ଶ୍ରୀନଗର: ଲେହ-ଲଦାଖରେ ଗୁରୁବାର ସକାଳୁ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି ଅନୁଯାୟୀ, ସକାଳ ୬ଟା ୫ ମିନିଟରେ ଲେହରେ ୫.୫ ତୀବ୍ରତାର ଭୂମିକମ୍ପ ହୋଇଥିଲା। ଭୂମିକମ୍ପ ଝଟକାରେ ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ପଳାଇ ଆସିଥିଲେ।
ତେବେ ଏପର୍ଯ୍ୟନ୍ତ ଭୂମିକମ୍ପରେ କୌଣସି ଜୀବନହାନୀ କିମ୍ବା ବଡ଼ଧରଣର କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ। ୪.୫ରୁ ଅଧିକ ତୀବ୍ରତାର ଭୂମିକମ୍ପରେ ଗୃହ ଓ କୋଠାବାଡ଼ି କ୍ଷତିଗ୍ରସ୍ତ ହେବାର ଆଶଙ୍କା ଥିବାରୁ ପ୍ରଶାସନ ପରିସ୍ଥିତି ଉପରେ ନଜର ରଖିଛି।


