ବାଣପୁର: ଦେଶର ପ୍ରତି ନାଗରିକଙ୍କ ମଧ୍ୟରେ ଦେଶ ଭକ୍ତିକୁ ଜାଗ୍ରତ କରିବା ଏବଂ ରାଷ୍ଟ୍ରୀୟ ଗୌରବ ଓ ଏକତାର ଏକ ନୂଆ ଭାବନା ସୃଷ୍ଟି କରିବା ଲକ୍ଷରେ ୨୦୨୨ମସିହା ଠାରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ହୋଇ ଆସୁଅଛି। ପ୍ରତ୍ୟେକ ପରିବାର କିପରି ଦେଶର ଜାତୀୟ ପତାକାକୁ ସମ୍ମାନ ଦେବେ ଏବଂ ସଚେତନ ହେବେ ସେଥିପାଇଁ ଅଗଷ୍ଟ ୯ତାରିଖରୁ ୧୫ତାରିଖ ପର୍ଯ୍ୟନ୍ତ ସ୍କୁଲ, କଲେଜ ଏବଂ ସରକାରୀ ସ୍ତରରେ ଏହି କାର୍ଯ୍ୟକ୍ରମ ପାଳନ କରିବାକୁ କେନ୍ଦ୍ର ସରକାରଙ୍କ ନିର୍ଦେଶ ଅଛି।
ଏହି ପରିପ୍ରେକ୍ଷୀରେ ଆଜି ବାଣପୁର ବ୍ଲକ ଆନୁକୂଲ୍ୟରେ ଏବଂ ଅଧକ୍ଷ ଅମରେନ୍ଦ୍ର ରଣସିଂହଙ୍କ ପ୍ରୋଷ୍ଠପୋଷକତାରେ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରା ବାଲୁଗାଁ ଉଚ୍ଚ ବିଦ୍ୟାଳୟ ଠାରୁ ବାହାରି ବାଣପୁର ପଲଟନ ପଡିଆ ଠାରେ ଶେଷ ହୋଇଥିଲା।
ଉକ୍ତ ଶୋଭାଯାତ୍ରାରେ ବ୍ଲକର ସମସ୍ତ କର୍ମଚାରୀ ଯୋଗ ଦେଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚନ୍ଦନଙ୍କ ସହ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ।
ଅନୁରୂପ ଭାବେ ବ୍ଲକର ସମସ୍ତ ପଂଚାୟତରେ ଅଙ୍ଗନବାଡି କର୍ମୀ, ଆଶା, ସିଆରପି ଏବଂ ସାଧାରଣ ଲୋକଙ୍କୁ ନେଇ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବ ବୋଲି ଅଧକ୍ଷ ଅମରେନ୍ଦ୍ର ରଣସିଂହ କହିଛନ୍ତି। ସମସ୍ତ କାର୍ଯ୍ୟକ୍ରମକୁ ବ୍ଲକ କର୍ମଚାରୀ ସୁଚାରୁ ରୂପେ ପରିଚାଳନା କରିଥିଲେ।


