ଭୁବନେଶ୍ୱର: ନିଶା କାରବାର, ଆତଙ୍କବାଦ ଓ ସଡ଼କ ଦୁର୍ଘଟଣା ରୋକିବାକୁ ଓଡ଼ିଶା ପୁଲିସରେ ଖୁବ୍ଶୀଘ୍ର ୩ଟି ନୂଆ ବିଭାଗ ଗଠନ ହେବ। ଏନେଇ ପୁଲିସ ଡିଜି ୱାଇ.ବି. ଖୁରାନିଆ ସୂଚନା ଦେଇଛନ୍ତି।
ନୂଆ ବିଭାଗଗୁଡ଼ିକ ହେଲା ଆଣ୍ଟି ନାରକୋଟିକ୍ସ ଟାସ୍କ ଫୋର୍ସ (ANTS), ଆଣ୍ଟି ଟେରରିଷ୍ଟ ସ୍କ୍ୱାଡ୍ (ATS) ଓ ରୋଡ୍ ସେଫ୍ଟି ୱିଙ୍ଗ୍। ନିଶା କାରବାର ରୋକିବାକୁ ୧୦ଟି ସ୍ୱତନ୍ତ୍ର ଥାନା ଓ ୧୯ଟି ଇଣ୍ଟେଲିଜେନ୍ସ ୟୁନିଟ୍ ଗଠନ ପ୍ରସ୍ତାବ ରହିଛି।
ଆତଙ୍କବାଦ ମୁକାବିଲା ପାଇଁ ATS ଗଠନକୁ ସରକାରୀ ଅନୁମୋଦନ ଅପେକ୍ଷାରେ ଥିବା ବେଳେ କମାଣ୍ଡୋଙ୍କୁ ତାଲିମ ଓ ଆଧୁନିକ ଅସ୍ତ୍ରଶସ୍ତ୍ର ଯୋଗାଣ ପ୍ରସ୍ତୁତି ଚାଲିଛି।
ସେହିପରି, ସଡ଼କ ଦୁର୍ଘଟଣା ଓ ମୃତ୍ୟୁହାର କମାଇବାକୁ ଏଡିଜି ପାହ୍ୟାର ଅଧିକାରୀଙ୍କ ନେତୃତ୍ୱରେ ରୋଡ୍ ସେଫ୍ଟି ୱିଙ୍ଗ୍ କାର୍ଯ୍ୟ କରିବ। ଏଥିପାଇଁ ୨,୦୦୦ ପଦବି ରହିବ।


