୍‌ ଆୟୋଜନ ହେବା ନେଇ ବିସିସିଆଇର ଜନୈକ ଅଧିକାରୀ ନାମ ଗୋପନ ରଖି ପ୍ରକାଶ କରିଛନ୍ତି ।

କ୍ରିକେଟ୍‌ ମ୍ୟାଚ୍‌ର ସର୍ବାଧିକ ଅର୍ଥ ପ୍ରସାରଣ ରାଇଟ୍‌ସରୁ ମିଳିଥାଏ । ଷ୍ଟାଡିୟମ୍‌ ଟିକେଟ୍‌ ବିକ୍ରି ଅର୍ଥକୁ ନେଇ ବିସିସିଆଇ ଚିନ୍ତିତ ନୁହେଁ । ତେବେ ଦର୍ଶକଙ୍କ ସୁରକ୍ଷା ସବୁଠୁ ଅଧିକ ଗୁରୁତ୍ବପୂର୍ଣ୍ଣ । ବର୍ତ୍ତମାନ ମହାମାରୀ ସମୟରେ ବିସିସିଆଇ କ୍ରିକେଟ ସମ୍ପର୍କରେ ଚିନ୍ତା କରୁନାହିଁ । ଏହି ମହାମାରୀ ପରସ୍ଥିତିରୁ ଦେଶ ବାହାରିବା ପରେ ଆଇପିଏଲ୍‌ ସମ୍ପର୍କରେ ଚିନ୍ତା କରାଯିବ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଗତକାଲି ଆଇସିସି ପକ୍ଷରୁ ରିଲିଜ୍‌ କରାଯାଇଥିବା ଗାଇଡ୍‌ ଲାଇନ୍‌ରେ ଦେଶର ସରକାରଙ୍କ ଅନୁମତିକୁ ପ୍ରାଧାନ୍ୟ ଦିଆଯାଇଥିଲା ।  (ଏଜେନ୍ସି)

Categories
ଫଟୋ ଖବର

ଦିଲ୍ଲୀ କ୍ୟାଣ୍ଟନ୍‌ମେଣ୍ଟଠାରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରନ୍‌ ରିଜୁ କ୍ରିକେଟ୍‌ ଷ୍ଟାଡିୟମ୍‌ର ଉଦ୍‌ଘାଟନ ଅବସରରେ

NEW DELHI, DEC 4 (UNI):- Minister of State for Youth Affairs and Sports and Minority Affairs, Kiren Rijiju inaugurates the Cricket Stadium, at KendriyaVidyalaya No. 1, Delhi Cantt., New Delhi on Wednesday.UNI PHOTO-90U