ନଦୀରୁ ମାଛ ଧରିଲେ କେନ୍ଦ୍ର ମନ୍ତ୍ରୀ, ତାପରେ କଣ କଲେ ଜାଣିଲେ ହେବେ ଆଶ୍ଚର୍ଯ୍ୟ

Published: Nov 13, 2021, 6:35 am IST

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀଙ୍କ ନଦୀରୁ ମାଛ ଧରା। ଏହି କଥା ଯେ ଶୁଣିବ ସେ ଆଶ୍ଚର୍ଯ୍ୟ ହୋଇଯିବ। କାରଣ, ମନ୍ତ୍ରୀ ଚାହିଁଲେ ଶହଶହ କ୍ବାଣ୍ଟଲ ମାଛ ତାଙ୍କ ଘରେ ଆସି ଅଜାଡି ହୋଇଯିବ, ହେଲେ ସେ ମାଛ ଧରିଲେ କାହିଁକି। ତେବେ ଘଟଣାଟି ସଂପୂର୍ଣ୍ଣ ସତକଥା। ଏହା ହେଉଛି ସବୁବେଳେ କିଛି ଭିନ୍ନ କରି ଚର୍ଚ୍ଚାକୁ ଆସିଥିବା ଯୁବ ଆଇନ ମନ୍ତ୍ରୀ କିରଣ ଋଜୁଜି।

କିରଣ ଅରୁଣାଚଳ ପ୍ରଦେଶ ଗସ୍ତ ସମୟରେ ସେ ସୁବନଶିିରି ନଦୀ ନିକଟରେ ହେବାକୁ ଥିବା ଉନ୍ନୟନ କାର୍ଯ୍ୟ ତଦାରଖ କରୁଥିଲେ। ଏହି ସମୟରେ ସେହି ନଦୀରେ ବନୀଶି ପକାଇ ଜଣ ମାଛ ଧରୁଥିବାର ମନ୍ତ୍ରୀ ଦେଖିଲେ। ତାଙ୍କଠାରୁ ସେହି ବନୀଶି ମାଗି ମନ୍ତ୍ରୀ ନିଜେ ମାଛ ଧରିବାକୁ ଆଗ୍ରହ ପ୍ରକାଶ କଲେ। ସତକୁ ସତ ତାଙ୍କ ବନୀଶିରେ ଏକ ବଡ ମାଛ ପଡିଗଲା।

ମନ୍ତ୍ରୀ ତାହାକୁ ବାହାରକୁ ଆଣି ସମସ୍ତଙ୍କୁ ଦେଖାଇଲେ। ଏହାକୁ ନେଇ ଗେଷ୍ଟ ହାଉସରେ ରାନ୍ଧିବା ପାଇଁ କେତେକ ପ୍ରସ୍ତାବ ଦେଲେ। ହେଲେ ମନ୍ତ୍ରୀ ସେଥିରେ ରାଜି ହେଲେ ନାହିଁ। ମାଛଟିକୁ  ପୁଣି ନଦୀ ଭିତରକୁ ଛାଡି ଦେଲେ।

ଆଇନ ମନ୍ତ୍ରୀ କିରଣ ଋଜୁଜି ବିଭିନ୍ନ ସମୟରେ ଏପରି ଭିନ୍ନ ଭିନ୍ନ କାର୍ଯ୍ୟ କରି ଚର୍ଚ୍ଚାକୁ ଆସିଥାନ୍ତି। କେତେବେଳେ ଆଦିବାସୀଙ୍କ ସହିତ ନୃତ୍ୟ କରିବା ହେଉ, କେତେବେଳେ ଖେଳାଳୀଙ୍କ ସହିତ ଖେଳିବା ହେଉ। ଏହିପରି ଭିନ୍ନ ଭିନ୍ନ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା ମଧ୍ୟ କରାଯାଇଛି। ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ତାଙ୍କର ନୃତ୍ୟକୁ ପ୍ରଶଂସା କରିଥିଲେ।

Related posts