ନୂଆଦିଲ୍ଲୀ: ଭାରତୀୟ ଜାତୀୟ କଂଗ୍ରେସ ନେତା ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପାର୍ଲାମେଣ୍ଟ ଷ୍ଟ୍ରିଟ୍ ପୋଲିସ ଷ୍ଟେସନ ପରିସରରେ ଧାରଣାରେ ବସିଛନ୍ତିଛନ୍ତି। ସେ ପେଲେଟ୍ ବନ୍ଧୁକ ଦ୍ୱାରା ଆହତ ଛାତ୍ର ସାହିଲ ଲୋଛାଭଙ୍କ ପାଇଁ ଏଫଆଇଆର ରୁଜୁ କରିବାକୁ ଦାବି କରୁଛନ୍ତି।
ଦିଲ୍ଲୀ ପୋଲିସ ସୂତ୍ର ଏବେ ଏହି ମାମଲାରେ ଏକ ବଡ଼ ଦାବି କରିଛି। ଦିଲ୍ଲୀ ପୋଲିସ ମୁତାବକ ପୀଡିତ ନିଜେ ଅଭିଯୋଗ ଦାଖଲ କରିଛନ୍ତି। ରାହୁଲ ଗାନ୍ଧୀଙ୍କ ଦ୍ୱାରା କୌଣସି ଅଭିଯୋଗ ଦାଖଲ କରାଯାଇ ନାହିଁ। ଏହି ମାମଲାରେ ଅଭିଯୋଗ କ୍ରାଇମବ୍ରାଞ୍ଚକୁ ପଠାଯିବ।
ସୂଚନା ଅନୁଯାୟୀ, କ୍ରାଇମବ୍ରାଞ୍ଚ ବର୍ତ୍ତମାନ ଜୁଲାଇ ୨୦ ତାରିଖରେ ପଞ୍ଜିକୃତ ସମସ୍ତ ମାମଲାର ତଦନ୍ତ କରୁଛି। ଆଇନ ଅନୁଯାୟୀ ଏହି ମାମଲାରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


