Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖରିଫ ମାର୍କେଟିଂ ଋତୁ ପାଇଁ ଧାନ ସଂଗ୍ରହ ଓ ଚାଷୀ ପଞ୍ଜିକରଣ ନେଇ ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ବୈଠକ
ଆଜିର ଖବର

ଖରିଫ ମାର୍କେଟିଂ ଋତୁ ପାଇଁ ଧାନ ସଂଗ୍ରହ ଓ ଚାଷୀ ପଞ୍ଜିକରଣ ନେଇ ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ବୈଠକ

August 11, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
K.V. Singh Deo Reviews Paddy Procurement Process
K.V. Singh Deo Reviews Paddy Procurement Process

ଭୁବନେଶ୍ୱର: ଆଗାମୀ ଖରିଫ ଧାନ ସଂଗ୍ରହ ଋତୁ ୨୦୨୬-୨୭ ପାଇଁ ଚାଷୀ ପଞ୍ଜିକରଣ ପ୍ରକ୍ରିୟାକୁ ସୁଗମ ଓ ସ୍ୱଚ୍ଛ କରିବା ଉଦ୍ଦେଶ୍ୟରେ ଆନ୍ତଃ-ମନ୍ତ୍ରୀସ୍ତରୀୟ କମିଟି (Inter-Ministerial Committee) ବୈଠକ ଅନୁଷ୍ଠିତ ହୋଇଯାଇଛି। ଉପ-ମୁଖ୍ୟମନ୍ତ୍ରୀଙ୍କ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବି ନାରାୟଣ ନାଏକ ଏବଂ ସମବାୟ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ ଉପସ୍ଥିତ ଥିଲେ। ଏହା ସହିତ ସମବାୟ, କୃଷି, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଓ ଅର୍ଥ ବିଭାଗର ସଚିବ ଏବଂ ରାଜ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ ବୈଠକରେ ଆଲୋଚନାରେ ଭାଗ ନେଇଥିଲେ।

ବୈଠକର ମୁଖ୍ୟ ନିଷ୍ପତ୍ତି ଓ ଆଲୋଚନା ଅନୁଯାୟୀ ବର୍ତ୍ତମାନ ଚାଷୀଙ୍କ ପାଇଁ ଆଗ୍ରିଷ୍ଟାକ ପଞ୍ଜିକରଣ ବାଧ୍ୟତାମୂଳକ ନୁହେଁ। ଏଥିପାଇଁ କୌଣସି ବି ଚାଷୀ ନିଜର ଧାନ ବିକ୍ରି କରିବାରୁ ବଞ୍ଚିତ ହେବେ ନାହିଁ। ଆସନ୍ତା ଅକ୍ଟୋବର ମାସ ପର୍ଯ୍ୟନ୍ତ ପଞ୍ଜିକରଣ ଅବଧି ଜାରି ରହିଛି।ଆଗ୍ରିଷ୍ଟାକ ଏକ ସମ୍ୱନ୍ୱିତ କୃଷକ ପ୍ଲାଟଫର୍ମ ଯେଉଁଥିରେ ଚାଷୀଙ୍କ ସମସ୍ତ ତଥ୍ୟ ଏକୀକୃତ ହୋଇ ରହିବ। ଏଥିରେ ଚାଷୀ ନିଜକୁ ପଞ୍ଜିକୃତ କରିବା ଦ୍ୱାରା ନିଜର ଏକ ଅନନ୍ୟ ଫାର୍ମର ଆଇଡି ପାଇବେ। ସରକାରଙ୍କ ତରଫରୁ ଚାଷୀଙ୍କୁ ଯୋଗାଇ ଦିଆଯାଉଥିବା ସମସ୍ତ ସୁବିଧାର ଲାଭ ସୁଗମ ରୂପେ ପାଇପାରିବେ। ବର୍ତ୍ତମାନ ସୁଦ୍ଧା ପ୍ରାୟ ୬ ଲକ୍ଷ ଚାଷୀ ଏହି ଅଧୀନରେ ନିଜକୁ ପଞ୍ଜିକୃତ କରାଇ ସାରିଛନ୍ତି।

ସେହିପରି ଭାଗଚାଷୀଙ୍କ ପାଇଁ ଏକ ସ୍ୱତନ୍ତ୍ର ମାର୍ଗଦର୍ଶିକା ପ୍ରସ୍ତୁତି ଚାଲିଛି। ସମ୍ଭାବ୍ୟ ସମସ୍ୟା ଓ ଏହାର ନିଖୁଣ ସମାଧାନ କରିବା ପାଇଁ ସରକାର ଚେଷ୍ଟାରତ ଅଛନ୍ତି।

ରବି ଋତୁ୨୦୨୫-୨୬ର ସମୀକ୍ଷା ଅନୁଯାୟୀ ଗତ ରବି ଋତୁରେ ମୋଟ ୩,୬୩,୫୫୩ ଜଣ ଚାଷୀଙ୍କଠାରୁ ୨୦,୪୬,୧୮୫ ମେଟ୍ରିକ ଟନ ଧାନ ସଂଗ୍ରହ କରାଯାଇଛି। ପୂର୍ବ ବର୍ଷ (୨୦୨୪-୨୫)ରେ ୧୯,୧୮,୫୨୮ ମେଟ୍ରିକ ଟନ ଧାନ ସଂଗ୍ରହ ହୋଇଥିବା ବେଳେ ଏଥର ସଂଗ୍ରହ ପରିମାଣରେ ବୃଦ୍ଧି ଘଟିଛି। ରବି ଋତୁରେ ଆଜି ସୁଦ୍ଧା ୩ ଲକ୍ଷ ୬୩ ହଜାର ୧୪୯ ଚାଷୀଙ୍କୁ ୪ ହଜାର ୮୪୪ କୋଟି ଟଙ୍କା ଏମଏସପି ଓ ଇନପୁଟ ସହାୟତା ବାବଦରେ ପ୍ରଦାନ କରାଯାଇଛି।

କମିଟି ପକ୍ଷରୁ କୁହାଯାଇଛି ଯେ ଅନ୍ତତଃ ୫୦% ଚାଷୀଙ୍କୁ ପଞ୍ଜୀକୃତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ କୃଷି ଓ କୃଷକ ସଶକ୍ତିକରଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଓ ସମବାୟ ବିଭାଗ ମିଳିତ ଭାବେ କାର୍ଯ୍ୟାଳୟ ସ୍ତରରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବେ। ରାଜସ୍ବ ବିଭାଗ ଏଥିନିମନ୍ତେ ଆବଶ୍ୟକୀୟ ସହାୟତା ପ୍ରଦାନ କରିବ। ପଞ୍ଜିକରଣ ନିକଟସ୍ଥ ପାକ୍ସ କେନ୍ଦ୍ର, କମନ ସର୍ଭିସ ସେଣ୍ଟର ଓ ସହାୟକ ମୋଡ଼ରେ କରାଯାଉଛି।

ଆଜି ସୁଦ୍ଧା ଖରିଫ ୨୬-୨୭ ପାଇଁ ୯୪,୬୫୭ ଜଣ ଚାଷୀ ଧାନ ବିକ୍ରୟ ପାଇଁ ପଞ୍ଜିକରଣ କରିସାରିଛନ୍ତି। ଏଥିରେ ସର୍ବାଧିକ ପଞ୍ଜିକରଣ ବାଲେଶ୍ୱର ଜିଲ୍ଲାର ହୋଇଛି। ପଞ୍ଜିକରଣ ଓ ଧାନ ବିକ୍ରି ନେଇ ଚାଲୁଥିବା ଭୁଲ ତଥ୍ୟକୁ ରୋକିବା ପାଇଁ ପ୍ରତ୍ୟେକ ସବ-ଡିଭିଜନ ଏବଂ ଗ୍ରାମ ପଞ୍ଚାୟତ ସ୍ତରରେ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଏଥିପାଇଁ ଭିଏଡବ୍ଲୁ ମାନେ ଚାଷୀମାନଙ୍କୁ ଆବେଦନ ପାଇଁ ସହଯୋଗ କରିବେ। ଆବେଦନ ପରେ ସମ୍ପୃକ୍ତ ଚାଷୀଙ୍କୁ ପଞ୍ଜିକରଣ ରସିଦ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ଦୁଇପ୍ରକାର ଚାଷୀ ପଞ୍ଜିକରଣ ପ୍ରାପ୍ତି ପତ୍ର ପ୍ରଦାନ କରାଯାଉଛି। ଆଗ୍ରିଷ୍ଟାକ ପଞ୍ଜିକୃତ ଚାଷୀ ପଞ୍ଜିକରଣ ପ୍ରାପ୍ତି ପତ୍ର ଓ ବିନା ଆଗ୍ରିଷ୍ଟାକ ପଞ୍ଜିକୃତ ପ୍ରାପ୍ତି ପତ୍ର। ଉଭୟ ପଞ୍ଜିକରଣ ପ୍ରାପ୍ତି ପତ୍ର ବୈଧ ଅଟେ।

ରାଜ୍ୟର କୌଣସି ବି ଚାଷୀ ଯେପରି ଧାନ ବିକ୍ରିରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ସରକାର ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ ଅଛନ୍ତି।

K.V Singh Deo ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ଖରିଫ ମାର୍କେଟିଂ ଋତୁ ଚାଷୀ ପଞ୍ଜିକରଣ ଧାନ ସଂଗ୍ରହ
Share. Facebook Twitter LinkedIn Email WhatsApp Copy Link

Related Posts

ଲୋକସଭାରେ ସମ୍ବଲପୁରୀ ହସ୍ତତନ୍ତ ଓ ଅନନ୍ୟ ଐତିହ୍ୟ ପ୍ରସଙ୍ଗ ଉଠାଇଲେ ବରଗଡ଼ ସାଂସଦ

August 11, 2026

ଓଡିଶା ରାଜ୍ୟ ପଣ୍ୟାଗାର ନିଗମ ପକ୍ଷରୁ ସରକାରଙ୍କୁ ଲାଭାଂଶ ଅର୍ଥ ପ୍ରଦାନ

August 11, 2026

ଜାତୀୟ ଜଳକ୍ରୀଡ଼ା ଚାମ୍ପିୟନସିପ୍‌ରେ ଓଡ଼ିଶା ପୋଲିସର ସଫଳତା : ୨ଟି ସ୍ୱର୍ଣ୍ଣ ସହ ୮ଟି ପଦକ ହାସଲ

August 11, 2026

ଆଜି ଅଗଷ୍ଟ ୧୧ ତାରିଖ ମଙ୍ଗଳବାରରେ ସାତୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

August 11, 2026
Latest News

ଖରିଫ ମାର୍କେଟିଂ ଋତୁ ପାଇଁ ଧାନ ସଂଗ୍ରହ ଓ ଚାଷୀ ପଞ୍ଜିକରଣ ନେଇ ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ବୈଠକ

August 11, 2026

୧୧ ନୂଆ ଅନ୍ତର୍ଜାତୀୟ ବନ୍ଦର ପାଇଁ ଅଧିସୂଚନା ଜାରି

August 11, 2026

ଲୋକସଭାରେ ସମ୍ବଲପୁରୀ ହସ୍ତତନ୍ତ ଓ ଅନନ୍ୟ ଐତିହ୍ୟ ପ୍ରସଙ୍ଗ ଉଠାଇଲେ ବରଗଡ଼ ସାଂସଦ

August 11, 2026

ପ୍ରଥମ ଥର ପାଇଁ ଐତିହାସିକ ଲାଲକିଲ୍ଲାର ପ୍ରାଚୀରରୁ ଗାନ କରାଯିବ ‘ବନ୍ଦେ ମାତରମ୍’

August 11, 2026

ଓଡିଶା ରାଜ୍ୟ ପଣ୍ୟାଗାର ନିଗମ ପକ୍ଷରୁ ସରକାରଙ୍କୁ ଲାଭାଂଶ ଅର୍ଥ ପ୍ରଦାନ

August 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.