ଭୁବନେଶ୍ଵର: ଉତ୍ତରପ୍ରଦେଶ ନୋଏଡ଼ା ସ୍ଥିତ ହାୟର କମ୍ପାନୀ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦିଲ୍ଲୀ ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ଏହି କମ୍ପାନୀର ଉତ୍ପାଦନ ସୁବିଧା କେନ୍ଦ୍ର ବୁଲି ଦେଖିବା ସହ ଏହାର କର୍ମଚାରୀ ଏବଂ ଟେକ୍ନିସିଆନମାନଙ୍କ ସହ କଥା ହୋଇଛନ୍ତି। ଉତ୍ପାଦନ ପ୍ରକ୍ରିୟା ଏବଂ ବିଭିନ୍ନ ବ୍ୟବସ୍ଥା ବିଷୟରେ ମୁଖ୍ୟମନ୍ତ୍ରୀ ପଚାରି ବୁଝିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ରାଜ୍ୟରେ ଶିଳ୍ପ ଅଭିବୃଦ୍ଧି ଏବଂ ନିବେଶ ସୁଯୋଗ ସୃଷ୍ଟି କରିବା ଦିଗରେ ସହାୟକ ହେବ। ଏହି ଅବସରରେ ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଉପସ୍ଥିତ ଥିଲେ।


