Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅର୍ଜୁନ ପୁରସ୍କାରରୁ ବଞ୍ଚିତ ହେବାରୁ ଟୁଇଟ ଯୋଗେ ପ୍ରଧାନମନ୍ତ୍ରୀଙ୍କୁ ଅସନ୍ତୋଷ ପ୍ରକାଶ କଲେ ସାକ୍ଷୀ ମଲିକ୍
ଆଜିର ଖବର

ଅର୍ଜୁନ ପୁରସ୍କାରରୁ ବଞ୍ଚିତ ହେବାରୁ ଟୁଇଟ ଯୋଗେ ପ୍ରଧାନମନ୍ତ୍ରୀଙ୍କୁ ଅସନ୍ତୋଷ ପ୍ରକାଶ କଲେ ସାକ୍ଷୀ ମଲିକ୍

August 23, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଚଳିତ ବର୍ଷ ଅର୍ଜୁନ ପୁରସ୍କାରରୁ ବଞ୍ଚିତ ହୋଇଥିବାରୁ ଅଲିମ୍ପିକ୍ ବ୍ରୋଞ୍ଜ ପଦକ ବିଜେତା ସାକ୍ଷୀ ମଲିକ୍ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କ୍ରୀଡା ମନ୍ତ୍ରୀ କିରେନ୍ ରିଜିଜୁଙ୍କୁ ଟୁଇଟ ମାଧ୍ୟମରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।

ସେ ଟୁଇଟ୍‌ରେ ଲେଖିଛନ୍ତି ଯେ “ରାଜୀବ ଗାନ୍ଧୀ ଖେଳ ରତ୍ନ ପାଇଁ ମନୋନୀତ ହୋଇଥିବାରୁ ମୁଁ ଗର୍ବିତ। ପ୍ରତ୍ୟେକ କ୍ରୀଡ଼ାବିତ୍ ସମସ୍ତ ପୁରସ୍କାର ଜିତିବାର ସ୍ୱପ୍ନ ଦେଖନ୍ତି। ଜଣେ କ୍ରୀଡ଼ାବିତ୍ ତାଙ୍କ ଜୀବନକୁ ବାଜି ଲଗାଇ ଖେଳ ପ୍ରଦର୍ଶନ କରିଥାଏ। ମୁଁ ଅର୍ଜୁନ ପୁରସ୍କାର ପାଇବା ପାଇଁ ମଧ୍ୟ ସ୍ଵପ୍ନ ଦେଖୁଛି।”

ସେହିପରି ରେସଲର ସାକ୍ଷୀ ମୋଦୀ ଏବଂ ରିଜିଜୁଙ୍କୁ ସ୍କ୍ରିନସଟ ଟ୍ୟାଗ କରି ଏକ ବାର୍ତ୍ତାରେ ଲେଖିଛନ୍ତି ଯେ, “ଅର୍ଜୁନ ପୁରସ୍କାରରେ ସମ୍ମାନିତ ହେବା ପାଇଁ ମୁଁ ଅନ୍ୟ କେଉଁ ପଦକ ପାଇବା ଉଚିତ୍? କିମ୍ବା ଏହି କୁସ୍ତି ଜୀବନରେ ମୁଁ ଏହି ପୁରସ୍କାର ଜିତିବାର କୌଣସି ଭାଗ୍ୟ ପାଇବି ନାହିଁ?”

ଜଷ୍ଟିସ୍ (ଅବସରପ୍ରାପ୍ତ) ମୁକୁନ୍ଦକମ୍ ଶର୍ମାଙ୍କ ନେତୃତ୍ୱାଧୀନ ଚୟନ କମିଟି କ୍ରୀଡ଼ା ମନ୍ତ୍ରଣାଳୟକୁ ଅର୍ଜୁନ ପୁରସ୍କାର ପାଇଁ ୨୯ ନାମ ସୁପାରିଶ କରିଥିଲା। ଏହି ତାଲିକାରେ ସାକ୍ଷୀ ଏବଂ ୨୦୧୭ ଭାରୋତ୍ତୋଳନ ବିଶ୍ୱ ଚାମ୍ପିଅନ୍ ମିରବାଇ ଚାନୁ ମଧ୍ୟ ସାମିଲ ହୋଇଥିଲେ। କିନ୍ତୁ ଉଭୟଙ୍କୁ ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର ପାଇଁ କ୍ରିଡା ମନ୍ତ୍ରାଳୟ ମନୋନୀତ କରିଥିବାରୁ ଅର୍ଜୁନ ପୁରସ୍କାର ତାଲିକାରୁ ତାଙ୍କ ନାମକୁ ବାଦ ଦିଆଯାଇଛି। (ଏଜେନ୍ସି)

bronze medal winner Kiren Rijiju olympic sakshi malik
Share. Facebook Twitter LinkedIn Email WhatsApp Copy Link

Related Posts

ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଭୟଙ୍କର ଉତ୍ତେଜନା, ବିସିଜେଡି ଓ ଏବିଭିପି ଛାତ୍ରଗୋଷ୍ଠୀ ମୁହାଁମୁହିଁ

October 14, 2026

ନବୀନଙ୍କୁ ବିଜେପିର ପାଲଟା ଜବାବ: ଚବିଶ ବର୍ଷର ଶାସନରେ ଓଡ଼ିଶାର ଅର୍ଥନୀତି ତଳକୁ ଖସିଥିଲା

October 14, 2026

ଏୟାର ଇଣ୍ଡିଆ ବିମାନରେ ବୋମା ଆତଙ୍କ, ଜୟପୁରରେ ଜରୁରୀ ଅବତରଣ

October 14, 2026

ପାଲଘରରେ ଭୟାବହ ଅଗ୍ନିକାଣ୍ଡ: ଦୁଇ ମହିଳା ମୃତ, ୬ ଗୁରୁତର

October 14, 2026
Latest News

ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଭୟଙ୍କର ଉତ୍ତେଜନା, ବିସିଜେଡି ଓ ଏବିଭିପି ଛାତ୍ରଗୋଷ୍ଠୀ ମୁହାଁମୁହିଁ

October 14, 2026

ନବୀନଙ୍କୁ ବିଜେପିର ପାଲଟା ଜବାବ: ଚବିଶ ବର୍ଷର ଶାସନରେ ଓଡ଼ିଶାର ଅର୍ଥନୀତି ତଳକୁ ଖସିଥିଲା

October 14, 2026

ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ବିରଳ ଯୋଡାମୁଣ୍ଡ ଶିଶୁ ଜନ୍ମ

October 14, 2026

ଏୟାର ଇଣ୍ଡିଆ ବିମାନରେ ବୋମା ଆତଙ୍କ, ଜୟପୁରରେ ଜରୁରୀ ଅବତରଣ

October 14, 2026

ପାଲଘରରେ ଭୟାବହ ଅଗ୍ନିକାଣ୍ଡ: ଦୁଇ ମହିଳା ମୃତ, ୬ ଗୁରୁତର

October 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.