ନୂଆଦିଲ୍ଲୀ: ବନ୍ଦେ ମାତରମ୍ ର ସମ୍ପୂର୍ଣ୍ଣ ପଦ ଗାଇବା ନେଇ ଚାଲିଥିବା ରାଜନୈତିକ ହଙ୍ଗାମା ମଧ୍ୟରେ କର୍ଣ୍ଣାଟକ କଂଗ୍ରେସ ସଭାପତି ବିକେ ହରିପ୍ରସାଦ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, “ମୁଁ କହିବାକୁ ଚାହୁଁଛି ଯେ ତୁମେ ମୋତେ ଫାଶୀ ଦିଅ ନଚେତ୍ ଜେଲ୍ ପଠାଅ, ମୁଁ କେବଳ ବନ୍ଦେ ମାତରମ୍ ର ଦୁଇଟି ପଦ ଗାଇବି। କର୍ଣ୍ଣାଟକରେ କେବଳ ଦୁଇଟି ପଦ ଗାନ କରାଯାଏ।”
ଉଲ୍ଲେଖ ଯୋଗ୍ୟ ଯେ, ସ୍ଵାଧୀନତା ଦିବସରେ କଂଗ୍ରେସର ପତାକା ଉତ୍ତୋଳନ ସମୟରେ ସୋନିଆ ଗାନ୍ଧୀ ‘ବନ୍ଦେ ମାତରମ୍’ ର ସଂପୂର୍ଣ୍ଣ ଗାନ ଉପରେ ଆପତ୍ତି ଉଠାଇଥିବା ଅଭିଯୋଗ ହୋଇଥିଲା। ସେହିଭଳି ଆଜି ଗୋଆର କଂଗ୍ରେସ ବୈଠକରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଉପସ୍ଥିତିରେ ମଧ୍ୟ ଅସମ୍ପୂର୍ଣ୍ଣ ‘ବନ୍ଦେ ମାତରମ୍’ ଗାନ କରାଯାଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ କଂଗ୍ରେସ ଉପରେ ଶାସକ ଦଳ ବିଜେପି ଆକ୍ରମଣ କରୁଛି।
ତେବେ ଏହି ସମୟରେ କର୍ଣ୍ଣାଟକ କଂଗ୍ରେସ ସଭାପତି ବିକେ ହରିପ୍ରସାଦଙ୍କ ବୟାନ ବିଜେପି କୁ ଆକ୍ରମଣ କରିବା ପାଇଁ ଆହୁରି ସୁଯୋଗ ଦେଇଛି।


