Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ରଣପୁର ପ୍ରେସ୍ କ୍ଲବରେ ଶାରଦୀୟ ଭେଟଘାଟ ଓ ସମ୍ବର୍ଦ୍ଧନା ଉତ୍ସବ
ଆଞ୍ଚଳିକ

ରଣପୁର ପ୍ରେସ୍ କ୍ଲବରେ ଶାରଦୀୟ ଭେଟଘାଟ ଓ ସମ୍ବର୍ଦ୍ଧନା ଉତ୍ସବ

October 24, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରଣପୁର ପ୍ରେସ୍ କ୍ଲବରେ ଶାରଦୀୟ ଭେଟଘାଟ ଓ ସମ୍ବର୍ଦ୍ଧନା ଉତ୍ସବ
ରଣପୁର ପ୍ରେସ୍ କ୍ଲବରେ ଶାରଦୀୟ ଭେଟଘାଟ ଓ ସମ୍ବର୍ଦ୍ଧନା ଉତ୍ସବ

ରଣପୁର: ସତ୍ୟ, ନିରପେକ୍ଷତା ଓ ଜନସ୍ୱାର୍ଥକୁ ପାଥେୟ କରି ରଣପୁରର ବିକାଶ ଦିଗରେ ସାମ୍ବାଦିକତାର ଭୂମିକାକୁ ଆହୁରି ସୁଦୃଢ଼ କରିବାର ଆହ୍ୱାନ ସହ ରଣପୁର ପ୍ରେସ୍ କ୍ଲବ ପରିସରରେ ଶାରଦୀୟ ଭେଟଘାଟ ଓ ସମ୍ବର୍ଦ୍ଧନା ଉତ୍ସବ ଆନନ୍ଦ ଉଲ୍ଲାସରେ ଅନୁଷ୍ଠିତ ହୋଇଯାଇଛି। ଅକ୍ଟୋବର ୨୩ ତାରିଖ ବିଳମ୍ବିତ ସନ୍ଧ୍ୟାରେ ପ୍ରେସ୍ କ୍ଲବର ନିଜସ୍ୱ ଗୃହରେ ଆୟୋଜିତ ଏହି ଉତ୍ସବରେ ସାମ୍ବାଦିକ, ଅତିଥି ଓ ବୁଦ୍ଧିଜୀବୀଙ୍କ ମଧ୍ୟରେ ଭାଇଚାରା ଓ ସୌହାର୍ଦ୍ଦ୍ୟର ନିଆରା ପରିବେଶ ସୃଷ୍ଟି ହୋଇଥିଲା।

ଏହି ଅବସରରେ ରଣପୁର ପ୍ରେସ୍ କ୍ଲବର କାର୍ଯ୍ୟକାରୀ ସଭାପତି ଆଚାର୍ଯ୍ୟ ବିଶ୍ୱରଞ୍ଜନ ପୁନର୍ବାର ସର୍ବସମ୍ମତିକ୍ରମେ ନୟାଗଡ଼ ଜିଲ୍ଲା ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟର ସଭାପତି ଭାବେ ନିର୍ବାଚିତ ହୋଇଥିବାରୁ ତାଙ୍କୁ ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ତାଙ୍କର ସାଂଗଠନିକ ଦକ୍ଷତା, ଅଭିଜ୍ଞତା ଓ ସାମ୍ବାଦିକଙ୍କ ପ୍ରତି ଆନ୍ତରିକତାକୁ ଉପସ୍ଥିତ ଅତିଥି ଓ ସଦସ୍ୟମାନେ ପ୍ରଶଂସା କରିଥିଲେ।

ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବେ ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷାଙ୍କ ପ୍ରତିନିଧି ସ୍ୱରାଜ ମହାନ୍ତି ଏବଂ ସମ୍ମାନିତ ଅତିଥି ଭାବେ ରଣପୁର ବାର୍ ଆସୋସିଏସନର ଉପସଭାପତି ତଥା ବରିଷ୍ଠ ଆଇନଜୀବୀ ସତ୍ୟରଞ୍ଜନ ମତ୍ତା ଯୋଗଦେଇଥିଲେ। ପ୍ରେସ୍ କ୍ଲବର ସଭାପତି ସୁକାନ୍ତ ପଟ୍ଟନାୟକ, ସମ୍ପାଦକ ବ୍ରଜ ରଣସିଂ, ଉପଦେଷ୍ଟା ରମେଶ ଚନ୍ଦ୍ର ପ୍ରଧାନ, ଉପସଭାପତି ରଘୁନାଥ ନାୟକଙ୍କ ସମେତ ଉମେଶ ରଞ୍ଜନ ସାହୁ, କୃଷ୍ଣଚନ୍ଦ୍ର ଦାଶ, ଚନ୍ଦ୍ରଭାନୁ ପରିଡ଼ା, ସୁଶୀଲ ରଣା ଓ ପ୍ରଭାତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ରଣପୁର ପ୍ରେସ୍ କ୍ଲବର ପ୍ରତିଷ୍ଠାତା ସଦସ୍ୟ ଆଚାର୍ଯ୍ୟ ବିଶ୍ୱରଞ୍ଜନଙ୍କ ବ୍ୟକ୍ତିତ୍ୱ, ବରିଷ୍ଠଙ୍କ ପ୍ରତି ସମ୍ମାନ ଏବଂ କନିଷ୍ଠଙ୍କ ପ୍ରତି ସ୍ନେହ ଓ ଆଦର ତାଙ୍କୁ ଜଣେ ଉତ୍ତମ ସଂଗଠକ ଭାବେ ପରିଚିତ କରାଇଛି ବୋଲି ଅତିଥି ଓ ସଦସ୍ୟମାନେ ନିଜ ନିଜ ଅଭିଭାଷଣରେ ମତ ପ୍ରକାଶ କରିଥିଲେ।

ସାମ୍ବାଦିକତା କେବଳ ଖବର ପରିବେଷଣରେ ସୀମିତ ନୁହେଁ, ବରଂ ଏହା ସମାଜର ଦୁର୍ବଳ ବର୍ଗଙ୍କ ସ୍ୱରକୁ ଶାଣିତ କରିବା, ଅନ୍ୟାୟ ବିରୋଧରେ ଜନମତ ସୃଷ୍ଟି କରିବା ଓ ଅଞ୍ଚଳର ସାମଗ୍ରିକ ବିକାଶକୁ ଦିଗ୍‌ଦର୍ଶନ ଦେବାର ଏକ ଶକ୍ତିଶାଳୀ ମାଧ୍ୟମ ବୋଲି ଏହି ଅବସରରେ ମତ ପ୍ରକାଶ ପାଇଥିଲା। ଆଗାମୀ ଦିନରେ ରଣପୁରର ଜନସମସ୍ୟା, ଉନ୍ନୟନମୂଳକ କାର୍ଯ୍ୟ ଓ ଜନସାଧାରଣଙ୍କ ସ୍ୱାର୍ଥ ସମ୍ବଳିତ ଖବରକୁ ନିର୍ଭୀକ ଓ ନିରପେକ୍ଷ ଭାବେ ପ୍ରକାଶ କରି ଏକ ସୁନ୍ଦର ଓ ସମୃଦ୍ଧ ରଣପୁର ଗଠନରେ ସହଯୋଗ କରିବାକୁ ଉପସ୍ଥିତ ସାମ୍ବାଦିକମାନେ ସଂକଳ୍ପବଦ୍ଧ ହୋଇଥିଲେ।

ଶାରଦୀୟ ଭେଟଘାଟର ଏହି ମିଳନ ଉତ୍ସବ ସାମ୍ବାଦିକମାନଙ୍କ ମଧ୍ୟରେ ଏକତା, ସହଯୋଗ ଓ ସାଂଗଠନିକ ସମ୍ପର୍କକୁ ଆହୁରି ମଜବୁତ କରିବା ସହ ରଣପୁରର ଉନ୍ନତି ପାଇଁ ନୂତନ ଉତ୍ସାହ ଓ ପ୍ରେରଣା ଯୋଗାଇଛି।

ରଣପୁର ପ୍ରେସ୍ କ୍ଲବ ଶାରଦୀୟ ଭେଟଘାଟ ସମ୍ବର୍ଦ୍ଧନା ଉତ୍ସବ
Share. Facebook Twitter LinkedIn Email WhatsApp Copy Link

Related Posts

ଜଙ୍ଗଲରୁ ଯୁବ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର

November 17, 2026

ଚୋରୀ ମାମଲାରେ ୬ ଗିରଫ, ଚୋରି ସାମଗ୍ରୀ ଜବତ

November 17, 2026

ଗୋଦାବରୀଶ ମହାବିଦ୍ୟାଳୟରେ ପୁରୁଣା ବସ୍ତ୍ର ସଂଗ୍ରହ ଅଭିଯାନର ଶୁଭାରମ୍ଭ

November 16, 2026

ନେହେରୁ ସେବା ସଂଘରେ ଭଗବାନ ବିର୍ସାମୁଣ୍ଡାଙ୍କ ଜୟନ୍ତୀ ପାଳିତ

November 16, 2026
Latest News

ଭୁବନେଶ୍ୱର କାଫେରେ ଚାଞ୍ଚଲ୍ୟ: ଜଳିଗଲେ ଯୁବତୀ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

November 17, 2026

ସୁବର୍ଣ୍ଣପୁରରେ ଗୁଳିକାଣ୍ଡ: ରାସ୍ତା ଉପରେ ଯୁବକଙ୍କୁ ୪ ରାଉଣ୍ଡ ଫାୟାରିଂ, ଘଟଣାସ୍ଥଳରେ ମୃତ୍ୟୁ

November 17, 2026

ସପ୍ତାହକୁ ୬ରୁ ୧୧% ରିଟର୍ଣ୍ଣର ଲୋଭ, ହଜାର ହଜାର ନିବେଶକଙ୍କୁ ଚୂନ: ରୋମାନିଆରୁ ଭାରତ ଫେରିଲା ଠକ!

November 17, 2026

ରୁଷିଆରେ ଭୟଙ୍କର ବିମାନ ଦୁର୍ଘଟଣା: ୧୭ ମୃତ

November 17, 2026

କଳିଙ୍ଗ ଷ୍ଟାଡିଅମରେ ଯୁବ ମହୋତ୍ସବ- ଉମଙ୍ଗ

November 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.