Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗାଁରେ ମିଳିବ ସହରୀ ସୁବିଧା: ପଞ୍ଚାୟତକୁ ବର୍ଷକୁ ୩ କୋଟି ପର୍ଯ୍ୟନ୍ତ ଅନୁଦାନ
ଆଜିର ଖବର

ଗାଁରେ ମିଳିବ ସହରୀ ସୁବିଧା: ପଞ୍ଚାୟତକୁ ବର୍ଷକୁ ୩ କୋଟି ପର୍ଯ୍ୟନ୍ତ ଅନୁଦାନ

August 20, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଗାଁକୁ ସହର ଭଳି ସୁବିଧାସମ୍ପନ୍ନ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ‘ଗ୍ରାମ ସମ୍ପଦ’ କାର୍ଯ୍ୟକ୍ରମ ଆରମ୍ଭ କରିବେ। ଆସନ୍ତାବର୍ଷ ଏପ୍ରିଲ-ମେ’ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏହି ଯୋଜନାକୁ ଗୁରୁତ୍ବ ଦିଆଯାଉଛି।

ପଞ୍ଚାୟତର ଜନସଂଖ୍ୟା ଆଧାରରେ ପ୍ରତିବର୍ଷ ୧.୫ରୁ ୩ କୋଟି ଟଙ୍କା ପର୍ଯ୍ୟନ୍ତ ଅନୁଦାନ ଦିଆଯିବ। ପାଞ୍ଚବର୍ଷ ଧରି ଏହି ଯୋଜନା ଚାଲିବ। ଗ୍ରାମସଭାରେ ଲୋକଙ୍କ ଆବଶ୍ୟକତା ଅନୁଯାୟୀ ପ୍ରକଳ୍ପ ଚୟନ କରାଯିବ। ବିଭିନ୍ନ କେନ୍ଦ୍ର ଓ ରାଜ୍ୟ ଯୋଜନାର ପାଣ୍ଠିକୁ ସମନ୍ବିତ କରି ଏହା କାର୍ଯ୍ୟକାରୀ ହେବ।

ଯୋଜନାରେ ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳପଡ଼ିଆ, କଲ୍ୟାଣ ମଣ୍ଡପ, ପୋଖରୀ, ଶ୍ମଶାନ, ଗ୍ରାମୀଣ ପାର୍କ, ହାଟ ଓ ପାଠାଗାର ନିର୍ମାଣ ହେବ। ପୋଖରୀ ଚାରିପଟେ ଚଲାପଥ ଓ ମୁକ୍ତାକାଶ ବ୍ୟାୟାମଶାଳା, ପାର୍କରେ ଜିମ୍‌ ଓ ଆଲୋକୀକରଣ ଏବଂ ଶ୍ମଶାନରେ ଆବଶ୍ୟକ ସୁବିଧା ରହିବ।

ଏହାସହ ପ୍ରତି ଗ୍ରାମପଞ୍ଚାୟତରେ ୭୦୦ଟି ଗଛ ଲଗାଯିବ। ପାଠାଗାରରେ ଛାତ୍ରଛାତ୍ରୀ ଓ ସାଧାରଣ ପାଠକଙ୍କ ପାଇଁ ବିଭିନ୍ନ ବହି ଉପଲବ୍ଧ ହେବ। ପ୍ରକଳ୍ପଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ମଧ୍ୟ ସରକାରୀ ସହାୟତା ଦିଆଯିବ।

ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକଙ୍କ କହିବାନୁସାରେ, ଗାଁରେ ସହରାଞ୍ଚଳ ଭଳି ସୁବିଧା ଓ ଭିତ୍ତିଭୂମି ଉପଲବ୍ଧ କରାଇବା ହେଉଛି ‘ଗ୍ରାମ ସମ୍ପଦ’ର ମୁଖ୍ୟ ଲକ୍ଷ୍ୟ।

ଗ୍ରାମ ସମ୍ପଦ ପଞ୍ଚାୟତ
Share. Facebook Twitter LinkedIn Email WhatsApp Copy Link

Related Posts

ଜେଲ୍ କର୍ମଚାରୀ ଓ ଅଧିକାରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି: ୨ ଗୁଣ ବୃଦ୍ଧି କଲେ ପୋଷାକ ଭତ୍ତା 

August 20, 2026

ଝାନ୍ସୀସ୍ଥିତ CMLR ୱାର୍କସପ୍‌ ପକ୍ଷରୁ ମଡ୍ୟୁଲାର ବାୟୋ-ଟଏଲେଟ୍

August 20, 2026

ମାନସିକ ରୋଗ ଚିକିତ୍ସା ନିମନ୍ତେ ସମ୍ ହସ୍ପିଟାଲ କ୍ୟାମ୍ପସ-୨ରେ ଅତ୍ୟାଧୁନିକ ମୋଡିଫାଏଡ୍ ଇସିଟି ସେବା

August 20, 2026

“ସେମାନେ ଆମର ମାଲିକ ନୁହଁନ୍ତି”: ସର୍ଜିଓ ଗୋରଙ୍କ ବୟାନ ଉପରେ ମେହବୁବା ମୁଫତି

August 20, 2026
Latest News

ଗାଁରେ ମିଳିବ ସହରୀ ସୁବିଧା: ପଞ୍ଚାୟତକୁ ବର୍ଷକୁ ୩ କୋଟି ପର୍ଯ୍ୟନ୍ତ ଅନୁଦାନ

August 20, 2026

ଜେଲ୍ କର୍ମଚାରୀ ଓ ଅଧିକାରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି: ୨ ଗୁଣ ବୃଦ୍ଧି କଲେ ପୋଷାକ ଭତ୍ତା 

August 20, 2026

ଝାନ୍ସୀସ୍ଥିତ CMLR ୱାର୍କସପ୍‌ ପକ୍ଷରୁ ମଡ୍ୟୁଲାର ବାୟୋ-ଟଏଲେଟ୍

August 20, 2026

ମାନସିକ ରୋଗ ଚିକିତ୍ସା ନିମନ୍ତେ ସମ୍ ହସ୍ପିଟାଲ କ୍ୟାମ୍ପସ-୨ରେ ଅତ୍ୟାଧୁନିକ ମୋଡିଫାଏଡ୍ ଇସିଟି ସେବା

August 20, 2026

“ସେମାନେ ଆମର ମାଲିକ ନୁହଁନ୍ତି”: ସର୍ଜିଓ ଗୋରଙ୍କ ବୟାନ ଉପରେ ମେହବୁବା ମୁଫତି

August 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.